ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ RWSSର ସହକାରୀ ନିର୍ବାହୀ ଯନ୍ତ୍ରୀ , ଏକକାଳୀନ ୮ଟି ସ୍ଥାନରେ ଚଢାଉ ଜାରି

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ପଣ୍ଡାଙ୍କ ଘରେ ରେଡ଼ ଚାଲିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭୁବନେଶ୍ୱର, କେନ୍ଦ୍ରାପଡା, ଉଦଳା ଓ ମୟୁରଭଞ୍ଜ ସମେତ ଏକକାଳୀନ ୮ ଟି ସ୍ଥାନରେ ଚଢାଉ ଜାରି ରହିଛି। ଆଇଗିଣୀଆରେ ଥିବା ୩ ମହଲା ଘର, ପତ୍ରପଡା ବ୍ଲୁ ହିଲ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଚଢାଉ ଚଲିଥିବା ବେଳେ ଖଣ୍ଡଗିରି ମାର୍କେଟ କମ୍ପ୍ଲେକ୍ସ ରେ ନିର୍ମାନାଧୀନ ଦୋକାନରେ ଛାପା ମାରୁଛି ଭିଜିଲାନ୍ସ । ଏହି ଚଢାଉରେ ଜଣେ ଆଡିସନାଲ SP, ୮ DCP, ୫ ଇନିସ୍‌ପେକ୍ଟର ଓ ୧୨ ଅଫିସର ସାମିଲଥିବା ସୂଚନା ।

 

Leave A Reply

Your email address will not be published.