ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୧୬–୦୭–୨୦୨୨ )

ମେଷ: ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ଆତ୍ମୀୟମାନଙ୍କୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ନିଜ ଦକ୍ଷତାର ପ୍ରମାଣ ଦେବେ। ଆର୍ଥିକ ଅବନତି ଦେଖାଦେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ବୃଷ: ଗୁରୁଜନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। କର୍ମକ୍ଷେତ୍ରରେ ନୂତନ ସହକର୍ମୀଙ୍କ ସହ ଘନିଷ୍ଠତା ବଢ଼ିପାରେ। ବନ୍ଧୁବର୍ଗଙ୍କଠାରୁ ସହଯୋଗ ପାଇବେ। ଅର୍ଥପ୍ରାପ୍ତିର ନୂତନ ମାର୍ଗ ଉନ୍ମୁକ୍ତ ହେବେ।

ମିଥୁନ: କଷ୍ଟକର କାର୍ଯ୍ୟଗୁଡ଼ିକ ସହଜରେ ସମାପନ ହେବ। କର୍ମକ୍ଷେତ୍ରରୁ ବିଦେଶ ଭ୍ରମଣ ପାଇଁ ସୁଯୋଗ ରହିଛି। ଛାତ୍ରଛାତ୍ରୀ କ୍ୟାରିୟରରେ ଉନ୍ନତି କରିବେ। ଦମ୍ପତିଙ୍କ ମଧ୍ୟରେ ମାନସିକ ଅଶାନ୍ତି ବୃଦ୍ଧି ପାଇବ।

କର୍କଟ: ଦିନଟି ହର୍ଷୋଲ୍ଲାସରେ କଟିବ। ଧନସମ୍ମାନ ପ୍ରାପ୍ତି ହୋଇପାରେ। ବନ୍ଧୁବାନ୍ଧବଙ୍କଠାରୁ ସାହାଯ୍ୟ ପାଇବେ। ଦରକାରୀ କାଗଜପତ୍ରକୁ ଧ୍ୟାନର ସହ ରଖନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ମଧୁର ହେବ।

ଏଥିସହିତ ପଢ଼ନ୍ତୁ

ସିଂହ: ଭବିଷ୍ୟତ ପାଇଁ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସଫଳତା ପାଇବାର ସମ୍ଭାବନା ରହିଛି। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଅଧିକ ସମୟ ସନ୍ତାନସନ୍ତତିଙ୍କ ସହ କଟାଇବେ।

କନ୍ୟା: ସାମାଜିକ ମିଳିମିଶା ବଢ଼ିବାକୁ ଲାଗିବ। ସାଙ୍ଗସାଥୀଙ୍କ ସହ ସମୟ ବିତିବ। କାର୍ଯ୍ୟରେ ମନୋନିବେଶ କରନ୍ତୁ। ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ସହଯୋଗ ପାଇବେ। ବ୍ୟବସାୟରେ ଉନ୍ନତି କରିବା ସୁଯୋଗ ପାଇବେ।

ତୁଳା: କାଳ୍ପନିକ ଦୁନିଆରେ ନିଜକୁ ହଜାଇ ରଖିବେ। କର୍ମକ୍ଷେତ୍ରରେ ସୃଜନଶୀଳତାର ପରିଚୟ ପ୍ରଦାନ କରିବେ। ମାତାପିତାଙ୍କଠାରୁ ଆଶୀର୍ବାଦ ପାଇପାରିବେ। ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇପାରେ।

ବିଛା: ବିଭିନ୍ନ କ୍ଷେତ୍ରରେ ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କର୍ମକ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ବିପକ୍ଷରେ ରହିପାରେ। ଅଯଥା କଥାରୁ ଦୂରେଇ ରୁହନ୍ତୁ। ନୂତନ ନିଯୁକ୍ତି ସୁଯୋଗ ରହିଛି।

ଧନୁ: ନିଜ ଦାୟିତ୍ୱକୁ ସୁଚାରୁରୂପରେ ସମାପନ କରିବେ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ। ବନ୍ଧୁବାନ୍ଧବଙ୍କ ଆଗମନ ଘଟିବ। ଦୀର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ।

ମକର: ମନରେ ସକାରାତ୍ମକ ଚିନ୍ତା ରଖନ୍ତୁ। କର୍ମକ୍ଷେତ୍ରରେ ଅପଦସ୍ତ ହୋଇପାରନ୍ତି। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ଦରକାରୀ କାଗଜପତ୍ର ଦାୟିତ୍ୱର ସହ ରଖନ୍ତୁ। ନୂତନ ନିବେଶ କରି ଲାଭବାନ ହେବେ।

କୁମ୍ଭ: ପ୍ରିୟଜନଙ୍କ ପାଇଁ ସମ୍ବେଦନଶୀଳ ହୋଇ ପଡ଼ିବେ। ନୂତନ ନିବେଶ କରିବାରୁ ନିବୃତ୍ତ ରୁହନ୍ତୁ। ରାସ୍ତାରେ ସତର୍କତା ଅବଲମ୍ବନ କରନ୍ତୁ। ପାରିବାରିକ ସମ୍ପର୍କରେ ତିକ୍ତତା ଦେଖା ଦେଇପାରେ।

ମୀନ: କୌଣସି ନିଷ୍ପତ୍ତିକୁ ନେଇ ଦ୍ଵନ୍ଦରେ ପଡ଼ିଯାଇ ପାରନ୍ତି। ବ୍ୟବସାୟରେ ଲାଭ କମ୍‌ ହୋଇପାରେ। କର୍ମକ୍ଷେତ୍ରରେ ଚିନ୍ତାଜନକ ପରିସ୍ଥିତି ଉପୁଜିପାରେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ନିବିଡ଼ତା ବଢ଼ିବ।

Leave A Reply

Your email address will not be published.