ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୧୧-୦୬-୨୦୨୨)

ମେଷ: ମାନସିକ ଅବସାଦରେ ରହିପାରନ୍ତି। ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ। ଛାତ୍ରଛାତ୍ରୀଙ୍କୁ ସଫଳତା ପାଇବାକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

ବୃଷ: ଆଜି ଯେଉଁ କାର୍ଯ୍ୟକୁ ଆରମ୍ଭ କରିବେ ସେଥିରେ ସଫଳ ହେବେ। ପରିବାର ସହ ଭ୍ରମଣ ଯୋଗ ରହିଛି। ଦ୍ବନ୍ଦ୍ବରେ ପଡ଼ି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କ୍ୟାରିୟର ପାଇଁ ନୂତନ ପଥ ଉନ୍ମୁକ୍ତ ହେବ।

ମିଥୁନ: ଗୁରୁଜନଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଭାଇଭଉଣୀଙ୍କ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ନିଜ ପ୍ରତିଭାକୁ ପ୍ରମାଣିତ କରିବାର ସୁଯୋଗ ପାଇବେ।

କର୍କଟ: ପରିବାର ମଧ୍ୟରେ ଉତ୍ତମ ବୁଝାମଣା ଦେଖାଯିବ। ବ୍ୟବସାୟରେ ଲାଭବାନ ହେବେ। ବିଶ୍ବାସ କରୁଥିବା ବ୍ୟକ୍ତିଙ୍କଠାରୁ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ। ବିଦେଶ ଯାତ୍ରା ଯୋଗ ରହିଛି।

ଏଥିସହିତ ପଢ଼ନ୍ତୁ

ସିଂହ: ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ପାରନ୍ତି। ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଦେବ। ଭାବନାକୁ ନିୟନ୍ତ୍ରଣ କରି କାର୍ଯ୍ୟ କରନ୍ତୁ। ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖକର ହେବ।

କନ୍ୟା: ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଜୀବନରେ ପରିବର୍ତ୍ତନ ଆଣିପାରେ। ନୂତନ ନିଯୁକ୍ତି ସୁଯୋଗ ରହିଛି। ପୁରୁଣା ନିବେଶରୁ ଲାଭାନ୍ବିତ ହେବେ। ପରିବାର ସହ ବୁଲାବୁଲି କରିବାକୁ ଯାଇପାରନ୍ତି।

ତୁଳା: ଉଦାର ମନରେ ଅନ୍ୟକୁ ସାହାଯ୍ୟ କରି ସନ୍ତୋଷ ଅନୁଭବ କରିବେ। ନିବେଶ କରିବା ପୂର୍ବରୁ ସାବଧାନତା ଅବଲମ୍ବନ କରନ୍ତୁ। କୋର୍ଟକଚେରୀ ମାମଲାରେ ପଡ଼ିଯାଇପାରନ୍ତି। ପାରିବାରିକ ସମ୍ପର୍କ ସୁଦୃଢ଼ ହେବ।

ବିଛା: ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ। ରାଜନୀତି କ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ପାଇବ। ଧନଲାଭର ଯୋଗ ରହିଛି। ଆଗକୁ ଉନ୍ନତି କରିବା ପାଇଁ ନୂତନ ଯୋଜନା କରିବେ।

ଧନୁ: ଅବସାଦରେ ରହି ମନର ଶାନ୍ତି ଭଗ୍ନ ହେବ। କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। ଅନ୍ୟ ଉପରେ ଅଧିକ ଭରସା କରନ୍ତୁ ନାହିଁ। ପ୍ରେମ ଜୀବନରେ ରୋମାଞ୍ଚ ସୃଷ୍ଟି ହୋଇପାରେ।

ମକର: ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ସାଙ୍ଗସାଥୀଙ୍କ ସହ ସମ୍ପର୍କ ସୁଦୃଢ଼ ହେବ। ସହକର୍ମୀଙ୍କ ସହଯୋଗରେ ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ସରକାରୀ କାର୍ଯ୍ୟ ସହଜରେ ପୂରଣ ହେବ।

କୁମ୍ଭ: ପାରିବାରିକ ସମସ୍ୟାକୁ ପ୍ରାଧାନ୍ୟ ଦେବେ। ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ କରି ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ଅଧିକ ପରିଶ୍ରମୀ ହେବେ। ବୈବାହିକ ଜୀବନରେ ତିକ୍ତତା ଦେଖାଦେବ।

ମୀନ: ଭବିଷ୍ୟତ ସହ ଜଡ଼ିତ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ବରିଷ୍ଠ ଅଧିକାରୀଙ୍କ ସହ ସମ୍ପର୍କ ନିବିଡ଼ତା ଦେଖାଦେବ। ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ।

Leave A Reply

Your email address will not be published.