ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୨୨-୧୦-୨୦୨୨)

ମେଷ: ଦେହ ଓ ମନ ଭଲ ରହିବ। ପରିବାରରେ ବିବାଦୀୟ ସ୍ଥିତି ଉପୁଜିପାରେ। ଆୟ ଓ ବ୍ୟୟ ସମାନ ରହିବ। ବନ୍ଧୁବାନ୍ଧବଙ୍କଠାରୁ ଆର୍ଥିକ ସହାୟତା ପାଇବେ। ଜୀବନସାଥୀଙ୍କ ସାହାଯ୍ୟ ଲୋଡ଼ିବେ।

ବୃଷ: ଗୃହ ପାଇଁ ନୂତନ ବସ୍ତୁ କ୍ରୟ କରିପାରନ୍ତି। ପଡ଼ୋଶୀଙ୍କ ସହ ସମ୍ପର୍କ ଦୃଢ଼ ହେବ। କଠିନ ପରିଶ୍ରମ କରି ସଫଳତା ହାସଲ କରିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ।

ମିଥୁନ:କୌଣସି ସମସ୍ୟାରେ ପଡ଼ିଯାଇପାରନ୍ତି। ଧାର ମାଗୁଥିବା ବ୍ୟକ୍ତିଙ୍କୁ ଅଣଦେଖା କରିବା ଉଚିତ ହେବ। ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ପ୍ରେମୀ ଯୁଗଳଙ୍କ ପାଇଁ ନୂତନ ରାସ୍ତା ଉନ୍ମୋଚନ ହେବ।

କର୍କଟ: ଦିନଟି ମଧ୍ୟମ ଧରଣର ରହିବ। ନିଷ୍ପତ୍ତି ନେବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। କାହାର ଭାବନାକୁ କ୍ଷତି ପହଞ୍ଚାନ୍ତୁ ନାହିଁ। ବୈବାହିକ ଜୀବନରେ କଳହ ସୃଷ୍ଟି ହୋଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: ଅତୀତ ନିଷ୍ପତ୍ତି ପାଇଁ ମାନସିକ ଅଶାନ୍ତିରେ ପଡ଼ିବେ। ମହିଳାମାନେ ବ୍ୟସ୍ତ ରହିବେ। ଘରୋଇ ସମସ୍ୟା ଦେଖାଦେଇପାରେ।ଛାତ୍ରଛାତ୍ରୀ ପ୍ରିତିଯୋଗିତା ମୂଳକ ପରୀକ୍ଷାରେ କୃତ୍ତକାର୍ଯ୍ୟ ହେବେ।

କନ୍ୟା: ସମାଜରେ ପ୍ରତିଷ୍ଠା ପାଇବେ। ପୁରୁଣା ନିବେଶରୁ ଲାଭାନ୍ବିତ ହେବେ। ମନ ପ୍ରଫୁଲ୍ଲିତ ରହିବ। ସନ୍ତନେ ମାନଙ୍କ ପାଇଁ ଚିନ୍ତିତ ରହିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖକର ହେବ।

ତୁଳା:ଗୋପନୀୟ କଥାକୁ ପ୍ରକାଶ କରନ୍ତୁ ନାହିଁ। ଅନ୍ୟର ଖୁସିରେ ନିଜକୁ ସାମିଲ କରନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ବ୍ୟବସାୟକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି।

ବିଛା: ଦାନପୁଣ୍ୟ କରି ଖୁସି ହେବେ। ଅକସ୍ମାତ୍‌ ଧନଲାଭ ହେବ। ଭାଇଭଉଣୀ ଆପଣଙ୍କ ମତାମତ ନେଇପାରନ୍ତି। ଦାମ୍ପତ୍ୟ ଜୀବନରେ ସାମାନ୍ୟ କଳହ ସୃଷ୍ଟି ହୋଇପାରେ।

ଧନୁ: ମାନସମ୍ମାନ ବୃଦ୍ଧି ପାଇବ। ଆଶଙ୍କାରେ ରହିବେ। ଅଟକି ଯାଇଥିବା କାର୍ଯ୍ୟ ପୂରଣ ହେବ। ଆତ୍ମବିଶ୍ବାସର ସହ କାର୍ଯ୍ୟ କଲେ ସଫଳତା ପାଇବେ। ଜୀବନସାଥୀଙ୍କ ସହଯୋଗ ପାଇବେ।

ମକର: ପରିବାର ପରିଜନଙ୍କ ଧ୍ୟାନ ଆପଣଙ୍କ ଉପରେ ରହିବ। ସମସ୍ୟାରେ ସମ୍ମୁଖୀନ ହୋଇପାରନ୍ତି। ଭ୍ରମଣଯୋଗ ରହିଛି। କୌଣସି କାର୍ଯ୍ୟ କରି ମନସ୍ତାପରେ ରହିପାରନ୍ତି।

କୁମ୍ଭ: ଦିନଟି ମଧ୍ୟମ ଧରଣର ରହିବ। କର୍ମକ୍ଷେତ୍ରରେ ଆଗୁଆ ରହିବେ। ଜମି କ୍ରୟ କରିବା ଗାଡ଼ି ଚଳାଚଳ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ସାଂସାରିକ ଜୀବନ ସୁଖପୂର୍ଣ୍ଣ ରହିବ।

ମୀନ: ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି। କାହାରି କଥାକୁ ସହଜରେ ବିଶ୍ବାସ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ମନୋନିବେଶ କରିବେ। ଜୀବନସାଥୀଙ୍କ ସହ ଭ୍ରମଣରେ ଯାଇପାରନ୍ତି।

Leave A Reply

Your email address will not be published.