ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୧୯ – ୧୧ -୨୦୨୨ )

ମେଷ: ବୁଝି ବିଚାରି କାର୍ଯ୍ୟ କରି ସଫଳତା ପାଇବେ। ସମ୍ପର୍କରେ ନିବିଡ଼ତା ବଢ଼ିବ। ଆର୍ଥିକ ସ୍ତରରେ ଉନ୍ନତି ଦେଖାଦେବ। କର୍ମକ୍ଷେତ୍ରରେ ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ।

ବୃଷ: ଅକସ୍ମାତ୍‌ ଲାଭବାନ ହୋଇପାରନ୍ତି। ପଦୋନ୍ନତିର ସମ୍ଭାବନା ରହିଛି। ମହିଳାମାନେ ଆତ୍ମନିର୍ଭରଶୀଳା ହେବେ। ଦରକାରୀ ସାମଗ୍ରୀକୁ ଧ୍ୟାନର ସହ ରଖନ୍ତୁ। ସାଙ୍ଗସାଥୀଙ୍କ ସହ ଭଲ ସମୟ କଟିବ।

ମିଥୁନ: ଉତ୍ସାହର ସହ କାର୍ଯ୍ୟ କରି ପ୍ରଶଂସା ସାଉଁଟିବେ। ନୂଆ ଲୋକଙ୍କ ସହ ବନ୍ଧୁତା ସ୍ଥାପନ ହୋଇପାରେ। ନିଜ ଲକ୍ଷ୍ୟ ପୂରଣ କରିବାକୁ ଯାଇ ଅଧିକ ପରିଶ୍ରମୀ ହେବେ।

କର୍କଟ: ଆୟର ପଥ ଉନ୍ମୁକ୍ତ ହେବ। କର୍ମକ୍ଷେତ୍ରରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ। ଛାତ୍ରଛାତ୍ରୀମାନେ ସୁନାମ ପାଇବେ। ମହିଳାମାନେ ଉଚ୍ଚମନା ରହିବେ। ବିଭିନ୍ନ କ୍ଷେତ୍ରରେ ଉନ୍ନତି କରିପାରନ୍ତି।

ଏଥିସହିତ ପଢ଼ନ୍ତୁ

ସିଂହ: ଅନ୍ୟର ସାହାଯ୍ୟ ପାଇ ଆଗେଇ ଚାଲିବେ। ସମାଜରେ ଲୋକପ୍ରିୟତା ବଢ଼ିବ। ମହିଳାମାନେ ସଂସ୍କାରପ୍ରିୟ ହେବେ। ବ୍ୟବସାୟରେ ଲାଭ ମିଳିବ। ବିଦ୍ୟାର୍ଥୀ ଅଧ୍ୟୟନ ପ୍ରିୟ ହେବେ।

କନ୍ୟା: ଅନିଶ୍ଚିତତା କାରଣରୁ କ୍ଷତିରେ ପଡ଼ିପାରନ୍ତି। ନିଜ ବୁଦ୍ଧି ବଳରେ ଜଟିଳ ପରିସ୍ଥିତିର ମୁକାବିଲା କରିବେ। କର୍ମକ୍ଷେତ୍ରରେ ଅଭିଯୋଗ ଆସିପାରେ। ପ୍ରେମ ସମ୍ପର୍କକୁ ନେଇ ପ୍ରତିବନ୍ଧକ ରହିବ। ଛାତ୍ରଛାତ୍ରୀମାନେ ହତୋତ୍ସାହ ରହିବେ।

ତୁଳା: ଭବିଷ୍ୟତ ଯୋଜନା କାର୍ଯ୍ୟକାରୀ ହେବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଦିନଟିରେ ଚଳଚଞ୍ଚଳ ରହିବେ । ପରିବହନ ଓ ବାଣିଜ୍ୟରେ ମନମୁତାବକ ଫଳ ପାଇବେ। ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହେବେ।

ବିଛା: ଅଧାରେ ରହିଯାଇଥିବା କାର୍ଯ୍ୟ ପୂରଣ ହୋଇପାରେ। କିଛି ନୂଆ ଅବସର ପାଇ ଜୀବନରେ ଆଗକୁ ବଢ଼ିପାରନ୍ତି। ଦୂର ସ୍ଥାନକୁ ଯାତ୍ରାଯୋଗ ରହିଛି। କିଛି ନୂଆ କରିବାର ମଉକା ପାଇବେ।

ଧନୁ: ନିଜ ମନ କଥା କହି ଆତ୍ମସନ୍ତୋଷ ପାଇବେ। ଜୋରଜବରଦସ୍ତ ସଫଳତା ପାଇବାକୁ ଚେଷ୍ଟା କରିବେ। ବ୍ୟବସାୟରେ ଆଶାନ୍ବିତ ଫଳ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ।

ମକର: ଭାଇଭଉଣୀଙ୍କ ସହ ତର୍କବିତର୍କ ଦେଖାଦେଇ ପାରେ । ବ୍ୟବସାୟରେ ସଫଳତା ପାଇବାକୁ ଚାହଁୁଥିଲେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଶତ୍ରୁମାନେ ଆପଣଙ୍କ ପ୍ରଗତିରେ ଗତିରୋଧ କରିପାରନ୍ତି।

କୁମ୍ଭ: ବିଭିନ୍ନ ଦିଗରୁ ସଫଳତା ପାଇବେ। ଦୈନନ୍ଦିନ କାର୍ଯ୍ୟରୁ କିଛି ନୂଆ ଶିଖିବାକୁ ପାଇବେ। ଅନ୍ୟକୁ ସାହଯ୍ୟ କରି ଆତ୍ମସନ୍ତୋଷ ପାଇବେ। ପରିବାରରେ ଶୁଭ କାର୍ଯ୍ୟ ଅନୁଷ୍ଠିତ ହୋଇପାରେ।

ମୀନ: କୌଣସି ସୁଯୋଗର ଲାଭ ଉଠାଇ ପାରନ୍ତି। ନୂତନ ନିବେଶରୁ ଧନ ଲାଭର ଯୋଗ ରହିଛି। ସହକର୍ମୀଙ୍କଠାରୁ ପ୍ରଶଂସା ପାଇପାରନ୍ତି। ମହିଳାମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ।

Leave A Reply

Your email address will not be published.