ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ (୦୩-୧୨-୨୦୨୨)

ମେଷ: ଦୀର୍ଘଦିନର ଇଚ୍ଛା ଫଳବତୀ ହେବ। ମହିଳାମାନେ ପରିବାରରେ ଗୁରତ୍ବପୂର୍ଣ୍ଣ ଆଲୋଚନାରେ ଭାଗ ନେବେ । ସମାଜରେ ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

ବୃଷ: ଜଟିଳ ସମସ୍ୟାର ସମାଧାନ ରାସ୍ତା ପାଇବେ। ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପରେ କରିବାକୁ ସମର୍ଥ ହେବେ। ଗୁରୁଜନଙ୍କ ବିଶେଷ ସମର୍ଥନ ପାଇବେ। ବ୍ୟବସାୟରେ ଉନ୍ନତି ପାଇଁ ଅନେକ ସୁଯୋଗ ମିଳିବ।

ମିଥୁନ : ସହକର୍ମୀଙ୍କ ସହ ମିଳାମିଶା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଉନ୍ନତି କ୍ଷେତ୍ରରେ ଆସୁଥିବା ସମସ୍ତ ବାଧା ଦୂର ହେବ। ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ହେବ।

କର୍କଟ: ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ। ନିବେଶ କରିବା ପୂର୍ବରୁ ଗୁରୁଜନଙ୍କଠାରୁ ପରାମର୍ଶ ନିଅନ୍ତୁ। ଭିବଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅନ୍ୟ ଉପରେ ଆବଶ୍ୟକତାଠାରୁ ଅଧିକ ଭରସା କରନ୍ତୁ ନାହିଁ।

ଏଥିସହିତ ପଢ଼ନ୍ତୁ

ସିଂହ: ପରିବାରରେ ଉତ୍ତମ ବୁଝାମଣା ଦେଖାଦେବ। କୌଣସି ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି। କର୍ମକ୍ଷେତ୍ରରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଜୀବନସାଥୀଙ୍କ ସହିତ ସୁଖଦ ମୁହୂର୍ତ୍ତ ବିତାଇବେ।

କନ୍ୟା: ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗ ପାଇବେ। ସାଙ୍ଗସାଥୀଙ୍କ ସହ ମିଳାମିଶା ବଢ଼ିବ। ପାଖପଡ଼ୋଶୀଙ୍କ ସହ ସମ୍ପର୍କ ସୁଦୃଢ଼ ହେବ। କର୍ମକ୍ଷେତ୍ରରେ ସମୟ ପୂର୍ବରୁ କାର୍ଯ୍ୟ ପୂରଣ କରି ପ୍ରଶଂସା ପାଇବେ।

ତୁଳା: ଦୀର୍ଘ ଦିନର ସ୍ବପ୍ନ ପରିପୂର୍ଣ୍ଣ ହେବ । ପରିବାର ବର୍ଗଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଖୁସିର ମୁହୂର୍ତ୍ତଗୁଡିକ ଅତିବାହିତ କରିବାକୁ ଅନେକ ସୁଯୋଗ ପାଇବେ। କୌଣସି ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।

ବିଛା: ପାରବାରିକ ସମସ୍ୟା ବଢ଼ିବାରେ ଲାଗିବ। ବ୍ୟବସାୟୀମାନେ ଇଚ୍ଛା ମୁତାବକ ଲାଭ ପାଇବେ। ମହିଳାମାନଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବାଦବିବାଦ ପରିସ୍ଥିତିରୁ ଦୂରେଇ ରୁହନ୍ତୁ।

ଧନୁ: ଯାତ୍ରା ସମୟରେ, ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବେ। ଅବିବାହିତ ଲୋକଙ୍କ ବିବାହ ସ୍ଥିର ହୋଇପାରିବ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବାର ସୁଯୋଗ ମିଳିବ।

ମକର : ସାମାଜିକ କାର୍ଯ୍ୟ ସହିତ ଜଡ଼ିତ ହୋଇ ପ୍ରଶଂସା ସାଉଁଟିବେ। କର୍ମକ୍ଷେତ୍ରରେ ମହିଳାମାନେ ସମ୍ମାନିତ ହେବେ। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ଛୋଟ ଛୋଟ କଥାକୁ ଅଣଦେଖା କରିବା ଉଚିତ।

କୁମ୍ଭ: ପାରିବାରିକ ସମ୍ପର୍କରେ ସୁଧାର ଆସିବ। ଘନିଷ୍ଠ ବନ୍ଧୁମାନଙ୍କ ସହିତ ବୁଲାବୁଲି କରିବାର ସୁଯୋଗ ମିଳିବ। ବ୍ୟବସାୟୀମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ବୋଲି ପ୍ରମାଣିତ ହେବ।

ମୀନ: ପରିବାର ସହ ଦୂରଯାତ୍ରା କରିପାରନ୍ତି। ରାଜନୀତି ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ମହିଳାମାନଙ୍କର ସ୍ବପ୍ନ ସାକାର ହେବ। ବୃତ୍ତିଗତ ସଫଳତା ପାଇବେ।

Leave A Reply

Your email address will not be published.