ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନ ରେଳ ଷ୍ଟେସନ ଉପରେ ରୁଷର ମିସାଇଲ୍ ମାଡ଼: ୨୨ ମୃତ, ୫୦ ଗୁରୁତର

କିଭ୍‌: ରୁଷ-ୟୁକ୍ରେନ ଯୁଦ୍ଧକୁ ପୁରିଲାଣି ୬ ମାସ । ଦୁଇ ଦେଶ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଥିଲେ ମଧ୍ୟ ଏହା ଥମିବାର ନାଁ ଧରୁନି। ଏହାମଧ୍ୟରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ବୁଧବାର ଏକ ବଡ ଦାବି କରିଛନ୍ତି । ୟୁକ୍ରେନର ଏକ ରେଳ ଷ୍ଟେସନ ଉପରେ ରୁଷର ରକେଟ୍ ଆକ୍ରମଣ ଯୋଗୁଁ ୨୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୫୦ଜଣ ବ୍ୟକ୍ତି ଆହତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି।

ୟୁକ୍ରେନ କହିଛି ଯେ ଏହି ଆକ୍ରମଣ ପୂର୍ବ ସହର ଚାପଲିନରେ ଘଟିଛି ​​ଯେଉଁଠାରେ ପାଞ୍ଚ ଜଣ ଏକ ଗାଡିରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ ଏକ ୧୧ ବର୍ଷର ଶିଶୁ ମଧ୍ୟ ଥିଲା | ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ ପ୍ରାୟ ୫୦ ଜଣ ଆହତ ହୋଇଥିବା ସେ କହିଛନ୍ତି।

ରୁଷ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।ତେବେ ସାଧାରଣ ନାଗରିକ ଥିବା କୌଣସି ସ୍ଥାନକୁ ଆମେ ଆକ୍ରମଣ କରୁ ନାହୁ ବୋଲି ରୁଷ କହିଆସିଛି।

ରୁଷ ଘନଘନ ରକେଟ ମାଡ଼ ଯୋଗୁ ଗୋଟିଏ ଟ୍ରେନର ୫ଟି ବଗି ଛିନଛତ୍ର ହୋଇଯାଇଛି। ସେହିପରି ୨୨ ଜଣଙ୍କ ଜୀବନ ଯାଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ମେଡିକାଲ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଛି। ସାଧାରଣ ଲୋକଙ୍କ ଉପରେ ହମଲାକୁ ରାଷ୍ଟ୍ରପତି ଭବନ ପକ୍ଷରୁ ନିନ୍ଦା କରାଯାଇଛି।

Leave A Reply

Your email address will not be published.