ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପବିତ୍ର ବାହୁଡ଼ା ଯାତ୍ରାରେ ଉଦଘାଟିତ ହେଲା ଦୈନିକ ଖବର କାଗଜ ‘ସକାଳ’ର ଜୟପୁର ସଂସ୍କରଣର ନିଜସ୍ୱ ପ୍ରେସ୍

ଜୟପୁର: ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଦୈନିକ ଖବର କାଗଜ ‘ସକାଳ’ର ଜୟପୁର ସଂସ୍କରଣର ନିଜସ୍ୱ ପ୍ରେସ୍ ଉଦଘାଟିତ ହୋଇଛି।  ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏହି ପ୍ରେସ୍‌କୁ ଉଦଘାଟନ କରିଛନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାପାଇଁ ନିଜସ୍ୱ ପ୍ରେସରୁ ଆରମ୍ଭ ହୋଇଛି ମୁଦ୍ରଣ। ଉଦଘାଟନୀ କାର୍ଯ୍ଯକ୍ରମରେ ଦୈନିକ ‘ସକାଳ’ର ସିଇଓ ସୁବ୍ରତ ଦାଶ, ମନ୍ତ୍ରୀ ପଦ୍ମିନୀ ଦିଆନ ପ୍ରକାଶକ ଅମିତ ମଲ୍ଲିକ, କାର୍ଯ୍ଯନିର୍ବାହୀ ସଂପାଦକ ସମରେନ୍ଦୁ ଦାସ ଓ କୋରାପୁଟ ସଂସ୍କରଣ ମୁଖ୍ୟ ରାକେଶ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଏଜେଣ୍ଟ, ରିପୋର୍ଟର ଉପସ୍ଥିତ ରହିଛନ୍ତି। ସେହିପରି କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ଉଦଘାଟନ ସମୟରେ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.