ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କୃତି ପ୍ରତିଭାଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିଛନ୍ତି। କଳା ଓ ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ସମ୍ଭବ ମିଶ୍ର ପାଇଛନ୍ତି ରାଷ୍ଟ୍ରୀୟ ବାଲ ପୁରସ୍କାର ।

ଓଡ଼ିଶାର ସମ୍ଭବ ମିଶ୍ର ଅନେକ ଉପାଦେୟ ପ୍ରବନ୍ଧ ଓ ବହି ଲେଖିଛନ୍ତି । କଟକ ଶିଖରପୁରର ସମ୍ଭବ ମିଶ୍ର ଲେଖିଥିବା ଅନେକ ପ୍ରବନ୍ଧ ଓ ବହି ପାଠକ ମହଲରେ ବେଶ ପ୍ରଶଂସା ଲାଭ କରିଛି। ପୂର୍ବରୁ ଇଣ୍ଡିଆ ବୁକ ରେକର୍ଡ କରିଛନ୍ତି ସମ୍ଭବ। ସାହିତ୍ୟ କୃତୀରେ ଉଲ୍ଲେଖନୀୟ ସଫଳତା ପାଇଁ ତାଙ୍କୁ ସମ୍ମାନଜନକ ଫେଲୋସିପ୍ ଅଫ୍ ଦି ରୟାଲ ଏସିଏଷ୍ଟିକ ସୋସାଇଟି, ଲଣ୍ଡନ ମିଳିଛି। ୨ଶହ ବର୍ଷ ମଧ୍ୟରେ ସର୍ବକନିଷ୍ଠ ବ୍ୟକ୍ତି ଭାବେ ସେ ଏହି ଫେଲୋସିପ୍ ପାଇଛନ୍ତି ।

୧୧ଜଣ କୃତୀ ପ୍ରତିଭାଙ୍କୁ ଚଳିତ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରାଯାଇଛି। ଦେଶର ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୬ଜଣ ବାଳକ ଓ ୫ଜଣ ବାଳିକାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ବିଜେତାଙ୍କୁ ପଦକ, ୧ଲକ୍ଷ ଟଙ୍କା ନଗଦ ପୁରସ୍କାର ଓ ପ୍ରମାଣପତ୍ର ଦିଆଯାଇଛି।

Leave A Reply

Your email address will not be published.