ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟ୍ରକ ଧକ୍କାରେ ୩ମୃତ, ୧ଗରୁତୁର

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ବରେଇପାଲି ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଅଜଣା ଟ୍ରକ ଧକ୍କାରେ ୩ ଜଣଙ୍କର ମୃତ୍ଯୁ ଘଟିଥିବ ବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମୃତାହତ ସମସ୍ତେ ସମ୍ବଲପୁର ହୀରାକୁଦ ସନ୍ତୋଷୀ ଛକ ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଏ ମାନେ ସମସ୍ତେ ବିଳମ୍ବିତ ରାତିରେ ସମ୍ବଲପୁରରୁ ବୁର୍ଲା ପଟକୁ ଦୁଇଟି ବାଇକରେ ଯାଉଥିଲେ । ଦୁଇଟି ବାଇକ ଲାଗି ଲାଗି ଯାଉଥିବାରୁ ଭାରସାମ୍ୟ ହରାଇ ବାଇକରୁ ପଡିଯାଇଥିଲା । ଫଳରେ ତାଙ୍କ ଉପରେ ଏକ ଅଜଣା ଟ୍ରକ୍ ଚଢିଯାଇଥିଲା। ତେବେ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବୁର୍ଲାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.