ଶରତ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ଶରତ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି। ଆଜି ଶରତଙ୍କ ନାଁ ଉପରେ ମୋହର ମାରିଛି ଏଆଇସିସି। ଆଜି ଏଆଇସିସି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରିବା ସହ କଂଗ୍ରେସର ବରିଷ୍ଠ ନେତା ଶରତ ପଟ୍ଟନାୟକଙ୍କୁ ଓଡ଼ିଶା କଂଗ୍ରେସର ସଭାପତି ଭାବେ ଘୋଷମା କରିଛନ୍ତି ।

ଶରତ ପଟ୍ଟନାୟକ ବଲାଙ୍ଗୀରରୁ ଦୁଇ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇ ପ୍ରତିନିଧିତ୍ୱ କରିଛନ୍ତି । ଏଥି ସହତି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି ଶରତ ପଟ୍ଟନାୟକ । ଏବେ ତାଙ୍କ ଉପରେ ପୁଣିଥରେ ଭରସା କରି ତାଙ୍କୁ ପିସିସି ସଭାପତି ଭାବେ ଘୋଷଣା କରିଛି ଏଆଇସିସି। ଦୀର୍ଘ ୧୮ ବର୍ଷ ପରେ ଏବେ ଶରତ ପଟ୍ଟନାୟକ ପୁଣି ରାଜ୍ୟ କଂଗ୍ରେସର ମଙ୍ଗ ଧରିଛନ୍ତି।

Leave a comment