ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍

ଦିଲ୍ଲୀ: ଆଜି ଭାରତ ଆସୁଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଭାରତରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ । ପ୍ରତିରକ୍ଷା, ବାଣିଜ୍ୟ, ଶକ୍ତି ଓ କୂଟନୈତିକ ସହଭାଗିତା, ଉଭୟ ରଷ୍ଟ୍ର ମଧ୍ୟରେ ସମ୍ପର୍କର ଉନ୍ନତି ପ୍ରସଙ୍ଗରେ ଆଲୋଚନା କରିପାରନ୍ତି । ଫୋକସରେ ରହିବ ଏସ-୪୦୦ ମିସାଇଲ ଡ଼ିଫେନ୍ସ ସିଷ୍ଟମ ଓ ଏକେ-୨୦୩ ଆସଲଟ ରାଇଫଲ । ଏହି ଦୁଇ ଦେଶ ମଧ୍ୟରେ ୨୧ତମ ବାର୍ଷିକ ସମ୍ମିଳନୀ ରହିଛି । ଶେଷ ଥର ପାଇଁ ୨୦୧୯ରେ ଏହି ସମ୍ମିଳନୀ ହୋଇଥିଲା ।

ମହାମାରୀ କୋଭିଡ଼-୧୯ ପାଇଁ ପରବର୍ତ୍ତୀ ସମ୍ମିଳନୀ ହୋଇପାରିନଥିଲା । ଗୋଟିଏ ବର୍ଷ ଅନ୍ତରରେ ହେଉଥିବାରୁ ଆଲୋଚନାରେ ଆନ୍ତର୍ଜାତୀୟ ପ୍ରସଙ୍ଗ ସ୍ଥାନ ପାଇପାରେ । ଆଫଗାନିସ୍ତାନ ଓ ସିରିଆ ଅସ୍ଥିରତା ନେଇ ମଧ୍ୟ ଆଲୋଚନା ହୋଇପାରେ । ବିଭିନ୍ନ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ଯାନୁଷ୍ଠାନ ଦିଗରେ ଉଭୟ କଥା ହୋଇପାରନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.