ଶନିବାର ରାଶିଫଳ (୦୪-୦୬-୨୦୨୨)

ମେଷ: ଭାବନାରେ ବୁଡ଼ି ରହିବେ। ନୂତନ ନିବେଶ କରି ଲାଭବାନ ହେବେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ତରବରିଆ ଭାବରେ ନିଷ୍ପତ୍ତି ନିଅନ୍ତୁ ନାହିଁ।
ବୃଷ: ଦାମ୍ପତ୍ୟ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ। କୌଣସି ମାର୍ଗରୁ ଧନ ପ୍ରାପ୍ତି ଯୋଗ ରହିଛି। ଶୁଭ ଖବର ପାଇ ଉତ୍ସାହିତ ହେବେ। କର୍ମକ୍ଷେତ୍ରରେ କାର୍ଯ୍ୟ ସୂଚାରୁ ରୂପରେ କରିବେ।
ମିଥୁନ: ଅନ୍ୟ ଉପରେ ଅଧିକ ଭରସା କରି କଷ୍ଟ ପାଇବେ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଅର୍ଥ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ତିକ୍ତତା ଉପୁଜିପାରେ ।
କର୍କଟ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପୂରଣ ହେବ। ଖୁବ୍ କମ୍ ସମୟରେ ଅଧିକ କାର୍ଯ୍ୟ ସମାପନା କରନ୍ତୁ। ସାଙ୍ଗସାଥୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ଲାଭବାନ ହେବେ।
ସିଂହ: ଭାବନା ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟପ୍ରତି ହେଳା କରିପାରନ୍ତି। ବନ୍ଧୁବାନ୍ଧବଙ୍କ ସହ ମତଭେଦ ଦେଖାଦେଇପାରେ। ପାରିବାରରେ ବିଶୃଙ୍ଖଳା ସୃଷ୍ଟି ହୋଇପାରେ।
କନ୍ୟା: ପୈତୃକ ସମ୍ପତ୍ତି ଦ୍ବାରା ଲାଭବାନ ହେବେ। ଦୀର୍ଘଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। କର୍ମକ୍ଷେତ୍ରରେ ମାନସମ୍ମାନର ଅଧିକାରୀ ହେବେ। ଜୀବନସାଥୀଙ୍କ ସହଯୋଗ ପାଇବେ।
ତୁଳା: ଅଯଥା ଖର୍ଚ୍ଚ ଚିନ୍ତାର କାରଣ ହୋଇପାରେ। ଶତ୍ରୁମାନଙ୍କ କୁଚକ୍ରର ଶିକାର ହୋଇପାରନ୍ତି।କର୍ମକ୍ଷେତ୍ରରେ ହତୋତ୍ସାହ ହେବେ। କ୍ୟାରିୟରରେ ନୂତନ ମୋଡ଼ ଆସିପାରେ।
ବିଛା: ସମୟ ଅନୁସାରେ କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରିବେ। ଜୀବନରେ ଭିନ୍ନ ପରିବର୍ତ୍ତନ ଦେଖାଦେବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ଯୋଗ ରହିଛି। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି।
ଧନୁ: ଅନେକ ଦିନର ସ୍ବପ୍ନ ପୂରଣ ହୋଇପାରେ । କର୍ମକ୍ଷେତ୍ରରେ ଅଧିକାରୀ ଆପଣଙ୍କ ସପକ୍ଷରେ ରହିବେ। ଲୋକଙ୍କ ଧ୍ୟାନ ଆକର୍ଷଣ କରିବେ। ଅତ୍ୟଧିକ ଖର୍ଚ୍ଚରେ ପଡ଼ିଯାଇ ପାରନ୍ତି।
ମକର: ଅଟକି ରହିଥିବା କାର୍ଯ୍ୟ ପୂରଣ ହେବ। ଧନଲାଭର ଯୋଗ ରହିଛି। ଅନ୍ୟର ଭାବନାକୁ ସମ୍ମାନ ଦେବେ। ପରିବାରରେ ସମ୍ମାନ ଓ ସମୃଦ୍ଧି ବୃଦ୍ଧି ପାଇବ। ଧୈର୍ଯ୍ୟର ଫଳ ସୁନିଶ୍ଚିତ ଭାବରେ ପାଇବେ।
କୁମ୍ଭ: ଦୀର୍ଘ ଦିନର ସ୍ବପ୍ନ ସାକାର ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ। ନିଜ ବାକ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ। ଗୋପନୀୟ କଥା ପ୍ରକାଶ କରନ୍ତୁ ନାହିଁ।
ମୀନ: ପୁରୁଣା ନିବେଶରୁ ଲାଭବାନ ହେବେ। କର୍ମକ୍ଷେତ୍ରରେ ପରିଶ୍ରମୀ ହେବେ। ଆତ୍ମବିଶ୍ବାସର ସହ କାର୍ଯ୍ୟ କରି ସଫଳତା ପାଇବେ। ପ୍ରେମ ଓ ଦାମ୍ପତ୍ୟ ସମ୍ପର୍କରେ ମଧୁରତା ଆସିବ।