ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରୋକା ଯିବ ବାଲି ଚୋରୀ : ଖୁବ୍‌ ଶିଘ୍ର ରାଜ୍ୟ ସରକାର ଆଣିବେ ସ୍ବତନ୍ତ୍ର ବାଲିନୀତି

ଭୁବନେଶ୍ୱର : ବିଧାନସଭାରେ ବାଲି ତାତି। ରାଜ୍ୟରେ ବ୍ୟାପକ ବାଲିଚୋରି ହେଉଛି ଏବଂ ରାଜ୍ୟରେ ବାଲିନୀତି ନାହିଁ ବୋଲି ଅଭିଯୋଗ କରି ସରକାରଙ୍କୁ ଘେରିଥିଲେ ବିରୋଧୀ ସଦସ୍ୟ। ରାଜ୍ୟ ସରକାର କାହିଁକି ଆଣିନାହାନ୍ତି ବାଲିନୀତି ଏବଂ ବାଲି ନୀତି ଚିଠା ପ୍ରସ୍ତାବ କାହିଁକି କାର୍ଯ୍ୟକାରୀ ହେଉନି ବୋଲି ପ୍ରଶ୍ନ କରିଥିଲା ବିରୋଧୀ ବିଜେପି। ଏହାପରେ ଏହି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି  ବିଭାଗୀୟ ମନ୍ତ୍ରୀ ସୁଦାମ ମାରାଣ୍ଡି।

ସେ କହିଛନ୍ତି ବିଦେଶକୁ ବାଲି ଚାଲାଣ ହେବା ନେଇ ବିରୋଧି ଯେଉଁ ଅଭିଯୋଗ କରୁଛନ୍ତି ତାହା ମିଛ। ଆମ ରାଜ୍ୟରୁ ବିଦେଶକୁ ବାଲି ଚାଲାଣ ହେଉନାହିଁ। କେବଳ ରାଜ୍ୟରୁ ବିଭିନ୍ନ ସମୟରେ ୨ରୁ ୩ଟି ରାଜ୍ୟକୁ ବାଲି ଦିଆଯାଉଛି । ୧୪୪ଟି ତହସିଲକୁ ସମ୍ବେଦନଶୀଳ ଭାବେ ଘୋଷଣା କରାଯାଇଛି। ସେଠାରେ ଅତିରିକ୍ତ ଆରଆଇ ଓ ଅମିନ ନିଯୁକ୍ତି କରାଯାଇଛି। ସେମାନେ ଆଇନ ଅନୁଯାୟୀ ବେଆଇନ କାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରିପାରିବେ ବୋଲି ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏଥିସହିତ ଖୁବଶୀଘ୍ର ବାଲିର ସ୍ୱତନ୍ତ୍ର ନୀତି ଅଣାଯିବ ବୋଲି ମନ୍ତ୍ରୀ କହିଛନ୍ତି । ବାଲିନୀତିକୁ ତର୍ଜମା କରୁଛୁ। ରାଜ୍ୟର ବାର୍ଷିକ ଚାହିଦା ସ୍ଥିର ହୋଇନାହିଁ । ବାଲିର ମୁଲ୍ୟ ନିର୍ଦ୍ଧାରଣ କରାଯାଇନି। ତେବେ ଘାଟ ନିଲାମ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ସୁଦାମ ମାରାଣ୍ଡି।

ରାଜ୍ୟରେ ଚୋରା ବାଲି ଚାଲାଣ ବହୁମାତ୍ରାରେ ବୃଦ୍ଧି ପାଇଥିବା କାରଣରୁ ସ୍ବତନ୍ତ୍ର ବାଲିନୀତି କାର୍ଯ୍ୟକାରୀ କରିବା ପାଇଁ  ବୈଠକ ବସିଥିଲା, ମାତ୍ର ୨୦୧୮ ମସିହାରେ ଏଯାଏ କୈଣସି ତର୍ଜମା ହୋଇନାହିଁ ବୋଲି ଚୋରି ହେଉଥିବା ମୋହନ ମାଝି ଅଭିଯୋଗ କରିଛନ୍ତି । ବାଲି ବାବଦରେ ୧୫୦୦ କୋଟି ପାଉଛନ୍ତି । ଚୋରି ହେଉଥିବାରୁ ୪ରୁ ୫ ହଜାର କୋଟି ହରାଉଛି ରାଜ୍ୟ।

ବାଚସ୍ପତି ମଧ୍ୟ ଏନେଇ ଉଦବେଗ ପ୍ରକାଶ କରିଛନ୍ତି। ବାଚସ୍ପତିଙ୍କ ନିଜ ନିର୍ବାଚନମଣ୍ଡଳୀରୁ ଆନ୍ଧ୍ରକୁ ବାଲିଚାଲାଣ ହେଉଛି। ତିନି ବର୍ଷ ହେଲା ବାଲିନୀତି କାହିଁକି କାର୍ଯ୍ୟକାରୀ କରୁନ ବୋଲି ବାଚସ୍ପତି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି। ଠିକ୍ ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ବାଲି ବାବଦରେ ରାଜ୍ୟ ସରକାର ୧୫୦୦ କୋଟି ରାଜସ୍ବ ପାଉଛନ୍ତି, କିନ୍ତୁ ୫ହଜାରକୋଟି ରାଜସ୍ବ ହରାଉଛନ୍ତି।

ଅନ୍ୟପକ୍ଷେ ଆଜି ବିଧାନସଭାରେ ବିଜେପି ଦେଇଥିବା ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ହେବ । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ନେଇ ବିଜେପି ମୁଲତବି ପ୍ରସ୍ତାବ ଦେଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଆଲୋଚନାର ଉତ୍ତର ରଖିବେ ।

Leave A Reply

Your email address will not be published.