ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୨୩-୦୭-୨୦୨୨)

ମେଷ: ହଠାତ୍‌ ଦୂରଯାତ୍ରା କରିପାରନ୍ତି। ଚାକିରିରେ ଚଳଚଞ୍ଚଳ ରହିବେ। ମନକଥା ଜୀବନସାଥୀଙ୍କୁ କହି ଆତ୍ମସନ୍ତୋଷ ପାଇବେ। ସାଙ୍ଗସାଥୀଙ୍କ ସହ ବିବାଦ ଦେଖାଦେଇପାରେ। ଆର୍ଥିକ ସ୍ଥିତ ମଜଭୁତ୍‌ ରହିବ।

ବୃଷ: ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ସମୟର ସଦୁପଯୋଗ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ଆର୍ଥିକ ସମସ୍ୟା ଦୂର ହେବ। ଭବିଷ୍ୟତ ପାଇଁ ନୂତନ ନିବେଶ କରିବେ।

ମିଥୁନ: ନିଜ ନିଷ୍ପତ୍ତିରେ ଅଟଳ ରହିବେ। କର୍ମକ୍ଷେତ୍ରରେ ପରିଶ୍ରମୀ ହେବେ। ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଅଯଥା ଖର୍ଚ୍ଚ ଦ୍ବାରା ଅର୍ଥାଭାବ ଦେଖାଦେଇପାରେ।

କର୍କଟ: ବିଭିନ୍ନ ମାର୍ଗରୁ ସଫଳତା ପାଇବେ । ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀ ସଙ୍କଟର ସମ୍ମୁଖୀନ ହେବେ। ଜୀବନସାଥୀଙ୍କ ସହ ଭୁଲ୍‌ ବୁଝାମଣା ଦେଖାଦେଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: ଭ୍ରାନ୍ତଧାରଣାର ଶିକାର ହୋଇପାରନ୍ତି। ସାଙ୍ଗସାଥୀଙ୍କ ପ୍ରତି ସମ୍ବେଦନଶୀଳ ଭାବ ପ୍ରକାଶ କରିବେ। ଅକସ୍ମାତ୍‌ ଖର୍ଚ୍ଚ ଆର୍ଥିକ ଚିନ୍ତାକୁ ବୃଦ୍ଧି କରିପାରେ। ମହିଳାମାନେ ଚଳଚଞ୍ଚଳ ରହିବେ।

କନ୍ୟା: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି। ବୁଝିବିଚାରି କାର୍ଯ୍ୟ କରନ୍ତୁ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ତୁଳା: ଗୋପନୀୟ କଥା ପ୍ରକାଶ କରିବାରୁ ଦୂରେଇ ରୁହନ୍ତୁ। ଉତ୍ସାହର ସହ କାର୍ଯ୍ୟ କରି ସଫଳ ହେବେ। ନିଜ ବୁଦ୍ଧିବଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିରୁ ମୁକୁଳି ପାରିବେ। ବନ୍ଧୁବାନ୍ଧଙ୍କଠାରୁ ସହଯୋଗ ପାଇବେ।

ବିଛା: ନୂତନ କାର୍ଯ୍ୟ କରିବାର ଅବସର ପାଇବେ। କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଗୁରୁଜନଙ୍କ ସହ ଅଧିକ ସମୟ କଟାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ଧନୁ: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ପରିଶ୍ରମର ଫଳ ପାଇବେ। ଦେହ ଓ ମନ ଭଲ ରହିବ। ସନ୍ତାନମାନେ ସ୍ନେହର ଅଧିକାରୀ ହେବେ। ଆତ୍ମବିଶ୍ବାସ ସହ କାର୍ଯ୍ୟ କରିବେ ।

ମକର: ଅନ୍ୟକୁ ଅଧିକ ଗୁରୁତ୍ବ ଦିଅନ୍ତୁ ନାହିଁ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅଧିକ ରୋଜଗାର ପାଇଁ ନିଜ ସୃଜନଶୀଳତା ଉପରେ ଧ୍ୟାନ ଦିଅନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ।

କୁମ୍ଭ: ପାରିବାରିକ ସମସ୍ୟାରେ ଫସି ରହିବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରମାଣ ଦେଇ ଆଗକୁ ବଢ଼ିବେ। ଦୂରଯାତ୍ରାରୁ ସୁଫଳ ପାଇବେ। ବ୍ୟବସାୟରେ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ।

ମୀନ: ବହୁ ଚେଷ୍ଟା ସତ୍ତ୍ବେ ସଫଳ ହେବେ ନାହିଁ। ପାରିବାରିକ ଅଶାନ୍ତି କଷ୍ଟ ଦେଇପାରେ। ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ମହିଳାମାନେ ଚିନ୍ତାରେ ରହିବେ।

Leave A Reply

Your email address will not be published.