ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୨୬-୦୨-୨୦୨୨ )

ମେଷ: କର୍ମକ୍ଷେତ୍ର ଧୀର ମନ୍ଥର ରହିବ। ଚାକିରିରେ ସହକର୍ମୀଙ୍କ ସଙ୍ଗେ ମନାନ୍ତର ହୋଇପାରେ। ମହିଳାମାନେ ଉଦାରମନା ରହିବେ। ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଶିକ୍ଷାର୍ଥୀ ଆଳସ୍ୟ ରହିବେ। ଶୁଭ ଅଙ୍କ-୧, ଶୁଭ ରଙ୍ଗ- ପିଙ୍କ୍‌।

ବୃଷ: ସମସ୍ୟା ଘେରରେ ରହିବେ। ସାଂସାରିକ ଦୁଶ୍ଚିନ୍ତା ଦେଖାଦେବ। ରାଜନୀତିରେ ଅସହଯୋଗ ରହିବ। ପରିବହନ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଶିକ୍ଷାର୍ଥୀ ତ୍ରୃଟି କରିବେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲଭର୍‌।

ମିଥୁନ: କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଚାକିରିରେ ପ୍ରଶଂସିତ ହେବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀମାନେ ଅନୁଶାସନପ୍ରିୟ ହେବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ।

କର୍କଟ: ଦିନଟି କର୍ମତତ୍ପର ରହିବେ। ମହିଳାମାନେ ଦୃଢ଼ମନା ରହିବେ। ରାଜନୀତିରେ ବିରୋଧୀ ପ୍ରଶମିତ ହେବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ-୩,ଶୁଭ ରଙ୍ଗ- ହଳଦିଆ।

ଏଥିସହିତ ପଢ଼ନ୍ତୁ

ସିଂହ: ବହୁ ଚେଷ୍ଟା ସତ୍ତ୍ବେ ବିଶେଷ ସୁଫଳ ମିଳିବ ନାହିଁ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଚାକିରିରେ ଅବହେଳା ରହିବ। ବାଣିଜ୍ୟରେ ବ୍ୟୟ ବୃଦ୍ଧି ହେବ। ଶିକ୍ଷାର୍ଥୀ ଆଳସ୍ୟ ରହିବେ। ଶୁଭ ଅଙ୍କ-୧,ଶୁଭ ରଙ୍ଗ- ପିଙ୍କ୍‌।

କନ୍ୟା: ପରିଶ୍ରମର ଯଥାର୍ଥ ଫଳ ପାଇବେ। ଚାକିରିରେ ସହଯୋଗ ମିଳିବ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଅଧ୍ୟୟନରତ ରହିବେ। ଶୁଭ ଅଙ୍କ-୨,ଶୁଭ ରଙ୍ଗ- ସିଲଭର୍‌।

ତୁଳା: କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ ସ୍ବାଭିମାନୀ ହେବେ। ବାଣିଜ୍ୟରେ ପୁଞ୍ଜି ନିବେଶ କରି ଚିନ୍ତାରେ ରହିବେ। ଶୁଭ ଅଙ୍କ- ୮,ଶୁଭ ରଙ୍ଗ- କଳା।

ବିଛା: ହେଉଥିବା କାର୍ଯ୍ୟ ବିଗିଡ଼ି ଯାଇପାରେ । ଚାକିରିରେ ସମସ୍ୟା ଭିତରେ ରହିବେ। ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ହତୋତ୍ସାହ ରହିବେ। ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ମେରୁନ୍‌।

ଧନୁ: କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଚାକିରିରେ ଧନ ସମ୍ମାନ ପ୍ରାପ୍ତି ହେବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ। ଶୁଭ ଅଙ୍କ- ୨,ଶୁଭ ରଙ୍ଗ- ଧଳା।

ମକର: ଦୁଃସାହାସିକ ଭିତ୍ତିରେ କାର୍ଯ୍ୟ କରି ସୁଫଳ ପାଇବେ। ଚାକିରିରେ ସମ୍ମାନିତ ହେବେ। ରାଜନୀତିରେ ସକ୍ରିୟ ହେବେ। ବାଣିଜ୍ୟରେ ସଫଳତା ପାଇବେ। ଶିକ୍ଷାର୍ଥୀ ଅଧ୍ୟୟନରତ ରହିବେ। ଶୁଭ ଅଙ୍କ- ୫,ଶୁଭ ରଙ୍ଗ- ସବୁଜ।

କୁମ୍ଭ: ପରିଶ୍ରମର ଫଳ ପାଇବେ। ସନ୍ତାନ ସନ୍ତତିମାନେ ଉନ୍ନତି କରିବେ। ରାଜନୀତିରେ ଚଳଚଞ୍ଚଳ ରହିବେ। ପରିବହନ ଓ ବାଣିଜ୍ୟରେ ସୁଫଳ ପାଇବେ। ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ। ଶୁଭ ଅଙ୍କ-୮,ଶୁଭ ରଙ୍ଗ-ନୀଳ।

ମୀନ: କାର୍ଯ୍ୟ ବିଳମ୍ବ ଓ ସମସ୍ୟା ଭିତରେ ରହିବେ। ମହିଳାମାନେ ଉଦାସ ରହିବେ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଶିଳ୍ପ ଓ ବାଣିଜ୍ୟରେ ବିଶେଷ ଫଳ ପାଇବେ ନାହିଁ। ଶିକ୍ଷାର୍ଥୀ ଅସ୍ଥିର ରହିବେ। ଶୁଭ ଅଙ୍କ- ୩,ଶୁଭ ରଙ୍ଗ- ଗୋଲ୍‌ଡେନ୍‌।

Leave A Reply

Your email address will not be published.