ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୨୪–୦୯–୨୦୨୨ )

ମେଷ: କୌଣସି ବଡ଼ଧରଣର କାର୍ଯ୍ୟ ତୁଲାଇବେ। ସାଂସାରିକ ସୁଖସମୃଦ୍ଧି ପ୍ରାପ୍ତି ହେବ। ପ୍ରଶାସନିକ ସକ୍ରିୟ ରହିବେ। ବ୍ୟବସାୟକୁ ବୃଦ୍ଧି କରିବା ନିମନ୍ତେ ନୂତନ ରାସ୍ତା ପାଇବେ।

ବୃଷ: ପାରିବାରିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ସମ୍ମାନପ୍ରାପ୍ତି ହେବ। ପରିବାର ପାଇଁ ମହିଳାମାନେ ନିଷ୍ଠାପର ରହିବେ। ଜନସେବାରେ ବ୍ରତୀ ହେବେ। ନୂତନ ବସ୍ତୁ କିଣି ଉତ୍ସାହିତ ରହିେବ।

ମିଥୁନ: ବିଫଳ ହୋଇଥିବା କାର୍ଯ୍ୟକୁ ପୁଣି ଆରମ୍ଭ କରି ସଫଳତା ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ନିନ୍ଦା ପାଇପାରନ୍ତି। ଦ୍ରବ୍ୟାଦି ହାନିର ଭୟ ରହିଛି। ବ୍ୟବସାୟରେ କ୍ଷତି ହୋଇପାରେ।

କର୍କଟ: ନିଜ ପ୍ରଚେଷ୍ଟାରେ ସଫଳତା ପାଇବେ। ଆପଣଙ୍କ କଥା ଅନୁସାରେ ସବୁ କାର୍ଯ୍ୟ ହୋଇପାରେ । ଘରେ ଲାଗିରହିଥିବା ତିକ୍ତତା ଭିନ୍ନମୋଡ଼ ନେବ। ପରିସ୍ଥିତିକୁ ଲକ୍ଷ୍ୟ କରି ନିଜକୁ ବଦଳାଇବାକୁ ଚେଷ୍ଟା କରିବେ।

ଏଥିସହିତ ପଢ଼ନ୍ତୁ

ସିଂହ: କିଛିଟା ଉତ୍ତେଜନା ଭିତରେ କାର୍ଯ୍ୟ ସଫଳ ହେବ। କର୍ମକ୍ଷେତ୍ରରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ମହିଳାମାନେ ପରିଶ୍ରମୀ ହେବେ। ନୂତନ ନିବେଶ କରି ଉନ୍ନତି କରିବେ।

କନ୍ୟା : ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରିବେ। ପରିଶ୍ରମ ଅନୁସାରେ ଫଳ ପାଇବେ ନାହିଁ। ସାଂସାରିକ ଭୁଲ୍‌ ବୁଝାମଣା ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଷଡ଼ଯନ୍ତ୍ରର ଶିକାର ହୋଇପାରନ୍ତି।

ତୁଳା: ପରିବାରରେ ଆର୍ଥିକ ସ୍ଥିତି ମଜଭୁତ ରହିବ। ଆଧ୍ୟାତ୍ମିକ ମନୋବୃତ୍ତି ରଖି ଅନ୍ୟକୁ ସାହାଯ୍ୟ କରିବେ। ସାଂସାରିକ ଅସ୍ଥିରମନା ରହିବେ। ବ୍ୟବସାୟ କାର୍ଯ୍ୟରେ ବ୍ୟସ୍ତବିବ୍ରତ ରହିବେ।

ବିଛା: ସମାଜରେ ମାନସମ୍ମାନ ଓ ପ୍ରତିଷ୍ଠା ପାଇପାରନ୍ତି । ପଡୋଶୀଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ। ସାଙ୍ଗସାଥୀଙ୍କ ମଧ୍ୟରେ ନେତୃତ୍ୱ ବୃଦ୍ଧି ପାଇବ। ବ୍ୟବସାୟ ଆୟ ଦ୍ବିଗୁଣିତ ରହିବ।

ଧନୁ: ଜଟିଳ ପରିସ୍ଥିତିକୁ ଧୈର୍ଯ୍ୟର ସହ ସମ୍ଭାଳି ନେବେ । କର୍ମକ୍ଷେତ୍ର ଉତ୍ସାହଜନକ ରହିବ। କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ। ମହିଳାମାନେ ଯଶକୀର୍ତ୍ତି ପାଇବେ। ବ୍ୟବସାୟ ସନ୍ତୋଷଜନକ ରହିବ।

ମକର: ଭାବନାକୁ ନିୟନ୍ତ୍ରଣ ରଖିବା ଉଚିତ ହେବ। ସାଂସାରିକ ଉତ୍ତେଜନା ଓ ବ୍ୟୟ ବୃଦ୍ଧି ଦେଖାଦେବ। ବ୍ୟବସାୟରେ ବାଧାବିଘ୍ନ ରହିବ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ।

କୁମ୍ଭ: ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡ଼ି ଯାଇପାରେ। ବହୁତ ଦିନରୁ ଲାଗି ରହିଥିବା ଅଭାବ ଅସୁବିଧା ଦୂରହେବ। ସାହିତ୍ୟ ଓ ସଙ୍ଗୀତ ପ୍ରତି ରୁଚି ବଢ଼ିବ।

ମୀନ: ସ୍ବାଧୀନ ରହିବାର ମନୋବୃତ୍ତି ଜୀବନରେ ଅଶାନ୍ତିର କାରଣ ପାଲଟି ଯାଇପାରେ। କୌଣସି କଥାକୁ ନେଇ ମହିଳାମାନେ ଭାବପ୍ରବଣ ହେବେ । ଅକସ୍ମାତ୍‌ ଭ୍ରମଣ ପାଇଁ ଦୂର ସ୍ଥାନକୁ ଯାଇପାରନ୍ତି।

Leave A Reply

Your email address will not be published.