ଶନିବାର ରାଶିଫଳ (୧୮-୦୩-୨୦୨୩)

ମେଷ: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ପୁରୁଣା ସମ୍ପର୍କରେ ଘନିଷ୍ଠତା ବଢ଼ିବ। ବ୍ୟବସାୟରେ ବିକାଶ ଦେଖାଦେବ। ମନରେ ସକାରାତ୍ମକ ଚିନ୍ତାଧାରା ଆସିବ। ନୂତନ ନିଯୁକ୍ତି ସୁଯୋଗ ରହିଛି।

ବୃଷ: କୌଣସି କଥାକୁ ନେଇ ବିବାଦରେ ପଡ଼ିପାରନ୍ତି। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସଫଳତା ପାଇବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ଏଥିସହିତ ପଢ଼ନ୍ତୁ

ମିଥୁନ: ନୂତନ କାର୍ଯ୍ୟ କରିବାକୁ ଆଗ୍ରହୀ ରହିବେ। ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପରିବାର ସଦସ୍ୟଙ୍କ ସହ ମତଭେଦ ଦେଖାଦେଇପାରେ।

କର୍କଟ: ଦିନଟିରେ ଜଗିରହି ଚଳନ୍ତୁ। ସ୍ବାସ୍ଥ୍ୟ ଖରାପ ହୋଇପାରେ। ସନ୍ତାନସନ୍ତତିଙ୍କଠାରୁ ଅଧିକ ଆଶା ରଖିବେ। କାର୍ଯ୍ୟକ୍ଷେତ୍ରରେ ଆଗୁଆ ରହିବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ।

ସିଂହ: ଦେହ ଓ ମନ ଭଲ ରହିବ। ସାଙ୍ଗସାଥୀଙ୍କ ସହ ଭ୍ରମଣଯୋଗ ରହିଛି। ପରିବାରରେ ସୁଖସମୃଦ୍ଧି ଦେଖାଦେବ। ଅର୍ଥନୈତିକ କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ। ନୂତନ ଚିନ୍ତାଧାର ଅନୁଯାୟୀ କାର୍ଯ୍ୟ କରିବେ।

କନ୍ୟା: ଆତ୍ମନିର୍ଭରଶୀଳ ହୋଇ କାର୍ଯ୍ୟ କରିବେ। ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ଜୀବନରେ ନୂତନ ପରିବର୍ତ୍ତନ ଆସିପାରେ। ଭାବନା ଉପରେ ସଂଯମତା ରକ୍ଷା କରନ୍ତୁ।

ତୁଳା: ଦେହ ଓ ମନ ଭଲ ରହିବ। କୋର୍ଟକଚେରୀ ମାମଲାେର ସଫଳତା ମିଳିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଛାତ୍ରଛାତ୍ରୀମାନଙ୍କୁ ସଫଳତା ମିଳିବ। ଜୀବନସାଥୀଙ୍କ ସହଯୋଗ ମିଳିବ।

ବିଛା: ସମୟ ପୂର୍ବରୁ କାର୍ଯ୍ୟ ତୁଲାଇବେ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟର ସହଯୋଗ ପାଇ ଆଗକୁ ବଢ଼ିବେ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧ୍ୟମ ଧରଣର ରହିବ।

ଧନୁ: ଅଧିକ ପରିଶ୍ରମ ଯୋଗୁଁ ଅସୁସ୍ଥ ମନେ କରିବେ। ବରିଷ୍ଠ ଅଧିକରୀଙ୍କ ସାହାଯ୍ୟ ପାଇବେ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖାଦେଇପାରେ। ପାରିବାରିକ ସମସ୍ୟା ଉପୁଜିପାରେ।

ମକର: ଅଯଥା ଖର୍ଚ୍ଚରେ ଅଙ୍କୁଶ ଲଗାନ୍ତୁ। ଆୟ ଭଲ ରହିବ। କ୍ୟାରିୟରରେ ଉନ୍ନତି ପାଇଁ କିଛି ବଡ଼ ପଦକ୍ଷେପ ନେଇ ପାରନ୍ତି। ଧୈର୍ଯ୍ୟର ସହ କାର୍ଯ୍ୟ କରିବା ଫଳରେ ସଫଳତା ପାଇବେ।

କୁମ୍ଭ: ନୂତନ ନିବେଶ କରିପାରନ୍ତି। କର୍ମକ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ଦାମ୍ପତ୍ୟ ସଂପର୍କ ମଧୁର ହେବ। ଗୃହକୁ ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ ।

ମୀନ: ଭାବୁକ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅନୁଭବୀ ଲୋକଙ୍କ ପରାମର୍ଶରେ କାର୍ଯ୍ୟ କରନ୍ତୁ। ପୂର୍ବ କାର୍ଯ୍ୟରୁ ଲାଭବାନ୍‌ ହେବେ। ବିଦେଶ ଯାତ୍ରା ଯୋଗ ରହିଛି।

Leave a comment