ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜିଠୁ ଯୁକ୍ତ ତିନି ନାମଲେଖା ପାଇଁ ଆବେଦନ

ଭୁବନେଶ୍ୱର : ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ +୩(ସ୍ନାତକ) ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆସନ୍ତାକାଲିଠୁ ଆରମ୍ଭ ହେବ। ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧ରୁ ଆରମ୍ଭ ହୋଇ ୨୫ ତାରିଖରେ ସରିବ। ତେବେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୩୧ରେ ପ୍ରକାଶ ପାଇବାକୁ ଥିବାବେଳେ ସେପ୍ଟେମ୍ବର ୨ରୁ ୫ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୧୨ରୁ ୧୪ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ୧୬ ତାରିଖରେ ଖାଲି ଥିବା ସିଟ ସମ୍ପର୍କରେ ତାଲିକା ଅପରାହ୍ଣ ୨ଟାରେ କଲେଜଗୁଡ଼ିକର ସାମ୍ସ ଇ-ପ୍ସେସ୍‍ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ଏବର୍ଷ ନାମଲେଖା ସମୟରେ ପିଲାଙ୍କ ଠାରୁ ନାମଲେଖା ଫି’ ଆଦାୟ କରାଯିବ ନାହିଁ। ନାମଲେଖା ଫି ଦାଖଲ ପାଇଁ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଦିଆଯିବ। ଚୂଡ଼ାନ୍ତ ନାମଲେଖା ପ୍ରକ୍ରିୟା ସରିବା ପରେ ଛାତ୍ରଛାତ୍ରୀ ନାମଲେଖା ଫି’ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଦାଖଲ କରିବେ। ଅପରପକ୍ଷେ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ବୁଧବାର ଶେଷ ହୋଇଛି। ନାମଲେଖା ପାଇଁ ବୁଧବାର ସଂଧ୍ୟା ସୁଦ୍ଧା ୫ଲକ୍ଷ ୭ ହଜାର ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୪ ଲକ୍ଷ ୭୫ ହଜାର ପିଲା ଆବେଦନ କରିଛନ୍ତି।

Leave A Reply

Your email address will not be published.