ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୩୧-୧୨-୨୦୨୨)

ମେଷ : ଆଧ୍ୟାତ୍ମିକତା ପ୍ରତି ରୁଚି ବଢ଼ିବ । ଗଭୀର ଭାବନା ଆପଣଙ୍କୁ କଷ୍ଟ ଦେଇପାରେ । ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅଚାନକ ଧନଲାଭ ହେବ। ନୂଆ କାର୍ଯ୍ୟଗୁଡ଼ିକ ପ୍ରାରମ୍ଭ କରନ୍ତୁ ନାହିଁ।

ବୃଷ : ପରିବାର ସହ ସୁଖଶାନ୍ତିରେ ଦିନଟି କଟିବ। ଦୂରଯାତ୍ରା କରିବାର ଯୋଗ ରହିଛି। ଗୁରୁଜନଙ୍କ ସ୍ବାସ୍ଥ୍ୟ ଭଲ ରହିବ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। କୌଣସି ଶୁଭ ସମାଚାର ପାଇପାରନ୍ତି।

ମିଥୁନ : ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ମନକୁ ପ୍ରସନ୍ନ କରାଇବ। ବ୍ୟବସାୟରେ ଆର୍ଥିକ ଲାଭ ହେବ। କର୍ମକ୍ଷେତ୍ରରେ ମନୋମାଳିନ୍ୟ ହୋଇପାରେ ।

କର୍କଟ : ଗୁରୁଜନଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦିନଟି ଭଲ ନୁହେଁ। ବାଦବିବାଦ ଏବଂ ମନୋମାଳିନ୍ୟ ହୋଇପାରେ। ଦୂର ଯାତ୍ରାରେ କ୍ଲାନ୍ତି ଅନୁଭବ କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ : ନକାରାତ୍ମକ ବିଚାର ପାଇଁ କଷ୍ଟ ପାଇ ପାରନ୍ତି । ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ। ଜମି, ଘର ତଥା ବାହନ ଆଦିର କାଗଜପତ୍ରକୁ ଦାୟିତ୍ବର ସହ ରଖନ୍ତୁ।

କନ୍ୟା : ବିଭିନ୍ନ କ୍ଷେତ୍ରରେ ସଫଳତା ମିଳିବ। ପ୍ରତିଯୋଗୀମାନଙ୍କୁ ଆପଣ ପରାସ୍ତ କରି ପାରିବେ। ପଡ଼ୋଶୀମାନଙ୍କ ସହିତ ଖୁବ୍ ଭଲ ସମ୍ବନ୍ଧ ରହିବ। ଉତ୍ସାହର ସହ କାର୍ଯ୍ୟ ସମାପନ କରିବେ।

ତୁଳା : ଉତ୍ତମ ବ୍ୟବହାରରେ ସମସ୍ତଙ୍କୁ ଆପଣାଇବାକୁ ହେବ। ଆଜି କୌଣସି ମହତ୍ତ୍ବପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ ନାହିଁ। ଜୀବନସାଥୀଙ୍କ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ରଖନ୍ତୁ।

ବିଛା : ବନ୍ଧୁବାନ୍ଧବଙ୍କ ଆଗମନରେ ମନ ପ୍ରଫୁଲ୍ଲିତ ରହିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ଅବସର ଆସିବ। ଆର୍ଥିକ ଲାଭ ହେବ। ଦୂରଯାତ୍ରା ଯୋଗ ରହିଛି। ଆନନ୍ଦଦାୟକ ସମାଚାର ପ୍ରାପ୍ତ ହେବ।

ଧନୁ : ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି। ପ୍ରିୟଜନଙ୍କ ବ୍ୟବହାରରେ କଷ୍ଟ ପାଇପାରନ୍ତି। କ୍ରୋଧ ଉପରେ ଅଂକୁଶ ରଖିବାକୁ ପଡ଼ିବ। ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।

ମକର : ଅକସ୍ମାତ୍‌ ମାଙ୍ଗଳିକ ପ୍ରସ୍ତାବ ଆସିପାରେ । କୋର୍ଟ-କଚେରୀ ମାମଲାରେ ସାବଧାନ ରହୁନ୍ତୁ। ଜୀବନରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରାଇବେ।

କୁମ୍ଭ : ପ୍ରତ୍ୟେକ କାର୍ଯ୍ୟ ନିର୍ବିଘ୍ନରେ ସମ୍ପୂର୍ଣ୍ଣ ହେବ। ବ୍ୟବସାୟରେ ସ୍ଥିତି ଅନୁକୂଳ ରହିବ। ଉଚ୍ଚପଦାଧିକାରୀଙ୍କର ସହଯୋଗ ପାଇବେ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗ ଅଛି।

ମୀନ : ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରୁହନ୍ତୁ। ସନ୍ତାନମାନଙ୍କ ପାଇଁ ଚିନ୍ତିତ ହେବେ। ଶତ୍ରୁମାନଙ୍କର କୂଟଚକ୍ରାନ୍ତର ଶିକାର ହେବେ। ସାଙ୍ଗସାଥୀଙ୍କୁ ନିଜ ମନ କଥା କହି ଆଶ୍ବସ୍ତି ଲାଭ କରିବେ।

Leave A Reply

Your email address will not be published.