ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ଅନ୍ୟ ରାଷ୍ଟ୍ରକୁ ପୁଟିନଙ୍କ ଚେତାବନୀ, ହସ୍ତକ୍ଷେପ କଲେ ପରିଣାମ ଭୋଗିବ

ମସ୍କୋ :  ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା କ୍ଷଣି କିଏଭ୍‌ ଏବଂ ଖାର୍କିଭ୍‌ରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା ରିପୋର୍ଟ ଆସିଛି।ଋଷ ୟୁକ୍ରେନର ୧୩ ଟି ସହର ଉପରେ ଆକ୍ରମଣ କରିଛି। ରାଜଧାନୀ କିଭ୍‍ ସମେତ ୟୁକ୍ରେନର ପୂର୍ବ ଭାଗରେ ଥିବା ସହରଗୁଡ଼ିକୁ ଟାର୍ଗେଟ କରାଯାଇଛି । ୟୁକ୍ରେନର ଅନେକ ସହରରେ ବିସ୍ଫୋରଣ ହେବାର ଖବର ରହିଛି । କଳାସାଗର ନିକଟ ଓଡେସାରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ରାଜଧାନୀ କିଭରେ ମଧ୍ୟ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣାଯାଇଛି । ଖାର୍କିଭରେ ହୋଇଥିବା ବିସ୍ଫୋରଣ ବିଷୟରେ ମଧ୍ୟ ସୂଚନା ମିଳିଛି । କ୍ରାମାଟେରସ୍କ, ବର୍ଡିୟାନ୍ସକ ଏବଂ ନିକୋଲାଏଭ ସହରରେ ବିସ୍ଫୋରଣ ମଧ୍ୟ ହୋଇଛି।


ଅନ୍ୟପଟେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ୟୁକ୍ରେନ୍‌ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା ପରେ ଅନ୍ୟଦେଶ ଗୁଡିକୁ ଖୋଲାଖୋଲି ଧମକ ଦେଇଛନ୍ତି।ପାଶ୍ଚାତ୍ୟ ରାଷ୍ଟ୍ର ଗୁଡିକ ୟୁକ୍ରେନକୁ ସାହାଯ୍ୟ କରିବେ ସେମାନେ ଭୟାବହ ପରିଣତି ପାଇଁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛନ୍ତି ପୁଟିନ୍। ପୁଟିନ କହିଛନ୍ତି, ଯଦି କେହି ଏହି ବିବାଦ ଭିତରେ ହସ୍ତକ୍ଷେପ କରିବେ, ତା’ହେଲେ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ। ଇତିହାସରେ କେହି କେବେ ଯାହା ସମ୍ମୁଖୀନ ହୋଇ ନଥିବେ, ଏବେ ସେମାନଙ୍କୁ ସେଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ।

Leave A Reply

Your email address will not be published.