ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଟାଇଗର୍-୩’ ପାଇଁ ରୁଷ୍‌ ଯିବେ ସଲମାନ୍-କ୍ୟାଟ୍ରିନା

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ୍‌ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ବହୁତ ଜଲ୍‌ଦି ଗୁଇନ୍ଦା ଥ୍ରିଲର୍‌ ଫିଲ୍ମ ‘ଟାଇଗର୍-୩’ ପାଇଁ ବିଦେଶରେ ସୁଟିଂ ଆରମ୍ଭ କରିବେ। ଉଭୟ ସଲମାନ୍ ଓ କ୍ୟାଟ୍ରିନା ଅଗଷ୍ଟ ୧୮ରେ ରୁଷ୍‌ ଯିବେ। ଫିଲ୍ମ ପାଇଁ ୪୫ ଦିନର ଆକ୍ସନ୍‌ ସିନ୍‌ ଧାର୍ଯ୍ୟ କରାଯାଇଛି। ଉଭୟ କଳାକାର ଏହି ସିନ୍‌ଗୁଡ଼ିକ ଅଷ୍ଟ୍ରିଆ ଓ ତୁର୍କି ସହିତ ୫ଟି ବିଦେଶୀ ଲୋକସେନ୍‌ରେ ସୁଟ୍ କରିବେ। ୟଶରାଜ ବ୍ୟାନର୍ ଏକ ଜୁମ୍ବୋ ଚାର୍ଟରରେ ସଲମାନ୍‌-କ୍ୟାଟ୍ରିନାଙ୍କ ସହ ନିର୍ଦ୍ଦେଶକ ମନୀଷ ଶର୍ମା ଏବଂ ସୁଟିଂ ସହିତ ଜଡ଼ିକ ଲୋକଙ୍କୁ ରୁଷ୍‌ ପଠାଇବା ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଆଦିତ୍ୟ ଚୋପ୍ରା ଏହି ଚାର୍ଟରଟିକୁ ଭଡ଼ାରେ ନେଇଛନ୍ତି।

ରୁଷ୍‌ରେ ହେବାକୁ ଥିବା ସୁଟିଂ ପାଇଁ ମାସେ ପୂର୍ବରୁ ଅଭ୍ୟାସ କରାଯାଇଛି। ପ୍ରଥମେ ସଲମାନ୍‌ ଓ କ୍ୟାଟ୍ରିନା ରୁଷ୍‌ରେ ସୁଟିଂ ସାରିବେ। ପରେ ତୁର୍କୀ, ଅଷ୍ଟ୍ରିଆ, ଆଦି ସ୍ଥାନରେ ସୁଟିଂ କରିବେ। କରୋନା ମହାମାରୀ ସତ୍ତ୍ବେ ଆଦିତ୍ୟ ଓ ମନୀଷ୍‌ ଫିଲ୍ମ ଉପରେ ଏହାର ଆଦୌ ପ୍ରଭାବ ପଡିବାକୁ ଦେଉନାହାନ୍ତି। ଏହି ଫିଲ୍ମକୁ ସୁପର୍‌ହିଟ୍‌ ସାବ୍ୟସ୍ତ କରିବା ପାଇଁ ଆଦିତ୍ୟ ଭରପୂର ଆକ୍ସନ ସିନ୍‌ ରଖୀଛନ୍ତି। ‘ଟାଇଗର୍‌-ଥ୍ରି’ ଏହି ଫ୍ରାଞ୍ଚାଇଞ୍ଜର ତୃତୀୟ ସଂସ୍କରଣ ହେବ। ଏହାପୂର୍ବରୁ ‘ଏକ୍‌ ଥା ଟାଇଗର୍‌’ ୨୦୧୨ରେ ‘ଟାଇଗର୍ ଜିନ୍ଦା ହୈ’ ୨୦୧୭ରେ ମୁକ୍ତିଲାଭ କରିଥିଲା।

Leave A Reply

Your email address will not be published.