ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୋଲିଲା ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

ଗଣିଆ: ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ସାଉଥ ବଡ଼ମୂଳଠାରେ ଥିବା ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ ପର୍ଯ୍ୟଟନ କେନ୍ଦ୍ର ଆଜି ଉଦଘାଟିତ ହୋଇଯାଇଛି । ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ସମୀର କୁମାର ଶତପଥୀ ପର୍ଯ୍ୟଟନ କେନ୍ଦ୍ରକୁ ଉଦଘାଟନ କରିଥିଲେ । ପର୍ଯ୍ୟଟନ କେନ୍ଦ୍ରର ଶୀତତାପ ନିୟନ୍ତ୍ରିୟ କଟେଜ୍ ଗୁଡ଼ିକ ବର୍ଷସାରା ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିଥିବା ବେଳେ ସବୁବର୍ଷ ପରି ମହାନଦୀର ବାଲିରେ ନିର୍ମିତ ତମ୍ବୁ କଟେଜ୍ ଗୁଡ଼ିକ ନଭେମ୍ବର ପ୍ରଥମରୁ ମାର୍ଚ୍ଚମାସ ଆରମ୍ଭ ପର୍ଯ୍ୟନ୍ତ ଚାଲୁ ରହିଥାଏ । ପାକୃତିକ ସୈାନ୍ଦର୍ଯ୍ୟ ମଧ୍ୟରେ ଏହି କ୍ଷେତ୍ରଟି କିଛିବର୍ଷ ହେବ ଲୋକାଦୃତ ହୋଇପାରିଛି । ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ୪ଟି ତମ୍ବୁଘର ବୃଦ୍ଧି କରାଯାଇଛି । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଅନେକ କ୍ଷତି ସହିବାକୁ ପଡ଼ିଥିବା ବେଳେ ଚଳିତ ବର୍ଷ ପର୍ଯ୍ୟଟନ କେନ୍ଦ୍ର ଲାଭ ଦେବାର ଆଶା କରାଯାଉଛି।

Leave A Reply

Your email address will not be published.