ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୧୪-୦୧-୨୦୨୩ )

ମେଷ: ବହୁଚେଷ୍ଟା ସତ୍ତ୍ୱେ ଅସଫଳ ହେବେ। କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟଭାର ରହିବ। ପରିବାରରେ ବିବାଦୀୟ ପରିସ୍ଥିତି ଉପୁଜିପାରେ । ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀ ଚିନ୍ତାରେ ରହିବେ।

ବୃଷ: ନିଜର ସାମର୍ଥ୍ୟ ଅନୁଯାୟୀ ଉନ୍ନତି କରିବେ। ରାଜନୀତିରେ ସକ୍ରିୟ ଭୂମିକା ରହିବ। ମହିଳାମାନେ ବୁଦ୍ଧିମତାର ପରିଚୟ ଦେବେ। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଆଶାଜନକ ଫଳ ମିଳିବ।

ମିଥୁନ: ଦୀର୍ଘ ଦିନର ସମସ୍ୟାରୁ ମୁକ୍ତି ପାଇବେ। ପଡ଼ୋଶୀଙ୍କ ସହଯୋଗ ମିଳିବ। ରାଜନୀତିରେ ଲୋକପ୍ରିୟ ହେବେ। ଶିଳ୍ପ ଓ ବାଣିଜ୍ୟ ଲାଭଜନକ ରହିବ। ଛାତ୍ରଛାତ୍ରୀ ଉଚ୍ଚମନା ହେବେ।

କର୍କଟ: କର୍ମକ୍ଷେତ୍ରରେ ସହଯୋଗ ପାଇବେ। ରାଜନୀତିରେ ସୁନାମ ପାଇବେ। ମହିଳାମାନେ ହର୍ଷୋଲ୍ଲାସରେ ରହିବେ। ବାଣିଜ୍ୟରେ ଶୁଭଫଳ ମିଳିବ। ଛାତ୍ରଛାତ୍ରୀ ଭ୍ରମଣପ୍ରିୟ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ହେବାକୁ ଥିବା କାର୍ଯ୍ୟ ଅଳ୍ପକେ ବିଗିଡ଼ି ଯାଇପାରେ। ରାଜନୀତିରେ ପ୍ରତିଦ୍ବନ୍ଦ୍ବିତା ରହିବ। କର୍ମକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କର ଚାପ ରହିବ। ବାଣିଜ୍ୟରେ ସମସ୍ୟା ରହିବ। ଛାତ୍ରଛାତ୍ରୀ ଆଳସ୍ୟ ରହିବେ।

କନ୍ୟା: ଅନେକ ଦିନର ସ୍ୱପ୍ନ ସାକାର ହେବ। ପ୍ରଶାସନିକ ଓ ରାଜନୀତିରେ ଉଚ୍ଚ ସମ୍ମାନ ପାଇବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତି ହେବ। ଛାତ୍ରଛାତ୍ରୀ ଯଶ ପାଇବେ।

ତୁଳା: କର୍ମକ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ। ସାଂସାରିକ ସୁଖ ଶାନ୍ତି ମିଳିବ। ରାଜନୀତିରେ ନେତୃତ୍ବ ବୃଦ୍ଧି ପାଇବ। ବାଣିଜ୍ୟରେ ସଞ୍ଚୟ ହେବ। ଛାତ୍ରଛାତ୍ରୀ କୃତକାର୍ଯ୍ୟ ହେବେ।

ବିଛା: ଯୋଜନା ଅସଫଳ ହେବ। ରାଜନୀତିରେ ସମସ୍ୟା ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟଭାର ରହିବ। ମହିଳାମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିପାରନ୍ତି। ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ପ୍ରତିକୂଳ ରହିବ।

ଧନୁ: ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସ୍ଥାନାନ୍ତର ହୋଇପାରେ। ମହିଳାମାନେ ନିରାଶ ରହିବେ। ବାଣିଜ୍ୟରେ ହାନି ହୋଇପାରେ। ଛାତ୍ରଛାତ୍ରୀ ତ୍ରୁଟି କରିପାରନ୍ତି।

ମକର: କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ଉଭୟେ ପ୍ରେମ ଓ ଦାମ୍ପତ୍ୟ ସୁଖମୟ ରହିବ। ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। କଳା,ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ପାଇବେ। ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବେ।

କୁମ୍ଭ: ପରିଶ୍ରମର ଫଳ ମିଳିବ। କର୍ମକ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ ରହିେବ। ରାଜନୀତିରେ ସକ୍ରିୟ ରହିବେ। ମହିଳାମାନେ କର୍ମତତ୍ପର ରହିବେ। ବାଣିଜ୍ୟରେ ଲାଭ ମିଳିବ। ଛାତ୍ରଛାତ୍ରୀ ଦୃଢ଼ମନା ରହିବେ।

ମୀନ: ଅସ୍ଥିରତା କାରଣରୁ କାର୍ଯ୍ୟରେ ତ୍ରୁଟି କରିପାରନ୍ତି। ରାଜନୀତିରେ ଅଶାନ୍ତ ପରିସ୍ଥିତି ରହିପାରେ। କର୍ମକ୍ଷେତ୍ରରେ ଅସହଯୋଗ ରହିବ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଛାତ୍ରଛାତ୍ରୀ ଅସ୍ଥିର ରହିବେ।

Leave A Reply

Your email address will not be published.