ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୨୫-୦୬-୨୦୨୨)

ମେଷ: ମନର କଥାକୁ ଅନ୍ୟ ଆଗରେ କହି ସନ୍ତୋଷ ପାଇବେ। ଭାଇଭଉଣୀଙ୍କ ପାଇଁ ସମସ୍ୟାରେ ପଡ଼ିପାରନ୍ତି। ଧନ ସମ୍ପତ୍ତିକୁ ନେଇ ଚିନ୍ତିତ ରହିବେ। ସମସ୍ୟାର ସମାଧାନ କରି ଆଗକୁ ବଢ଼ିବେ।

ବୃଷ: କଠିନ ପରିଶ୍ରମର ଫଳ ପାଇବେ। ପରିବାରରେ ପରସ୍ପର ବୁଝାମଣା ବଢ଼ିବାକୁ ଲାଗିବ। କର୍ମକ୍ଷେତ୍ରରେ ଆତ୍ମବିଶ୍ବାସ ସହ କାର୍ଯ୍ୟ କରିବେ। କଳା ଓ ସାହିତ୍ୟ ପ୍ରତି ରୁଚି ବଢ଼ିବ।

ମିଥୁନ: ଅତ୍ୟଧିକ ଚିନ୍ତା କରି ନିଜର ସମୟ ନଷ୍ଟ କରିବେ। ହରାଇଥିବା ଧନ ବିଭିନ୍ନ ମାର୍ଗରୁ ପାଇବେ। ମହିଳାମାନେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଉଚ୍ଚଶିକ୍ଷା ପାଇଁ ଉତ୍ସାହ ବଢ଼ିବାକୁ ଲାଗିବ।

କର୍କଟ: ଦୂରଯାତ୍ରା କରି ଅସୁସ୍ଥ ମନେକରିବେ। କର୍ମକ୍ଷେତ୍ରରେ କଟୁକଥା ଶୁଣିବାକୁ ପଡ଼ିପାରେ। ଜୀବନସାଥୀଙ୍କ ସହ ତିକ୍ତତା ସୃଷ୍ଟି ହୋଇପାରେ। ଭବିଷ୍ୟତକୁ ପାଇଁ ବିଶେଷ ଯୋଜନା ପ୍ରସ୍ତୁତି କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: ମନୋରଞ୍ଜନ କାର୍ଯ୍ୟରେ ସମୟ ଅତିବାହିତ କରିବେ। ପରିବାରରେ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ଭଲପାଇବା ବଢ଼ିବାକୁ ଲାଗିବ।

କନ୍ୟା: ଦିନଟି ସକାରାତ୍ମକ ଚିନ୍ତାରେ ଅତିବାହିତ ହେବ। ଉତ୍ସାହର ସହ ପ୍ରତିଟି କାର୍ଯ୍ୟକୁ ପୂର୍ଣ୍ଣ କରିବେ। ଆଶା ଅନୁଯାୟୀ ଫଳ ନ ପାଇ କଷ୍ଟ ଅନୁଭବ କରିବେ। ବ୍ୟବସାୟରେ ଲାଭବାନ ହେବେ।

ତୁଳା: ଭିବଷ୍ୟତ ପାଇଁ ଅଯଥା ଚିନ୍ତା କରିବେ। ଅନ୍ୟ ଉପରେ ଅଧିକ ନିର୍ଭର କରନ୍ତୁ ନାହିଁ। ନିଜ ଲକ୍ଷ୍ୟ ହାସଲ କରିବାକୁ ସମସ୍ତ ଚେଷ୍ଟା କରିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ।

ବିଛା: ଦୀର୍ଘଦିନ ଧରି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ମନରେ ଉତ୍ସାହ ଭରି ରହିବ। ଆକସ୍ମାତ୍‌ ବ୍ୟବସାୟରେ ଅଧିକ ଲାଭ ପାଇବେ। ଗୁରୁଜନଙ୍କଠାରୁ ଆର୍ଶୀବାଦ ପାଇ ଆଗକୁ ବଢ଼ିବେ।

ଧନୁ: ଆତ୍ମବିଶ୍ବାସ ବଳରେ ସବୁ ସମସ୍ୟାର ସମାଧାନର ବାଟ ପାଇବେ। କର୍ମକ୍ଷେତ୍ରରେ କାର୍ଯ୍ୟଭାର କମ୍ ରହିବ। ପରିବାରିକ ସହ ଅଧିକ ସମୟ କଟାଇବେ। ପୁରୁଣା ସମ୍ପର୍କକୁ ଭୁଲି ଆଗକୁ ବଢ଼ିପାରନ୍ତି।

ମକର: ଦିନଟି ମଧ୍ୟମ ଧରଣର ରହିବ। ବ୍ୟବସାୟରେ ଆଶାଠାରୁ ଅଧିକ ଲାଭ ପାଇବେ। ଏକୁଟିଆ ନିଷ୍ପତ୍ତି ନେଇ ଦ୍ବନ୍ଦ୍ବରେ ପଡ଼ିପାରନ୍ତି। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

କୁମ୍ଭ: ଆର୍ଥିକ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। ଅନ୍ୟକୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବାକୁ ଚେଷ୍ଟା କରନ୍ତୁ। ମନରେ ନୂତନ ଆଶାର ସଂଚାର ହେବ।

ମୀନ: ନକାରାତ୍ମକ ବିଚାର ରଖି ମାନସିକ କଷ୍ଟ ପାଇବେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ପରିବାର ସହ ତୀର୍ଥସ୍ଥଳକୁ ଯାଇପାରନ୍ତି।

Leave A Reply

Your email address will not be published.