ଶନିବାର ରାଶିଫଳ (୨୦-୦୮-୨୦୨୨)

ମେଷ: ବହୁ ଚେଷ୍ଟା ସତ୍ତ୍ବେ ସଫଳ ହେବେ ନାହିଁ। ପାରିବାରିକ ଅଶାନ୍ତି କଷ୍ଟ ଦେଇପାରେ। ନିବେଶ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ମହିଳାମାନେ ଚିନ୍ତାରେ ରହିବେ।
ବୃଷ: ବିଭିନ୍ନ ମାର୍ଗରୁ ସଫଳତା ପାଇବେ । ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଛାତ୍ରୀ ସଙ୍କଟର ସମ୍ମୁଖୀନ ହେବେ। ଜୀବନସାଥୀଙ୍କ ସହ ସମ୍ପର୍କରେ ଭୁଲ୍ ବୁଝାମଣା ଦେଖାଦେଇପାରେ।
ମିଥୁନ: ସମସ୍ତ କାର୍ଯ୍ୟରେ ସଫଳତା ପାଇବେ। କର୍ମକ୍ଷେତ୍ରରେ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବୁଝିବିଚାରି କାର୍ଯ୍ୟ କରନ୍ତୁ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
କର୍କଟ: ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ। ପରିଶ୍ରମର ଫଳ ପାଇବେ। ଦେହ ଓ ମନ ଭଲ ରହିବ। ସନ୍ତାନମାନେ ସ୍ନେହର ଅଧିକାରୀ ହେବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ ।
ସିଂହ: ଭ୍ରାନ୍ତଧାରଣାର ଶିକାର ହୋଇପାରନ୍ତି। ସାଙ୍ଗସାଥୀଙ୍କ ପ୍ରତି ସମ୍ବେଦନଶୀଳ ଭାବ ପ୍ରକାଶ କରିବେ। ଅକସ୍ମାତ୍ ଖର୍ଚ୍ଚ ଆର୍ଥିକ ଚିନ୍ତା ବୃଦ୍ଧି କରାଇପାରେ। ଚଳଚଞ୍ଚଳ ରହିବେ। ଥକ୍କା ଅନୁଭବ କରିବେ।
କନ୍ୟା: ଗୋପନୀୟ କଥା ପ୍ରକାଶ କରିବାରୁ ନିବୃତ୍ତ ରୁହନ୍ତୁ। ଉତ୍ସାହର ସହ କାର୍ଯ୍ୟ କରି ସଫଳ ହେବେ। କିଛିଟା ଉତ୍ତେଜନା ଭିତରେ ଆଗେଇ ଚାଲିବେ। ବନ୍ଧୁବାନ୍ଧଙ୍କଠାରୁ ସହଯୋଗ ପାଇବେ।
ତୁଳା: କୌଣସିକୁ କଥାକୁ ନେଇ ଚିନ୍ତିତ ରହିବେ । ଅର୍ଥ ଅଭାବ ଦେଖାଦେଇ ପାରେ । ବିଭିନ୍ନ କାର୍ଯ୍ୟରେ ବାଧାସୃଷ୍ଟି ହୋଇପାରେ। ଆଶା କରି ଦୁଃଖିତ ହୋଇପାରନ୍ତି। ଛାତ୍ରଛାତ୍ରୀ ପରିଶ୍ରମୀ ହେବେ।
ବିଛା: ନୂତନ କାର୍ଯ୍ୟ କରିବାର ଅବସର ପାଇବେ। କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଗୁରୁଜନଙ୍କ ସହ ଅଧିକ ସମୟ କଟାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।
ଧନୁ: ହଠାତ୍ ଦୂରଯାତ୍ରା କରିପାରନ୍ତି। ଚାକିରିରେ ଚଳଚଞ୍ଚଳ ରହିବେ। ମନକଥା ଜୀବନସାଥୀଙ୍କୁ କହି ଆତ୍ମସନ୍ତୋଷ ପାଇବେ। ସାଙ୍ଗସାଥୀଙ୍କ ସହ ବିବାଦ ଦେଖାଦେଇ ପାରେ। ଆର୍ଥିକ ସ୍ଥିତି ମଜଭୁତ୍ ରହିବ।
ମକର: ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ସମୟର ସଦୁପଯୋଗ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ଆର୍ଥିକ ସମସ୍ୟା ଦୂର ହେବ। ଭବିଷ୍ୟତ ପାଇଁ ନୂତନ ନିବେଶ କରିବେ।
କୁମ୍ଭ: ନିଜ ନିଷ୍ପତ୍ତିରେ ଅଟଳ ରହିବେ। କର୍ମକ୍ଷେତ୍ରରେ ପରିଶ୍ରମୀ ହେବେ। ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଅଯଥା ଖର୍ଚ୍ଚ ଦ୍ବାରା ଅର୍ଥ ଅଭାବ ଦେଖାଦେଇ ପାରେ।
ମୀନ: ପାରିବାରିକ କାର୍ଯ୍ୟରେ ଫସି ରହିବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାର ପ୍ରମାଣ ଦେଇ ଆଗକୁ ବଢ଼ିବେ। ଦୂରଯାତ୍ରାରୁ ସୁଫଳ ପାଇବେ। ବ୍ୟବସାୟରେ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ।