ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୦୦୩ରେ ଏଣ୍ଟ୍ରି : ୨୦୧୫ରେ ବିଶ୍ବର ଏକ ନମ୍ବର ଡବଲ୍ସ ଟେନିସ୍ ଖେଳାଳି, ଜାଣନ୍ତୁ କେମିତି ଥିଲା ସାନିଆ ମିର୍ଜାଙ୍କ ଟେନିସ୍‌ କ୍ୟାରିୟର୍‌….

ନୂଆଦିଲ୍ଲୀ : ଆଜି ଅଷ୍ଟ୍ରେଲିଆନ୍ ଓପନ୍ ଟେନିସ୍‌ ମ୍ୟାଚ୍‌ରେ ‘ରନର୍‌-ଅପ୍‌’ ହୋଇ ସାନିଆ ମିର୍ଜା ତାଙ୍କ ଗୌରବମୟ ଟେନିସ୍‌ କ୍ୟାରିୟର୍‌ର ପରିସମାପ୍ତି କରିଛନ୍ତି।୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସାନିଆ ଅଷ୍ଟ୍ରେଲିଆ ଓପନର ମିକ୍ସଡ ଡବଲ୍ସ ଫାଇନାଲରେ ପ୍ରବେଶ କରିଥିଲେ। ଅନ୍ୟତମ ଭାରତୀୟ ଷ୍ଟାର ରୋହନ ବୋପାନ୍ନାଙ୍କୁ ସାଥୀ କରି ସାନିଆ ଅଷ୍ଟ୍ରେଲିଆ ଓପନରେ ନିଜର ଦମ ଦେଖାଇଥିଲେ। ତେବେ ଫାଇନାଲ ମ୍ୟାଚ୍‌ରେ ଏହି ଭାରତୀୟ ଯୋଡ଼ିଙ୍କୁ ହାରିବାକୁ ପଡ଼ିଛି। ବ୍ରାଜିଲର ଲୁଇସା ଷ୍ଟେଫାନି ଓ ରାଫେଲ ମାଟାଓସ ‍ଫାଇନାଲ ମ୍ୟାଚ୍‌ରେ ସାନିଆ-ବୋପାନ୍ନା ଯୋଡ଼ିଙ୍କୁ ପରାସ୍ତ କରିଛନ୍ତି। ଭାରତୀୟ ଯୋଡ଼ି ପ୍ରଥମ ସେଟ୍‌ରେ ଦମଦାର ପ୍ରଦର୍ଶନ କରିଥିଲେ ମଧ୍ୟ ୬-୭(୨)ରେ ହାରିଥିଲେ। ସେହିପରି ଦ୍ୱିତୀୟ ସେଟକୁ ଷ୍ଟେଫାନି ଓ ରାଫେଲ ଯୋଡ଼ି ୬-୨ରେ ବାଜିମାତ କରିଥିଲେ।

ସାନିଆ ଅଷ୍ଟ୍ରେଲିଆ ଓପନ ପରେ ଅବସର ନେବେ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ସେ ମ୍ୟାଚ୍‌ ସରିବା ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଟେନିସକୁ ଅଲବିଦା କହିଛନ୍ତି। ସାନିଆ ତାଙ୍କ ଦୀର୍ଘ ବର୍ଷର ଟେନିସ କ୍ୟାରିୟର ମଧ୍ୟରେ ୬ଥର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ଏଥିରେ ୩ଟି ମହିଳା ଡବଲ୍ସ ଓ ୩ଟି ମିକ୍ସଡ ଡବଲ୍ସ ରହିଛି। ସାନିଆ ନିଜର ବିଦାୟୀ ଭାଷଣରେ କାନ୍ଦି ପକାଇଥିଲେ। ସେ କହିଥିଲେ ଯେ “ରୋହନ ହେଉଛନ୍ତି ମୋର ପ୍ରଥମ ମିକ୍ସଡ ଡବଲ୍ସ ପାର୍ଟନର। ମାତ୍ର ୧୪ ବର୍ଷ ବୟସରେ ଆମେ ଏକାଠି ଖେଳି ଟୁର୍ଣ୍ଣାମେଣ୍ଟ ଜିତିଥିଲୁ। ପ୍ରାୟ ୨୨ ବର୍ଷ ତଳେ ମୁଁ କେବେ ଭାବି ନଥିଲି ଯେ ମୋତେ ଏମିତି ଜଣେ ସାଥୀ ଖେଳାଳି ମିଳିବେ। ସେ ମୋର ଜଣେ ଭଲ ବନ୍ଧୁ ଓ ସାଥୀ ଖେଳାଳି। ତାଙ୍କ ସହ ମୁଁ ମୋର କ୍ୟାରିୟରର ଶେଷ ମ୍ୟାଚ୍‌ ଖେଳିବା ସହ ଫାଇନାଲରେ ପ୍ରବେଶ କରିଥିଲି।”

୧୮ ବର୍ଷ ତଳେ ସାନିଆ ମେଲବର୍ଣ୍ଣରୁ ହିଁ କ୍ୟାରିୟର ଆରମ୍ଭ କରିଥିଲେ । ଆଉ ସେହି ସ୍ଥାନରେ ଗ୍ରାଣ୍ଡସ୍ଲାମ କ୍ୟାରିୟର ଶେଷ କରିବା ସାନିଆଙ୍କ ପାଇଁ ସ୍ମରଣୀୟ ହୋଇରହିବ । ୨୦୦୩ରେ ପେସାଦାର ଟେନିସରେ ପଦାର୍ପଣ କରିଥିଲେ ସାନିଆ। ୨୦୧୫ରେ ସାନିଆ ଦୁନିଆର ଏକ ନମ୍ବର ଡବଲ୍ସ ଟେନିସ୍ ଖେଳାଳି ହୋଇଥିଲେ। ୯୧ ସପ୍ତାହ ଧରି ଡବଲ୍ସରେ ଦୁନିଆର ଏକ ନମ୍ବର ଖେଳାଳି ରହିଥିଲେ।

ସାନିଆ ମିର୍ଜା ତାଙ୍କ ଟେନିସ୍‌ କ୍ୟାରିୟମରରେ ୬ ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ୩ ମହିଳା ଡବଲ୍ସ ଓ ୩ ମିକ୍ସଡ୍ ଡବଲ୍ସ ଟାଇଟଲ୍ ଜିତିଛନ୍ତି ସାନିଆ। ଏଥିସହ ୨୦୦୩ରୁ ୨୦୧୩ ଯାଏଁ ସିଙ୍ଗଲ୍ସରେ ଭାରତର ଏକ ନମ୍ବର ଖେଳାଳି ଥିଲେ। ଏକମାତ୍ର ଭାରତୀୟ ମହିଳା ଖେଳାଳି ଭାବେ ସିଙ୍ଗଲ୍ସ ରାଙ୍କିଙ୍ଗର ଶୀର୍ଷ ୧୦୦ରେ ସ୍ଥାନ ପାଇଥିଲେ ସାନିଆ। ଓପନ୍ ଏରାରେ ମ୍ୟାଚ୍ ଜିତିବାରେ ତୃତୀୟ ଭାରତୀୟ ହେଉଛନ୍ତି ସାନିଆ ମିର୍ଜା।

ସାନିଆ ତାଙ୍କ କ୍ୟାରିୟମରରେ ମୋଟ ୪୩ ଟାଇଟଲ୍ ଜିତିଛନ୍ତି। ୨୦୦୫ରେ ଡବ୍ଲ୍ୟୁଟିଏ ପ୍ଲେୟର୍ ଅଫ୍ ଦି ଇୟର ବିବେଚିତ ହୋଇଥିଲେ। ଜୁନିୟର ସ୍ତରରେ ୧୦ଟି ସିଙ୍ଗଲ୍ସ ଓ ୧୩ଟି ଡବଲ୍ସ ଟାଇଟଲ୍ ଜିତିଛନ୍ତି। ୨୦୧୩ରେ ୱିମ୍ବଲଡନ୍ ଚାମ୍ପିୟନସିପ ବାଳିକା ଡବଲ୍ସ ଟାଇଟଲ ଜିତିଥିଲେ। ୨୦୦୨ରେ ମାତ୍ର ୧୬ ବର୍ଷ ବୟସରେ ସିନିୟର ସ୍ତରରେ ଜାତୀୟ ଚାମ୍ପିୟନ୍ ହୋଇଥିଲେ। ୨୦୧୬ ରିଓ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଥିଲେ ସାନିଆ।

Leave A Reply

Your email address will not be published.