ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଳିତ ମାସ ପ୍ରଥମାର୍ଦ୍ଧରେ ପେଟ୍ରୋଲ, ଡିଜେଲ ବିକ୍ରିରେ ୧୦ ରୁ ୧୫% ହ୍ରାସ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ବୃଦ୍ଧିକୁ ନେଇ ବିକ୍ରି ହ୍ରାସ ପାଇଛି। ଚଳିତ ମାସ ପ୍ରଥମାର୍ଦ୍ଧରେ ପେଟ୍ରୋଲ ବିକ୍ରିରେ ଅନ୍ୟୂନ ୧୦% ହ୍ରାସ ଘଟିଥିଲା ବେଳେ ଡିଜେଲ ବିକ୍ରି ୧୫.୬% ହ୍ରାସ ପାଇଛି ବୋଲି ଏ ସମ୍ପର୍କରେ କରାଯାଇଥିବା ଏକ ସ୍ବତନ୍ତ୍ର ସମୀକ୍ଷାରୁ ଜଣାପଡ଼ିଛି।

ସେହିପରି ଏହି ସମୟରେ ଏଲପିଜି ଚାହିଦାରେ ମଧ୍ୟ ୨% ହ୍ରାସ ଘଟିଥିବା ଜଣାପଡ଼ିଛି। ମାର୍ଚ୍ଚ ୨୨ ରୁ ଏପ୍ରିଲ ୬ ତାରିଖ ମଧ୍ୟରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଥିଲା ବେଳେ ମାର୍ଚ୍ଚ ୨୨ରେ ଏଲପିଜି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ଘଟିଥିଲା।

Leave A Reply

Your email address will not be published.