ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶନିବାର ରାଶିଫଳ ( ୦୯ – ୦୭ – ୨୦୨୨ )

ମେଷ: ଆଜିର ଗ୍ରହସ୍ଥିତି ଆପଣଙ୍କୁ ଚିନ୍ତାଧାରାକୁ ଭ୍ରମିତ କରାଇବ। ଶତ୍ରୁମାନଙ୍କର କୂଟନୀତିର ଶିକାର ହୋଇପାରନ୍ତି। ଚିନ୍ତା ଓ ଅବସାଦରେ ରହିପାରନ୍ତି। ପାରିବାରିକ ସମ୍ପର୍କରେ ତିକ୍ତତା ଉପୁଜିପାରେ।

ବୃଷ: ନୂତନ କାର୍ଯ୍ୟ ପାଇଁ ମନ ବଳାଇବେ। ଆର୍ଥିକସ୍ଥିତି ମଜଭୁତ ରହିବ। ବ୍ୟବସାୟୀଙ୍କ ପାଇଁ ଦିନଟି ମଙ୍ଗଳମୟ ଅଟେ। ସାଙ୍ଗସାଥୀଙ୍କ ସହ ପୁରୁଣା ଦିନର କଥାକୁ ଆଲୋଚନା କରିବେ।

ମିଥୁନ: କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ। ବରିଷ୍ଠ ଅଧିକାରୀଙ୍କ ସହ ମନୋମାଳିନ୍ୟ ଦେଖାଦେଇ ପାରେ। କୌଣସି କ୍ଷେତ୍ରରେ ନେତୃତ୍ବ ନେବାର ସୁଯୋଗ ପାଇବେ। ସ୍ବାସ୍ଥ୍ୟପ୍ରତି ଯତ୍ନବାନ୍‌ ହେବେ।

କର୍କଟ: ଅକସ୍ମାତ୍‌ ଧନଲାଭର ଯୋଗ ରହିଛି। ଅସଂପୂର୍ଣ୍ଣ କାର୍ଯ୍ୟ ପୂର୍ଣ୍ଣ ହେବ। ଆପଣଙ୍କ ନିଷ୍ପତ୍ତି ସଠିକ୍‌ ପ୍ରମାଣିତ ହେବେ। କର୍ମକ୍ଷେତ୍ରରେ ନିଜ କାର୍ଯ୍ୟରେ ଧ୍ୟାନ ଦେବେ। ବନ୍ଧୁବାନ୍ଧବଙ୍କ ଆଗମନରେ ଉତ୍ସାହିତ ହେବେ।

ଏଥିସହିତ ପଢ଼ନ୍ତୁ

ସିଂହ: ଦିନଟି ଜଗି ରହି ଚଳନ୍ତୁ । ଅଡୁଆ ପରିସ୍ଥିତିରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ କାର୍ଯ୍ୟକୁ ସୁଚାର ରୁପରେ କରିବାକୁ ଚେଷ୍ଟା କରନ୍ତୁ। ଆର୍ଥିକ ଲାଭ ମିଳିପାରେ। ଛାତ୍ରଛାତ୍ରୀ ଅଧ୍ୟୟନରେ ମନୋନିବେଶ କରିବେ।

କନ୍ୟା: ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଭବିଷ୍ୟତ ପାଇଁ ଯୋଜନା କରିବେ । ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ନୂତନ ବ୍ୟକ୍ତିଙ୍କ ସହ ସମ୍ପର୍କ ଯୋଡ଼ି ହୋଇପାରେ। ଆପଣଙ୍କ କଥାରେ ଅନ୍ୟମାନେ ପ୍ରଭାବିତ ହେବେ।

ତୁଳା: ଆତ୍ମବିଶ୍ବାସର ସହ କାର୍ଯ୍ୟ କରି ସଫଳତା ପାଇବେ। ଅତ୍ୟଧିକ କାର୍ଯ୍ୟ କରି ଥକ୍କା ଅନୁଭବ କରିବେ। ପୁରୁଣା କଥାକୁ ଭୁଲି ଆଗକୁ ବଢ଼ିବେ। ସମସ୍ତଙ୍କ ସହ ମିଳିମିଶି ଚଳିବେ।

ବିଛା: ଖୁବ୍‌ ସ୍ବଳ୍ପ ସମୟରେ ସମସ୍ତ କାର୍ଯ୍ୟକୁ ସମାପନ କରିବାକୁ ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ସଫଳତା ଯୋଗ ରହିଛି। କୌଣସି ଶୁଭ ଖବର ପାଇପାରନ୍ତି। ସମ୍ପର୍କରେ ଭିନ୍ନ ପରିବର୍ତ୍ତନ ଦେଖାଦେଇପାରେ।

ଧନୁ: ଭାଗ୍ୟ ଆଜି ଆପଣଙ୍କ ସପକ୍ଷରେ ରହିବ। ବିଦେଶ ଯାତ୍ରା ଯୋଗ ରହିଛି। ବନ୍ଧୁବାନ୍ଧବଙ୍କଠାରୁ ସହଯୋଗ ପାଇବେ। ପ୍ରେମ ଓ ଦାମ୍ପତ୍ୟ ଜୀବନରେ ଅସ୍ଥିରତା ଦେଖାଦେଇପାରେ।

ମକର: ପାରିବାରିକ ଦାୟିତ୍ବକୁ ସୁଚାରୁ ରୂପରେ କରିବେ। ସାଙ୍ଗସାଥୀଙ୍କ ସହ ବ୍ୟକ୍ତିଗତ ସମସ୍ୟା ବାଣ୍ଟି ଆଶ୍ବସ୍ତି ଅନୁଭବ କରିବେ। ମୂଲ୍ୟବାନ ବସ୍ତୁ ହରାଇବାର ଭୟ ଦେଖାଦେବ। ବ୍ୟବସାୟରେ ନୂତନ ନିବେଶ କରିବେ।

କୁମ୍ଭ: ସମସ୍ୟାକୁ ଧୈର୍ଯ୍ୟର ସହ ସମାଧାନ କରିବେ। ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଦିନଟି ଅନ୍ୟମାନଙ୍କୁ ସାହଯ୍ୟ କରିବାରେ ବିତିବ। ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିବେ।

ମୀନ: କୌଣସି ପରିସ୍ଥିତିରେ ନିଜ କାର୍ଯ୍ୟକୁ ପୂରଣ କରିବେ। କୋର୍ଟକଚେରୀ ମାମଲାରେ ଶୁଭ ଫଳାଫଳ ପାଇବେ। କାର୍ଯ୍ୟ ପ୍ରତି ସମର୍ପଣ ମନେଭାବ ପାଇଁ ପ୍ରଶଂସାର ପାତ୍ର ହେବେ।

Leave A Reply

Your email address will not be published.