ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ପଦାରେ ପଡ଼ିଲା ଦୁଇ ଆଥ୍‌ଲେଟ୍‌ ଭଉଣୀଙ୍କ କଳି, ଚର୍ଚ୍ଚାରେ ଷଣ୍ଢ ଗାଇ ଉପାଖ୍ୟାନ

ଭୁବନେଶ୍ବର : ପୁଣି ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି। ବେଶ୍‌ କିଛି ଦିନର ନିରବତା ପରେ ସୋଶାଲ୍ ମିଡିଆରେ ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଏପରିକି ଉଭୟ ପରସ୍ପର ବିରୋଧରେ ବ୍ୟକ୍ତିଗତ ଭାବେ ଅତି ନିମ୍ନସ୍ତରର ଅରୁଚିକର ଆକ୍ଷେପ ପ୍ରତି ଆକ୍ଷେପ କରିଛନ୍ତି।

ଜଣେ ଯୁବତୀଙ୍କ ସହ ଭଉଣୀ ସରସ୍ୱତୀ ଚାନ୍ଦ ଉଠାଇଥିବା କିଛି ଫଟୋକୁ ଫେସବୁକ ପୋଷ୍ଟ କରି ଆକ୍ଷେପ କରିଛନ୍ତି ଦୂତୀ । ପୂର୍ବରୁ ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କକୁ ନେଇ ବେଶ ଆକ୍ରମଣାତ୍ମକ ହୋଇଥିଲେ ଭଉଣୀ ସରସ୍ୱତୀ ଚାନ୍ଦ । ଏବେ ପୁଣି ଯୁବତୀଙ୍କ ସହ ସରସ୍ୱତୀଙ୍କ ଫଟୋକୁ ପୋଷ୍ଟ କରି ପାଲଟା ଆକ୍ରମଣ କରିଛନ୍ତି ଦୂତୀ । ଏପରିକି ସରସ୍ୱତୀ ତାଙ୍କ ବିରୋଧରେ ଅପପ୍ରଚାର କରୁଥିଲେ ବୋଲି ସେ ଲେଖିଛନ୍ତି ।

ଆଜି ସୋଶାଲ୍ ମିଡିଆରେ ପ୍ରଥମ ପୋଷ୍ଟଟି ସରସ୍ୱତୀ ଚାନ୍ଦଙ୍କର ଆସିଥିଲା, ଯେଉଁଥିରେ ସେ ଦୂତୀଙ୍କ ପାରିବାରିକ ଜୀବନ, ଚାରିତ୍ରିକ ଦୋଷ ଦୁର୍ବଳତା କଥା ଉଠାଇବା ସହ ତାଙ୍କ ସଂପର୍କରେ ମଧ୍ୟ ଆକ୍ଷେପମୂଳକ ଲେଖା ଲେଖିଥିଲେ। ଏଥିସହ ଆଉ ଏକ ପୋଷ୍ଟରେ ଦୂତୀଙ୍କ ଉଦ୍ଦେଶ୍ୟରେ-ତୁ ସାନ ଥିଲୁ ତୋତେ ଜିତେଇବା ପାଇଁ ଜାଣିଜାଣି ହାରୁଥିଲି, ହେଲେ ବାପା-ମା’ର ମଥା ଛୋଟ କରିବାକୁ ଚେଷ୍ଟା କରିବୁ ତ, ତୋତେ ସ୍ପଏଲ୍ କରିଦେବି ବୋଲି ଲେଖିଥିଲେ ସରସ୍ୱତୀ।ଆଉ ଏକ ପୋଷ୍ଟରେ ସରସ୍ୱତୀ ଲେଖିଛନ୍ତି, ବିଫଳତାର ବିଳାପ । ଦୂତୀଙ୍କ କ୍ୟାରିୟର ବର୍ତମାନ ନିମ୍ନଗାମୀ ହେଉଥିବାରୁ ସରସ୍ୱତୀ ଏଭଳି ଲେଖିଥିବା ଜଣାପଡ଼ିଛି ।

ଏହାପରେ ପରେ ଦୂତୀ ମଧ୍ୟ ସେଇ ସମାନ ଢଙ୍ଗରେ ସୋଶାଲ୍ ମିଡିଆରେ ସରସ୍ୱତୀଙ୍କ ଚରିତ୍ରକୁ ଆକ୍ଷେପ କରି ଏକ ଲମ୍ବା ପୋଷ୍ଟ କରିଛନ୍ତି। ଯେଉଁଥିରେ ସରସ୍ୱତୀ ନିଜ ପୁଲିସ୍ ଅଧିକାରିଣୀ ପଦର ଦୂରୁପଯୋଗ କରି ବାଂଲାଦେଶୀ ଓ ନେପାଳର ନାଗରିକଙ୍କୁ ଆଣି ଏଠିକାର ବାସିନ୍ଦା କରାଇଥିବାର ଅଭିଯୋଗ କରିଛନ୍ତି।

ପୁଲିସର ଧମକ ଦେଖାଇ ଗୋଟିଏ ବାଂଲାଦେଶୀ ଝିଅକୁ ଜୋର ଜବରଦସ୍ତ ନିଜର ରକ୍ଷିତା କରି ରଖିବା ଓ ଫର୍ଜି କରି ତା ନାମରେ ଆଧାରକାର୍ଡ, ପାନ କାର୍ଡ଼, ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇ ତାକୁ ଭାରତର ବାସିନ୍ଦା କରିଛନ୍ତି। ଦୌଡ଼ ରାଣୀ ଦୂତି ଚାନ୍ଦ ଫେସବୁକ ପୋଷ୍ଟ ଜରିଆରେ ଭଉଣୀ ସରସ୍ୱତୀ ଚାନ୍ଦଙ୍କୁ ଟାର୍ଗେଟ କରିଛନ୍ତି। ସରସ୍ୱତୀ ଚାନ୍ଦଙ୍କ ନିକଟରେ ପୁଲିସ ଅଧିକାରିଣୀ ଭାବେ ପାୱାର ଥିବାରୁ ଏ ସବୁ ଏଥିପାଇଁ ଏତେ ସହଜ ବୋଲି ଦୂତି ଆଣିଛନ୍ତି ଅଭିଯୋଗ।ଏହିପରି କେତେ ବାଂଲାଦେଶୀ ଏବଂ ନେପାଳର ନାଗରିକମାନଙ୍କୁ ଓଡିଶା ଆଣି ଭାରତର ବାସିନ୍ଦା କରିଛନ୍ତି ସରସ୍ୱତୀ। ତାହା ଉପଯୁକ୍ତ ତଦନ୍ତ କଲେ ଜଣା ପଡିବ ବୋଲି କହିଛନ୍ତି ଦୂତି।

ଆହୁରି ମଧ୍ୟ ଦୂତି କହିଛନ୍ତି ମୋର ସିନା ଆଳୁ ଦୋଷ ଅଛି। ହେଲେ ତୋର କି ଦୋଷ ଅଛି? ଗୋଟିଏ ବିନା ପରିଚିତ ବାଂଲାଦେଶର ଝିଅକୁ ଆଣି ଦୀର୍ଘ ୪ବର୍ଷ ହେଲା ଆଣିକି ରଖିଛୁ। ନିଜକୁ ଷଣ୍ଢ ଭାବି ତାକୁ ଗାଈ ଭଳିଆ ନିଜପାଖରେ ରଖିଛୁ। ଦୁନିଆ ଆଗରେ ନିଜର ଛାତ୍ରୀ ବୋଲି କହି ଖେଳ ଶିକ୍ଷଖାଉଛୁ। ତୁ ବେଡ଼ରୁମରେ କି ଖେଳପଡ଼ିଆରେ ଖେଳ ଶିଖାଉଛୁ? ତୁ କଣ ପ୍ରକୃତରେ ସମସ୍ତେ ଜାଣିଛନ୍ତି। ବାପା ମାଆଙ୍କୁ ହାତ କରି ମୋତେ ମିଛରେ ବଦନାମ କଲୁ। ହେଲେ କଣ ହେଲା କିଛି ଓଖାଡି ପାରିଲୁନି। ଶେଷରେ ନିଜେ ଘରୁ ବିଦା ହେଇ ଭୂବନେଶ୍ୱରରେ ଗୋଟିଏ ଘର ଭଡା ନେଇ ରହିଛୁ ବୋଲି ଲେଖିଛନ୍ତି ଦୂତୀ। କେବଳ ସେତିକି ନୁହେଁ ତୁ ବହୁତ ମୋତେ କହିଲୁଣି। ମୁ ବହୁତ ସହିଲିଣି ଜଦି ଖୁସିରେ ବଞ୍ଚିବାର ଅଛି। ସୁଧୁରିଯା ନ ହେଲେ ମୁ ତୋର କଣ କରିବି ତୁ ଭଲଭାବରେ ଜାଣିଛୁ ବୋଲି ଦୂତି ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.