ଶନିବାର ରାଶିଫଳ (୨୫-୧୨-୨୦୨୧)

ମେଷ: ହେଉଥିବା କାର୍ଯ୍ୟ ଅଳ୍ପକେ ସ୍ଥଗିତ ରହିପାରେ ।ଚାକିରିରେ କାର୍ଯ୍ୟ ବ୍ୟସ୍ତତା ଭିତରେ କଟିବ। ରାଜନୀତିରେ ପ୍ରତିକୂଳ ରହିବ। ବାଣିଜ୍ୟରେ ବ୍ୟୟ ବହୁଳତା ରହିବ। ଶିକ୍ଷାର୍ଥୀ ଅସ୍ଥିରମନା ହେବେ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି।

ବୃଷ: ବହୁ ପରିଶ୍ରମରେ ସଫଳତା ପାଇବେ। ଚାକିରିରେ ଚଳଚଞ୍ଚଳ ରହିବେ। ମହିଳାମାନେ ସୁଖୀ ରହିବେ। ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ- ୮,ଶୁଭ ରଙ୍ଗ- ନୀଳ।

ଏଥିସହିତ ପଢ଼ନ୍ତୁ

ମିଥୁନ:କର୍ମକ୍ଷେତ୍ରରେ ସହଯୋଗ ପାଇ ଆଗେଇ ଚାଲିବେ। ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ। ଚାକିରିରେ ସ୍ଥାୟିତ୍ବ ବଜାୟ ରହିବ। ବାଣିଜ୍ୟରେ ଉତ୍ତମ ଆୟ ହେବେ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ସିଲଭର୍‌।

କର୍କଟ: ଦିନଟି ନୈରାଶ୍ୟଜନକ ପରିସ୍ଥିତି ରହିବ। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ବାଦବିବାଦ ଉପୁଜିପାରେ। ବାଣିଜ୍ୟରେ ହାନି ହୋଇପାରେ।ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ- ମେରୁନ୍‌।

ସିଂହ: ଦିନଟି ଚଳଚଞ୍ଚଳ ରହିବ। ମହିଳାମାନେ ଯଶ ପାଇବେ। ଚାକିରିରେ କର୍ତ୍ତୁପକ୍ଷଙ୍କର ପ୍ରଶଂସା ପାତ୍ର ହେବେ। ବାଣିଜ୍ୟରେ ଉତ୍ସାହଜନକ ରହିବ। ଶିକ୍ଷାର୍ଥୀ ସଫଳ ହେବେ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍‌।

କନ୍ୟା: ଅଟକି ରହିଥିବା କାର୍ଯ୍ୟ ସଫଳ ହୋଇପାରେ। ରାଜନୀତିରେ ଚଳଚଞ୍ଚଳ ରହିବେ। ମହିଳାମାନେ ପରିଶ୍ରମୀ ହେବେ। ଶିଳ୍ପ ଓ ବାଣିଜ୍ୟରେ ଲାଭ ମିଳିବ। ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ। ଶୁଭ ଅଙ୍କ- ୪, ଶୁଭ ରଙ୍ଗ-ମେଟାଲିକ୍‌।

ତୁଳା: ସ୍ବପ୍ନ ସାକାର ହେବ। ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ। ପ୍ରଶାସନିକ ପ୍ରଭାବଶାଳୀ ରହିବେ। ପରିବହନ ଓ ବାଣିଜ୍ୟରେ ଆୟବୃଦ୍ଧି ହେବ। ଶିକ୍ଷାର୍ଥୀ ଉଚ୍ଚାଭିଳାଷୀ ହେବେ। ଶୁଭ ଅଙ୍କ-୨, ଶୁଭ ରଙ୍ଗ- ଧଳା।

ବିଛା: ବିଭିନ୍ନ ଉପାୟରେ ଆୟ କରିବେ। ଚାକିରିରେ ପଦୋନ୍ନତି ହୋଇପାରେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ପୁଞ୍ଜି ନିବେଶ କରି ସଫଳ ହେବେ। ଶୁଭ ଅଙ୍କ- ୯, ଶୁଭ ରଙ୍ଗ- ଲାଲ୍‌।

ଧନୁ: କର୍ମକ୍ଷେତ୍ରରେ ମନ୍ଥର ରହିବ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। ଚାକିରିରେ ଅବହେଳା ରହିବ। ଶିଳ୍ପ ଓ ବାଣିଜ୍ୟରେ ମାନ୍ଦା ରହିବ। ଶିକ୍ଷାର୍ଥୀ ଆଳସ୍ୟ ରହିବେ। ଶୁଭ ଅଙ୍କ- ୧, ଶୁଭ ରଙ୍ଗ- ପିଙ୍କ୍‌।

ମକର: କର୍ମକ୍ଷେତ୍ରରେ ପ୍ରତାରଣା ପାଇ ପାରନ୍ତି। ମହିଳାମାନେ ହତୋତ୍ସାହ ରହିବେ। ଚାକିରିରେ ଶତ୍ରୁବୃଦ୍ଧି ହେବେ। ବାଣିଜ୍ୟରେ ପ୍ରତିବନ୍ଧକ ରହିବ।ଶିକ୍ଷାର୍ଥୀ ଭ୍ରମରେ ପଡ଼ିବେ। ଶୁଭ ଅଙ୍କ- ୫, ଶୁଭ ରଙ୍ଗ-ସବୁଜ।

କୁମ୍ଭ: ଦିନଟି ସମ୍ମାନ ପ୍ରାପ୍ତିହେବ। ମହିଳାମାନେ ଆଦରଣୀୟା ହେବେ। ଚାକିରିରେ ସହଯୋଗ ପାଇବେ। ବାଣିଜ୍ୟରେ ଶୁଭ ଫଳ ମିଳିବ। ଶିକ୍ଷାର୍ଥୀ ପ୍ରସନ୍ନ ରହିବେ। ଶୁଭ ଅଙ୍କ- ୪, ଶୁଭ ରଙ୍ଗ- ମେଟାଲିକ୍‌।

ମୀନ: ଦିନଟି କର୍ମତତ୍ପର ସହ ସୁଫଳ ପାଇବେ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ଚାକିରିରେ ନିଷ୍ଠା ରହିବ। ବାଣିଜ୍ୟରେ ଲାଭଜନକ ରହିବ। ଶିକ୍ଷାର୍ଥୀ ଅଧ୍ୟୟନପ୍ରିୟ ହେବେ। ଶୁଭ ଅଙ୍କ- ୨, ଶୁଭ ରଙ୍ଗ- ଧଳା।

Leave a comment