ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୨୩-୧୦-୨୦୨୧ )

ମେଷ : ହେଉଥିବା କାର୍ଯ୍ୟ ସ୍ଥଗିତ ରହିପାରେ। ଚାକିରିରେ ସହକର୍ମୀଙ୍କ ସହ ମନାନ୍ତର ରହିପାରେ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟରେ ଆୟବ୍ୟୟ ସାମନ ରହିବ। ଶୁଭ ଅଙ୍କ – ୨, ଶୁଭ ରଙ୍ଗ —ଧଳା

ବୃଷ : ଦିନଟି ସୁଖ ସନ୍ତୋଷ ପ୍ରାପ୍ତି ହେବ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ମଧୁର ସଂପର୍କ ରହିବ। ରାଜନୀତିରେ ଲୋକ ସଂପର୍କ ବୃଦ୍ଧି ପାଇବ। ବାଣିଜ୍ୟ ଉତ୍ସାହଜନକ ରହିବ। ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ନୀଳ

ମିଥୁନ : କୌଣସି କାର୍ଯ୍ୟ ଉଦ୍ଦେଶ୍ୟରେ ଦୂରଯାତ୍ରା କରି ପାରନ୍ତି। ଚାକିରିରେ ଚଳଚଞ୍ଚଳ ରହିବେ । ପରିବହନ ଓ ବାଣିଜ୍ୟରେ ମଧ୍ୟମ ଫଳ ମିଳିବ । ଶିକ୍ଷାର୍ଥୀ ଭ୍ରମଣପ୍ରିୟ ହେବେ । ଶୁଭ ଅଙ୍କ – ୪, ଶୁଭ ରଙ୍ଗ – ମେଟାଲିକ୍

କର୍କଟ : ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। ମହିଳାମାନେ ସୁଖୀ ହେବେ। ଚାକିରିରେ ଉଚ୍ଚ ସମ୍ମାନ ପାଇବେ । ବାଣିଜ୍ୟରେ ଲାଭ ଦ୍ବିଗୁଣିତ ହେବ । ଶିକ୍ଷାର୍ଥୀ ସଫଳ ହେବେ । ଶୁଭ ଅଙ୍କ –୯, ଶୁଭ ରଙ୍ଗ – ଲାଲ୍

ଏଥିସହିତ ପଢ଼ନ୍ତୁ

ସିଂହ : ସମାଜରେ ଉତ୍ତମ ଆସନରେ ଅଂଳକୃତ ହେବେ। ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । ମହିଳା ଯଶ ପାଇବେ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – ଗୋଲଡେନ୍

କନ୍ୟା : କର୍ମ କ୍ଷେତ୍ରରେ ମନ୍ଥରତା ଦେଖାଦେବ | ରାଜନୀତିରେ ବିବାଦୀୟ ସ୍ଥିତି ରହିବ। ଚାକିରିରେ ଅବହେଳା ରହିବ। ବାଣିଜ୍ୟ ପ୍ରତିକୂଳ ରହିବ। ଶିକ୍ଷାର୍ଥୀ ଅସ୍ଥିର ରହିବେ । ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ତୁଳା : ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି । ଚାକିରିରେ ଚାପ ରହିବ। ମହିଳାମାନେ ହତାଦର ହେବେ । ଶିଳ୍ପ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ହତାଦର ହେବେ । ଶିକ୍ଷାର୍ଥୀ ଭ୍ରମରେ ପଡିବେ । ଶୁଭ ଅଙ୍କ –୨, ଶୁଭ ରଙ୍ଗ – ସିଲ୍‌ଭର୍

ବିଛା : କିଛିଟା ସମସ୍ୟା ଭିତରେ ଆଗେଇବେ । ରାଜନୀତିରେ ଲୋକସଂପର୍କ ବୃଦ୍ଧିପାଇବ। ଚାକିରିରେ ବ୍ୟସ୍ତ ରହିବେ | ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ପରିଶ୍ରମୀ ହେବେ । ଶୁଭ ଅଙ୍କ – ୭, ଶୁଭ ରଙ୍ଗ – କଫି

ଧନୁ : କର୍ମକ୍ଷେତ୍ରରେ ସ୍ବାଧୀନତା ରହିବ | ଚାକିରିରେ ସମ୍ମାନ ବୃଦ୍ଧି ପାଇବ। ମହିଳାମାନେ ସ୍ଵାଭିମାନୀ ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ। ଶିକ୍ଷାର୍ଥୀ ପରିଶ୍ରମୀ ହେବେ। ଶୁଭ ଅଙ୍କ – ୮, ଶୁଭ ରଙ୍ଗ – ବାଇଗଣୀ

ମକର : ହେଉଥିବା କାର୍ଯ୍ୟ ବିଗିଡି ଯାଇପାରେ। ଚାକିରିରେ ଅସହଯୋଗ ରହିବ । ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ । ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସମସ୍ୟା ରହିବ । ଶୁଭ ଅଙ୍କ – ୩, ଶୁଭ ରଙ୍ଗ – କ୍ରିମ୍

କୁମ୍ଭ : ଦିନଟି ଚଳଚଞ୍ଚଳ ରହିବେ। ଚାକିରିରେ ପ୍ରଶଂସିତ ହେବେ । ମହିଳାମାନେ ପ୍ରସନ୍ନ ରହିବେ । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ। ଶିକ୍ଷାର୍ଥୀ ଚଳଚଞ୍ଚଳ ରହିବେ। ଶୁଭ ଅଙ୍କ – ୫, ଶୁଭ ରଙ୍ଗ – ସବୁଜ

ମୀନ : ସମାଜରେ ପ୍ରତିଷ୍ଠିତ ହେବେ । ଚାକିରିରେ ପଦୋନ୍ନତି ହୋଇପାରେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ସୁଫଳ ପାଇବେ। ଶୁଭ ଅଙ୍କ –୨, ଶୁଭ ରଙ୍ଗ – ଧଳା

Leave A Reply

Your email address will not be published.