ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍

ସାଲେପୁର :  ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଘଟଣା ଘଟିଛି ସାଲେପୁର ଅଞ୍ଚଳରେ । ସାଲେପୁର ମାଛୁଆତି ବଜାରରେ ଥିବା ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭିତରୁ ବନ୍ଧୁକ ମୁନରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଡକାୟତି ହୋଇଛି। ୩ ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ ରେ ମୁଖା ପିନ୍ଧି ଆସି ବନ୍ଧୁକ ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବ୍ୟାଙ୍କର ଜଣ ଜଣ କର୍ମଚାରୀଙ୍କୁ ପୁଲିସ ଘଟଣା ସମ୍ପର୍କରେ ପଚରାଉଚରା କରିବା ସହ ବ୍ୟାଙ୍କର ସିସିଟିଭିକୁ ମଧ୍ୟ ଯାଞ୍ଚ କରୁଛନ୍ତି । ଏଥିସହ କଟକ, ଜଗତପୁର, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଆଦି ଅଞ୍ଚଳର ଏଭଳି କ୍ରିମିନାଲମାନଙ୍କର ଗତିବିଧିକୁ ତର୍ଜମା କରୁଛନ୍ତି ।

Leave A Reply

Your email address will not be published.