ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସସ୍ମିତ ପାତ୍ର

ନୂଆଦିଲ୍ଳୀ : ରାଜ୍ୟସଭା ସାଂସଦ ଭାବେ ଶପଥ ନେଇଛନ୍ତି ସସ୍ମିତ ପାତ୍ର। ଦ୍ବିତୀୟ ଥର ସାଂସଦ ଭାବେ ସେ ଶପଥ ନେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଆଜି ଓଡ଼ିଆରେ ଶପଥ ପାଠ କରିଥିଲେ ସାଂସଦ ସସ୍ମିତ ପାତ୍ର। ରାଜ୍ୟସଭା ନିର୍ବାଚନ ପାଇଁ ଖାଲି ପଡ଼ିଥିବା ୩ଟି ଆସନରେ ବିଜେଡିରୁ ମାନସ ମଙ୍ଗରାଜ, ସୁଲତା ଦେଓ ଓ ସସ୍ମିତ ପାତ୍ର ନିର୍ବାଚିତ ହୋଇଥିଲେ। ପୂର୍ବରୁ ମାନସ ମଙ୍ଗରାଜ ଓ ସୁଲତା ଦେଓ ରାଜ୍ୟସଭାର ସଦସ୍ୟ ଭାବେ ଶପଥ ନେଇଥିବା ବେଳେ ଆଜି ବିଜେଡିର ସସ୍ମିତ ପାତ୍ର ଶପଥ ନେଇଛନ୍ତି।

ଦ୍ୱିତୀୟଥର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସସ୍ମିତ

ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଆଜି ଉପାଧ୍ୟକ୍ଷ ପ୍ୟାନେଲ ପୁନର୍ଗଠନ କରିଛନ୍ତି। ଏଥିରେ ବିଜେଡି ରାଜ୍ୟସଭା ସାଂସଦ ଡ଼ ସସ୍ମିତ ପାତ୍ର ସ୍ଥାନ ପାଇଛନ୍ତି। ହସ୍ତଗତ ସୂଚନା ଅନୁସାରେ ଏହି ପ୍ୟାନେଲରେ ଡ଼ ସସ୍ମିତ ପାତ୍ରଙ୍କ ସମେତ ଭୁବନେଶ୍ୱର କଲିତା, ଇନ୍ଦୁ ବାଲା ଗୋସ୍ୱାମୀ, ଡ଼ ଏଲ୍‍ ହନୁମନ୍ଥାଇୟା, ତିରୁଚି ଶିବ. ଭି ବିଜୟସାଇ ରେଡ୍ଡୀ ସ୍ଥାନ ପାଇଛନ୍ତି। ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଡ଼ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଛନ୍ତି।

ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଓଡ଼ିଆ ସାଂସଦ ଭାବେ ଡ଼ ପାତ୍ର ଏହି ସମ୍ମାନଜନକ ପ୍ୟାନେଲରେ ସାମିଲ ହୋଇଥିଲେ। ସଂସଦରେ ନିଜର ବଳିଷ୍ଠ ଉପସ୍ଥାପନ ପାଇଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଡ଼ ପାତ୍ର ଏକାଧିକ ବାର ପୂର୍ଣ୍ଣ ଦକ୍ଷତାରସହ ଗୃହ କାର୍ଯ୍ୟ ପରିଚାଳନା କରି ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି। ଡ଼ ପାତ୍ର ସର୍ବଦା ରାଜ୍ୟସଭାରେ ରାଜ୍ୟର ନାର୍ଯ୍ୟ ଦାବି ଏବଂ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଡ଼ ପାତ୍ରଙ୍କର ସାଂସଦ ଭାବେ ପ୍ରଥମ ପାଳି କାର୍ଯ୍ୟକାଳ ଶେଷ ହେବା ଅବସରରେ ଆୟୋଜିତ ବିଦାୟୀ ସମାରୋହରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଡ଼ ପାତ୍ରଙ୍କର ଉଚ୍ଚ ପ୍ରଶଂସା କରି କହିଥିଲେ ଯେ ପ୍ରଥମ ଥର ନିର୍ବାଚିତ ହୋଇ ମଧ୍ୟ ସେ ଯେଉଁ ଭଳି ଭାବେ ନିଜ ଦାୟିତ୍ୱ ସମ୍ପାଦନ କରିଛନ୍ତି ତାହା ବହୁତ କମ୍‍ ସାଂସଦଙ୍କ ଠାରେ ଦେଖିବାକୁ ମିଳେ। ନିଜ କାର୍ଯ୍ୟକାଳରେ ଡ଼ ପାତ୍ର ଜଣେ ବଳିଷ୍ଠ ଏବଂ ଅଭିଜ୍ଞ ଅଧ୍ୟକ୍ଷ ଭାବେ ରାଜ୍ୟସଭା କାର୍ଯ୍ୟ ପରିଚାଳନା କରିଛନ୍ତି ବୋଲି ଉପରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଥିଲେ। ଡ. ପାତ୍ର ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଥିବାରୁ ରାଜ୍ୟସଭା ସାଂସଦ ମାନସରଞ୍ଜନ ମଙ୍ଗରାଜ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.