ଶନିବାର ରାଶିଫଳ ( ୦୫ – ୧୧ –୨୦୨୨ )

ମେଷ: ପରିବାରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇ ପାରେ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ମୂଲ୍ୟବାନ ଜିନିଷ କ୍ରୟ କରିପାରନ୍ତି। ବୈବାହିକ ଜୀବନରେ ଶାନ୍ତି ରହିବ।

ବୃଷ: ଦିନଟି ଭଲରେ କଟିବ। କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପାରିବାରିକ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି। ସାଙ୍ଗସାଥୀଙ୍କ ସହ ଅଧିକ ସମୟ କଟାଇବେ। ମନର ଶାନ୍ତି ପାଇଁ ଭଗବାନଙ୍କ ଦର୍ଶନ କରନ୍ତୁ।

ଏଥିସହିତ ପଢ଼ନ୍ତୁ

ମିଥୁନ: ସମୟ ଓ ସୁଯୋଗର ସଠିକ୍‌ ଉପଯୋଗ କରିବେ। କୌଣସି ଶୁଭ ଖବର ପାଇଁ ଉତ୍ସାହିତ ହେବେ। ନିଜ ବୁଦ୍ଧି ବଳରେ ପରିସ୍ଥିତିକୁ ସମ୍ଭାଳିନେବେ। ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇପାରେ।

କର୍କଟ: ଆଶା କରି ନଥିବା ଦିଗରୁ ଧନଲାଭ କରିପାରନ୍ତି। କୋର୍ଟକଚେରୀ ମାମଲାରୁ ଦୂରେଇ ରୁହନ୍ତୁ। ସମୟର ସଦୁପଯୋଗ କରନ୍ତୁ। ପ୍ରେମ ସମ୍ପର୍କରେ ନିବିଡ଼ତା ବଢ଼ିବ।

ସିଂହ: ପରିବାରରେ ସୁଖସମୃଦ୍ଧି ବୃଦ୍ଧି ପାଇବ। ଦେହ ଓ ମନ ଭଲ ରହିବ। କର୍ମକ୍ଷେତ୍ରରେ ଆତ୍ମବିଶ୍ବାସର ସହ କାର୍ଯ୍ୟ କରିବେ। ଦୀର୍ଘଦିନର ସମସ୍ୟାର ସମାଧାନ ଘଟିବ।

କନ୍ୟା: ବ୍ୟସ୍ତତା ମଧ୍ୟରେ ରହି ଅସୁସ୍ଥ ମଣିବେ। ସହକର୍ମୀଙ୍କ ସହ ମତାନ୍ତର ଦେଖାଦେଇପାରେ। ଦ୍ବନ୍ଦ୍ବରେ ପଡ଼ି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।ଛାତ୍ରଛାତ୍ରୀମାନେ ଲେଖାପଢ଼ାରେ ଆଗୁଆ ରହିବେ।

ତୁଳା : ପରିଶ୍ରମ ଅନୁସାରେ ଫଳ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ବ୍ୟବସାୟରେ ଆଂଶିକ ଭାବରେ ଲାଭ ପାଇବେ। ଜୀବନସାଥୀଙ୍କଠାରୁ ସହଯୋଗ ପାଇ ଆଗକୁ ବଢ଼ିବେ। ଯାତ୍ରାଯୋଗ ରହିଛି।

ବିଛା: ନୂତନ କାର୍ଯ୍ୟ କରିବାର ଅବସର ପାଇବେ। କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ଗୁରୁଜନଙ୍କ ସହ ଅଧିକ ସମୟ କଟାଇବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ।

ଧନୁ: ହଠାତ୍‌ ଦୂରଯାତ୍ରା କରିପାରନ୍ତି। ଚାକିରିରେ ଚଳଚଞ୍ଚଳ ରହିବେ। ମନକଥା ଜୀବନସାଥୀଙ୍କୁ କହି ଆତ୍ମସନ୍ତୋଷ ପାଇବେ। ସାଙ୍ଗସାଥୀଙ୍କ ସହ ବିବାଦ ଦେଖାଦେଇ ପାରେ। ଆର୍ଥିକ ସ୍ଥିତ ମଜଭୁତ ରହିବ।

ମକର: ଖୁସି ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ସମୟର ସଦୁପଯୋଗ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋନିବେଶ କରିବେ। ଆର୍ଥିକ ସମସ୍ୟା ଦୂର ହେବ। ଭବିଷ୍ୟତ ପାଇଁ ନୂତନ ନିବେଶ କରିବେ।

କୁମ୍ଭ: ନିଜ ନିଷ୍ପତ୍ତିରେ ଅଟଳ ରହିବେ। କର୍ମକ୍ଷେତ୍ରରେ ପରିଶ୍ରମୀ ହେବେ। ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। ଅଯଥା ଖର୍ଚ୍ଚ ଦ୍ବାରା ଅର୍ଥାଭାବ ଦେଖାଦେଇ ପାରେ।

ମୀନ: ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ନିଜ ଦକ୍ଷତାର ପରିଚୟ ପ୍ରମାଣ ଦେଇ ଆଗକୁ ବଢ଼ିବେ। ଦୂରଯାତ୍ରାରୁ ସୁଫଳ ପାଇବେ। ବ୍ୟବସାୟରେ ଗୁରୁଜନଙ୍କ ପରାମର୍ଶ ଲୋଡ଼ିବେ।

Leave a comment