ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ଭୟ ଯୋଗୁ ନୋଟରୁ ଉଡିଗଲା ରଙ୍ଗ, କ୍ଷତି ସହିଲା ଆରବିଆଇ

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ଏକ ରୋଚକପୂର୍ଣ୍ଣ ତଥ୍ଯ ସାମ୍ନାକୁ ଆସିଛି। କରୋନା ଭୂତାଣୁ ଭୟରେ ଲୋକେ ଏତେ ମାତ୍ରାରେ ନୋଟଗୁଡିକୁ ସାନିଟାଇଜ୍ କରିଛନ୍ତି ଯେ, ନୋଟଗୁଡ଼ିକର ରଙ୍ଗ ଖରାପ ହୋଇଯାଇଛି। ଯେଉଁଥିପାଇଁ ଭାରତୀୟ ରିଜର୍ଭ ବ୍ଯାଙ୍କକୁ କ୍ଷତି ସହିବାକୁ ପଡ଼ିଛି। ରିଜର୍ଭ ବ୍ଯାଙ୍କ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଏତେ ପରମାଣରେ ନୋଟ ଖରାପ ହେବା କେବେ ନଜିର ଆସିନି।

୨୦୧୮-୧୯ ଆର୍ଥିକ ବର୍ଷରେ ୬ଲକ୍ଷ ୨ହାଜାର ଟଙ୍କିଆ ନଷ୍ଟ ହୋଇଥିବ ବାଳେ ୨୦୨୦-୨୧ ଆର୍ଥିକ ବର୍ଷରେ ୪୫ କୋଟି ୪୮ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ିଛି।

ସେହିପରି  ୨୦୧୮-୧୯ ଆର୍ଥିକ ବର୍ଷରେ ମଧ୍ଯ ଏକ ଲକ୍ଷ ଟଙ୍କାର ୨୦୦ ଟଙ୍କିଆ ନୋଟ୍ ନଷ୍ଟ ହୋଇଥିବା ବେଳେ ୨୦୨୦ -୨୧ ରେ ଏହାର ସଂଖ୍ଯା ବଢି ୧୧ କୋଟି ୮୬ ଲକ୍ଷରେ ପହଞ୍ଚିଛି। ଦୈନିକ କାରବାରରେ ୫୦୦ ଟଙ୍କିଆ ନୋଟ ୪୦ ପ୍ରତିଶ ବୃଦ୍ଧି ଘଟିଛି। ଫଳରେ ଅନ୍ଯ ନୋଟ୍ ତୁଳନର ୫ଶହ ଟଙ୍କିଆ ନୋଟ ଏତେ ମାତ୍ରାରେ ଖରାପ ହୋଇନାହିଁ।

ଛୋଟ ନୋଟଗୁଡିକ ପ୍ରତ୍ଯେକ ଦିନ ବ୍ଯବାର ଯୋଗୁ ଏତେ ଖରାପ ହୋଇ ନହିଁ। ହେଲେ ବଡ ନୋଟ ଗୁଡିକର ବ୍ଯବହାର ଏତେ ପରିମାଣରେ ହୋଇ ନ ଥିବା ହେତୁ ଏହାକୁ ସାନିଟାଇଜ କିମ୍ବା ଧୋଇକି ଆମେ ରଖି ଦେଇଥାଉ ଯେଉଁଥି ପାଇଁ ନୋଟରୁ ରଙ୍ଗ ଛାଡି ଖରାପ ହୋଇଯାଇଛି। ଯାହାଫଳରେ ଭାରତୀୟ ରିଜର୍ଭ ବ୍ଯାଙ୍କକୁ କ୍ଷତି ସହିବାକୁ ପଡ଼ିଛି।

Leave A Reply

Your email address will not be published.