ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୧୪-୦୫-୨୦୨୨ )

ମେଷ: ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ। ବାଦବିବାଦରୁ ଦୂରେଇ ରୁହନ୍ତୁ। ବ୍ୟବସାୟରେ ଲାଭବାନ ହେବେ। ଭବିଷ୍ୟତ ପାଇଁ ନୂତନ ଯୋଜନା କରିବେ। ପରିବାରବର୍ଗଙ୍କ ସହ ଉତ୍ତମ ବୁଝାମଣା ରହିବ।

ବୃଷ: ଦିନଟି ଭଲରେ କଟିବ। ସମସ୍ୟାର ସମାଧାନ ହେବ। ସହକର୍ମୀଙ୍କ ସାହାଯ୍ୟ ପାଇବେ। ପାରିବାରିକ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି। ନୂତନ ନିଯୁକ୍ତି ସୁଯୋଗ ରହିଛି।

ମିଥୁନ: ନିଜ ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। କୌଣସି କାର୍ଯ୍ୟକୁ ନେଇ ଭ୍ରମରେ ପଡ଼ିବେ। ନିଜସ୍ବ ମାମଲାରେ ସାଙ୍ଗସାଥୀଙ୍କର ହସ୍ତକ୍ଷେପ ଦେଖା ଦେଇପାରେ। ଜୀବନସାଥୀଙ୍କ ସହଯୋଗ ମିଳିବ।

କର୍କଟ: ଦିନଟି ମଧ୍ୟମ ଧରଣର ରହିବ। ପ୍ରକୃତି ପ୍ରେମୀମାନଙ୍କ ପାଇଁ ଦିନଟି ସନ୍ତୋଷଜନକ ରହିବ। ଆୟ ତୁଳନାରେ ବ୍ୟୟ ଅଧିକ ରହିବ। ନୂତନ ସମ୍ପର୍କ ସ୍ଥାପନ ଯୋଗ ରହିଛି।

ଏଥିସହିତ ପଢ଼ନ୍ତୁ

ସିଂହ: ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। କାହାରିକୁ ଧାର ଦେବା ଉଚିତ ହେବ ନାହିଁ। ସାହସର ସହ କାର୍ଯ୍ୟ କରିଚାଲନ୍ତୁ। ଆର୍ଥିକ ସ୍ଥିତି ମଜଭୁତ୍‌ ରହିବ।

କନ୍ୟା: ଦୀର୍ଘ ଦିନ ଧରି ଚାଲିଥିବା କାର୍ଯ୍ୟଟି ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ। ପରିବାର ପରିଜନଙ୍କ ସହ ତୀର୍ଥସ୍ଥଳୀକୁ ଯାଇପାରନ୍ତି। କର୍ମକ୍ଷେତ୍ରରେ ସମସ୍ତଙ୍କର ସହଯୋଗ ପାଇବେ।

ତୁଳା: ଆଜି ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିବେ। ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ। ଅସୁସ୍ଥ ଅନୁଭବ କରିପାରନ୍ତି। ନୂତନ ବିଚାରବୁଦ୍ଧି ବଳରେ ସଫଳତା ପାଇବେ। ଆଶା କରୁଥିବା ଦିଗରୁ ସାହାଯ୍ୟ ପାଇବେ।

ବିଛା: ଦେହ ଓ ମନ ପ୍ରସନ୍ନ ରହିବ। ଆର୍ଥିକ ସ୍ଥିତି ମଜଭୁତ୍‌ ରହିବ। କପଡ଼ା ବ୍ୟବସାୟୀ ଅଧିକ ଲାଭ ପାଇବେ। ଜୀବନସାଥୀଙ୍କ ସହ ସମ୍ପର୍କ ମଧୁର ରହିବ। ବନ୍ଧୁବାନ୍ଧବଙ୍କ ଆଗମନ ଘଟିବ।

ଧନୁ: ପୂର୍ବରୁ କରିଥିବା ନିବେଶରୁ ଲାଭାନ୍ବିତ ହେବେ। ମାନସମ୍ମାନର ଅଧିକାରୀ ହେବେ। ଗୁରୁଜନଙ୍କ ସହ ସମୟ ବିତାନ୍ତୁ। ଭାବିଚିନ୍ତି କାର୍ଯ୍ୟ କଲେ ସଫଳତା ପାଇବେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କ ମଧୁର ହେବ।

ମକର: ଦିନଟି ମଧ୍ୟମ ଧରଣର ରହିବ। କର୍ମକ୍ଷେତ୍ରରେ ସସସ୍ୟା ଉପୁଜିପାରେ। ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ। ନୂତନ ଯାନବାହନ କ୍ରୟ କରିପାରନ୍ତି। ପରିବାରରେ ସୁଖଶାନ୍ତିର ବାତାବରଣ ରହିବ।

କୁମ୍ଭ: ଗରୁଜନଙ୍କ ସହ ମତାନ୍ତର ଦେଖାଦେବ। ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ଯାଇ ନୂତନ ପୁଞ୍ଜି ବିନିଯୋଗ କରିବେ। ଭ୍ରମଣଯୋଗ ରହିଛି। ମନରେ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇପାରେ ।

ମୀନ: ନିଜର ଚିନ୍ତାଧାରାକୁ କାର୍ଯ୍ୟରେ ରୂପାନ୍ତରିତ କରିବେ। ବିବାଦୀୟ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ଉତ୍ତମ ବୁଝାମଣା ଦେଖାଦେବ। ସାଙ୍ଗସାଥୀଙ୍କ ସହ ଦିନଟି ଉତ୍ସାହପୂର୍ଣ୍ଣ ରହିବ।

Leave A Reply

Your email address will not be published.