ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୧୭ – ୧୨ – ୨୦୨୨ )

ମେଷ: ସମସ୍ତ କାର୍ଯ୍ୟକୁ ସମୟ ପୂର୍ବରୁ ସଂପାଦନ କରିପାରନ୍ତି। ମହିଳାମାନଙ୍କ କୁଶଳତା ପ୍ରକାଶ ପାଇବ। ଅନେକ ଦିନର ଦୁଶ୍ଚିନ୍ତା ଦୂର ହେବ। ବିଭିନ୍ନ ଦିଗରୁ ସହଯୋଗ ପାଇ ଆତ୍ମବିଶ୍ବାସ ବଢ଼ିବ।

ବୃଷ: ମିଳିଥିବା ସୁଯୋଗର ଯଥାର୍ଥ ଉପଯୋଗ କରି ଲାଭବାନ ହେବେ। ଅନ୍ୟ ଉପରେ ନିର୍ଭରଶୀଳ ନ ହୋଇ ନିଜ କାର୍ଯ୍ୟ ନିଜେ କରିବା ଶ୍ରେୟସ୍କର। ଚିନ୍ତାଧାରା ଉନ୍ନତମାନର ହେବ। ମହିଳାମାନେ ସମ୍ବେଦନଶୀଳା ହେବେ।

ମିଥୁନ: ନିଜକୁ ଅସହାୟ ମନେ କରିପାରନ୍ତି। ଖର୍ଚ୍ଚ ପରିମାଣ ଅତ୍ୟଧିକ ବୃଦ୍ଧି ପାଇବ। ଅସୁସ୍ଥତାରୁ ଆରୋଗ୍ୟ ହେବେ। ମଧୁର ବଚନ କହି ପରକୁ ଆପଣାର କରିପାରନ୍ତି। ବିଭିନ୍ନ କ୍ଷେତ୍ରରେ ପଥରୋଧ ଦେଖାଦେଇପାରେ।

କର୍କଟ: ମୂଲ୍ୟବାନ ଦ୍ରବ୍ୟଲାଭ କରିବେ। ରୁଚିକର ଭୋଜନରେ ତୃପ୍ତିଲାଭ କରିବେ। କାର୍ଯ୍ୟର ସଫଳତା ମିଳିବ। ଉଚ୍ଚ ଅଧିକାରୀଙ୍କ ସହ ସମ୍ପର୍କ ନିବିଡ଼ ହେବ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତ ହୋଇପାରେ।

ଏଥିସହିତ ପଢ଼ନ୍ତୁ

ସିଂହ: କଷ୍ଟକର କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧହସ୍ତ ହେବେ। ପରିଶ୍ରମର ଫଳ ମିଳିବ। ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ଦେବ ଦର୍ଶନ ଯୋଗ ରହିଛି। ମହିଳାମାନେ ସ୍ବାଧୀନଚେତା ହେବେ।

କନ୍ୟା: ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଯାନବାହନ ସୁଖ ମିଳିବ। କର୍ମକ୍ଷେତ୍ରରେ କ୍ଷମତାଶାଳୀ ହେବେ। ସାମାଜିକ ଜୀବନରେ ମାନବବାଦୀ ହୋଇପାରନ୍ତି। ନୂତନ କାର୍ଯ୍ୟରେ ଦକ୍ଷତା ହାସଲ କରିବେ।

ତୁଳା: ଯାତାୟାତ ସମୟରେ ସାବଧାନ ରୁହନ୍ତୁ। କାର୍ଯ୍ୟରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ। ବିଭିନ୍ନ ପ୍ରକାର ବାଧାବିଘ୍ନ ଉପୁଜିପାରେ। ମହିଳାମାନେ ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଯୁକ୍ତ ହୋଇପାରେ।

ବିଛା: ପରିବାରରେ ଅଶାନ୍ତି ଦେଖାଦେଇପାରେ। ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ମିଳିବ। ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି।

ଧନୁ: କୌଣସି ବଡ଼ଧରଣର କାର୍ଯ୍ୟ ତୁଲାଇବେ। ସାଂସାରିକ ସୁଖସମୃଦ୍ଧି ପ୍ରାପ୍ତି ହେବ। ପ୍ରଶାସନିକ ସକ୍ରିୟ ରହିବେ। ବ୍ୟବସାୟ ବୃଦ୍ଧି ନିମନ୍ତେ ନୂତନ ରାସ୍ତା ପାଇବେ।

ମକର: ବୁଦ୍ଧି ବଳରେ କାର୍ଯ୍ୟକୁ ନିଜ ଆୟତ୍ତରେ ରଖିବେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ବ୍ୟବହାର କୁଶଳତା ରକ୍ଷା କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ପରିଲକ୍ଷିତ ହେବ।

କୁମ୍ଭ: ବିଭିନ୍ନ ସ୍ତରରୁ ସହଯୋଗ ପାଇପାରନ୍ତି। ମୂଲ୍ୟବାନ ଦ୍ରବ୍ୟ ପାଇ ସନ୍ତୁଷ୍ଟ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି କରିପାରନ୍ତି। କୃଷିକାର୍ଯ୍ୟରେ ନିୟୋଜିତ ହେବେ।

ମୀନ: ନିଜ ପ୍ରଚେଷ୍ଟାରେ ସଫଳତା ପାଇବେ। ଆପଣଙ୍କ କଥା ଅନୁସାରେ ସବୁ କାର୍ଯ୍ୟ ହୋଇପାରେ । ଘରେ ଲାଗିରହିଥିବା ତିକ୍ତତା ଭିନ୍ନମୋଡ଼ ନେବ। ପରିସ୍ଥିତିକୁ ଲକ୍ଷ୍ୟ କରି ନିଜକୁ ବଦଳାଇବାକୁ ଚେଷ୍ଟା କରିବେ।

Leave A Reply

Your email address will not be published.