ଶନିବାର ରାଶିଫଳ ( ୦୮ – ୦୧ -୨୦୨୨ )

ମେଷ: କର୍ମକ୍ଷେତ୍ରରେ ସମସ୍ୟା ରହିବ। ରାଜନୀତିରେ ପ୍ରତିଦ୍ବନ୍ଦିତା ଦେଖାଦେବ । ମହିଳାମାନେ ଉଦାସ ରହିବେ। ଚାକିରିରେ କାର୍ଯ୍ୟବହୁଳ ରହିବ । ବାଣିଜ୍ୟରେ ମାନ୍ଦା ରହିବେ । ଶିକ୍ଷାର୍ଥୀ ଅସ୍ଥିରମନା ରହିବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ- ହଳଦିଆ ।

ବୃଷ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ପ୍ରଶାସନିକ ଓ ରାଜନୀତିରେ ଧନ ସମ୍ମାନ ପାଇବେ । ଚାକିରିରେ ନିଷ୍ଠାପର ରହିବେ । ଶିଳ୍ପ ଓ ବାଣିଜ୍ୟରେ ସମୃଦ୍ଧି ପ୍ରାପ୍ତି ହେବ । ଶିକ୍ଷାର୍ଥୀ ଉତ୍ସାହିତ ରହିବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ ।

ଏଥିସହିତ ପଢ଼ନ୍ତୁ

ମିଥୁନ: କର୍ମକ୍ଷେତ୍ରର ପରିସର ବୃଦ୍ଧି ପାଇବ । ରାଜନୀତିରେ ସକ୍ରିୟ ରହିବେ । ଚାକିରିରେ ପଦୋନ୍ନତି ହୋଇପାରେ । ମହିଳାମାନେ ଆଦରଣୀୟ ରହିବେ ଶିଳ୍ପ ଓ ବାଣିଜ୍ୟରେ ଆୟବୃଦ୍ଧି ହେବ । ଶିକ୍ଷାର୍ଥୀ ଉତ୍ତୀର୍ଣ୍ଣ ହେବେ । ଶୁଭ ଅଙ୍କ-୬, ଶୁଭ ରଙ୍ଗ – ପିଙ୍କ

କର୍କଟ:ଶୃଙ୍ଖଳିତ ଧାରାରେ କାର୍ଯ୍ୟ କରି ସଫଳ ହେବେ। ରାଜନୀତିରେ ଜନସେବାରେ ବ୍ରତୀ ହେବେ । ମହିଳାମାନେ ଧର୍ମ ପରାୟଣା ହେବେ । ବାଣିଜ୍ୟରେ ଲାଭ ମିଳିବ । ଶିକ୍ଷାର୍ଥୀ ଆଜ୍ଞାଧୀନ ରହିବେ । ଶୁଭ ଅଙ୍ଗ-୨, ଶୁଭ ରଙ୍ଗ-ସିଲଭର୍।

ସିଂହ: ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହୋଇପାରନ୍ତି । ସାଂସାରିକ ଦୁଶ୍ଚିନ୍ତାରେ ରହିବେ । ରାଜନୀତିରେ ଜଟିଳ ପରିସ୍ଥିତି ରହିବ। ପରିବହନ ଓ ବାଣିଜ୍ୟରେ କ୍ଷତି ହୋଇପାରେ । ଶିକ୍ଷାର୍ଥୀ ହତୋତ୍ସାହ ରହିବେ। ଶୁଭ ଅଙ୍କ-୯, ଶୁଭ ରଙ୍ଗ- ମେରୁନ୍।

କନ୍ୟା: ଦିନଟି ସୁଖସନ୍ତୋଷ ଭିତରେ ଗତି କରିବେ । ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ। ଚାକିରିରେ କର୍ତ୍ତୃପକ୍ଷଙ୍କ ଆସ୍ଥାଭାଜନ ହେବେ । ବାଣିଜ୍ୟରେ ଆୟବୃଦ୍ଧି ହେବ । ଶିକ୍ଷାର୍ଥୀ ସଫଳତା ପାଇବେ | ଶୁଭ ଅଙ୍କ-୫, ଶୁଭ ରଙ୍ଗ- ସବୁଜ ।

ତୁଳା: ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ତୁଲାଇବେ। ମହିଳାମାନେ ଚଳଚଞ୍ଚଳ ରହିବେ। ରାଜନୀତିରେ ଶତ୍ରୁ ପ୍ରଶମିତ ହେବେ। ବାଣିଜ୍ୟରେ ଲାଭାନ୍ବିତ ହେବେ । ଶିକ୍ଷାର୍ଥୀ ଅଧ୍ୟୟନ ପ୍ରିୟ ହେବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ- ସିଲଭର୍ ।

ବିଛା: ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ସନ୍ତାନସନ୍ତତିଙ୍କୁ ନେଇ ଖୁସିରେ ରହିବେ । ଚାକିରିରେ ସମ୍ମାନ ପାଇବେ | ବାଣିଜ୍ୟ ଲାଭଜନକ ରହିବ । ଶିକ୍ଷାର୍ଥୀ ଦୃଢ଼ମନା ରହିବେ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ- ହଳଦିଆ ।

ଧନୁ: କର୍ମକ୍ଷେତ୍ରରେ ପ୍ରତାରଣା ପାଇ ପାରନ୍ତି। ଚାକିରିରେ ସମସ୍ୟା ରହିବ। ରାଜନୀତିରେ ଷଡ଼ଯନ୍ତ୍ରରେ ପଡ଼ିପାରନ୍ତି। ବାଣିଜ୍ୟରେ ପ୍ରତିବନ୍ଧକ ରହିବ। ଶିକ୍ଷାର୍ଥୀ ଉତ୍ତେଜନାରେ ରହିବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ- ନୀଳ।

ମକର: କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳ ହେବ। ଭ୍ରାତୃ ଭଗ୍ନୀଙ୍କର ସହଯୋଗ ମିଳିବ। ଚାକିରିରେ ପଦୋନ୍ନତି ହୋଇପାରେ । ବାଣିଜ୍ୟରେ ଉତ୍ତମ ଲାଭ ମିଳିବ । ଶିକ୍ଷାର୍ଥୀ ନିଷ୍ଠାରେ ରହିବେ । ଶୁଭ ଅଙ୍କ – ୬, ଶୁଭ ରଙ୍ଗ – ସିଲ୍‌ଭର୍।

କୁମ୍ଭ: ଦିନଟି ଚଳଚଞ୍ଚଳ ରହିବେ। ଚାକିରିରେ ଦାୟିତ୍ଵବୋଧ ରହିବ। ମହିଳାମାନେ ପରିଶ୍ରମୀ ହେବେ । ପରିବହନ ଓ ବାଣିଜ୍ୟ ଲାଭଜନକ ରହିବ। ଶିକ୍ଷାର୍ଥୀ ଅନୁଶାସନ ଭିତରେ ରହିବ । ଶୁଭ ଅଙ୍କ- ୩, ଶୁଭ ରଙ୍ଗ – ଗୋଲଡେନ୍ ।

ମୀନ: ଦିନଟି ହର୍ମୋଲ୍ଲାସ ଭିତରେ କଟିବ। ଚାକିରିରେ ସହଯୋଗ ପାଇବେ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ । ଶିକ୍ଷାର୍ଥୀ ସଫଳ ହେବ | ଶୁଭ ଅଙ୍କ-୨, ଶୁଭ ରଙ୍ଗ – ସିଲଭର୍।

Sakala Whatsapp
Leave a comment