ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୦୧-୦୪-୨୦୨୩)

ମେଷ: କାର୍ଯ୍ୟରେ ସଫଳତା ହାସଲ କରିବେ। ପୁରୁଣା କଥାକୁ ନେଇ କୌଣସି ଆଲୋଚନାରୁ ଦୂରେଇ ରହୁନ୍ତୁ। କାର୍ଯ୍ୟକୁ ଅଧିକ ଗୁରୁତ୍ବ ଦେବେ। ପରିବାରର ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।

ବୃଷ: କୌଣସି କାରଣରୁ ମାନସିକ ଅବସାଦ ବଢ଼ିବାକୁ ଲାଗିବ। ଭାଗୀଦାରି କାର୍ଯ୍ୟରେ ବ୍ୟସ୍ତ ରହିବେ। ମହିଳାମାନେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଜୀବନରେ ସୁଖ ଶାନ୍ତି ବୃଦ୍ଧି ପାଇବ।

ମିଥୁନ: ନିଜ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିପାରନ୍ତି। ବାରମ୍ବାର ନିଷ୍ପତ୍ତିରେ ପରିବର୍ତ୍ତନ କରି କଷ୍ଟ ପାଇପାରନ୍ତି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧାର୍ମିକ ମନୋବୃତ୍ତି ରଖି ଅସହାୟଙ୍କୁ ସାହାଯ୍ୟ କରିବେ।

କର୍କଟ: ସମାଜରେ ମାନ ପ୍ରତିଷ୍ଠାର ଅଧିକାରୀ ହେବେ। ନିବେଶ କରିବା ସମୟରେ କିଛି ସତର୍କ ରୁହନ୍ତୁ। ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ। ଦ୍ବନ୍ଦ୍ବରେ ପଡ଼ି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ଏଥିସହିତ ପଢ଼ନ୍ତୁ

ସିଂହ: ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଜରୁରୀ କାର୍ଯ୍ୟ ଗୁଡ଼ିକ ବିଳମ୍ବରେ ପୂରଣ ହେବ। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ। କର୍ମସ୍ଥଳୀରେ କାର୍ଯ୍ୟରେ ଅବହେଳା କରି ଅପମାନିତ ହୋଇପାରନ୍ତି।

କନ୍ୟା: ଦିନଟି ଉତ୍ତମ ଫଳ ପ୍ରଦାନ କରିବ। ବ୍ୟବସାୟରେ ଉନ୍ନତି ପାଇଁ ଭିନ୍ନ କୌଶଳ ଆପଣାଇବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହୋଇପାରେ। ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଜୀବନସାଥୀଙ୍କ ପରାମର୍ଶ ଲୋଡ଼ିବେ।

ତୁଳା: ଦୀର୍ଘଦିନ ଧରି ଚାଲିଥିବା ସମସ୍ୟାର ସମାଧାନ ବାଟ ପାଇବେ। ସାମାଜିକ ପ୍ରତିଷ୍ଠା ବଢ଼ିବ। ମାନସିକ ସ୍ତରରେ ପରିସ୍ଥିତି ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବେ। ଧାର୍ମିକ କାର୍ଯ୍ୟରେ ରୁଚି ରଖ଄ବେ।

ବିଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ଅଯଥା ଚର୍ଚ୍ଚାରୁ ଦୂରେଇ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଉଚ୍ଚପଦସ୍ତ ଅଧିକାରୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ପରିଶ୍ରମର ଫଳ ପାଇବେ।

ଧନୁ: ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା କରିବେ। ସାହିତ୍ୟ ପ୍ରତି ରୁଚି ବଢ଼ିବ। କାର୍ଯ୍ୟକୁ ଠିକ୍‌ ସମୟରେ କରିବାରେ ସକ୍ଷମ ହେବେ।

ମକର: ଆଧ୍ୟାତ୍ମିକତା କାର୍ଯ୍ୟରେ ରୁଚି ବଢ଼ିବ । ଗଭୀର ଭାବନା ଆପଣଙ୍କୁ କଷ୍ଟ ଦେଇପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଚାନକ ଧନଲାଭ ହେବ। ନୂଆ କାର୍ଯ୍ୟଗୁଡ଼ିକ ପ୍ରାରମ୍ଭ କରନ୍ତୁ ନାହିଁ।

କୁମ୍ଭ: : ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ମନକୁ ପ୍ରସନ୍ନ କରାଇବ। ସ୍ବାସ୍ଥ୍ୟ ଭଲ ରହିବ। ଆର୍ଥିକ ଲାଭ ହେବ। କର୍ମକ୍ଷେତ୍ରରେ ମନୋମାଳିନ୍ୟ ହୋଇପାରେ ।

ମୀନ: ନକାରାତ୍ମକ ବିଚାର ପାଇଁ କଷ୍ଟ ପାଇପାରନ୍ତି । ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ଜମି, ଘର ତଥା ବାହନ ଆଦିର କାଗଜପତ୍ରକୁ ଦାୟିତ୍ବର ସହ ରଖନ୍ତୁ।

Leave A Reply

Your email address will not be published.