ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଋଷ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଜଣେ ହତ୍ୟାକାରୀ, ତାନାଶାହୀ ଓ ଏକଚ୍ଛତ୍ରବାଦୀ ରକ୍ତପିପାସୁ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌

ୱାଶିଂଟନ : ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ୟୁକ୍ରେନ ରାଜଧାନୀ କିଭକୁ ଦଖଲ କରିବା ପାଇଁ ଋଷ ଜୋରଦାର ଆକ୍ରମଣ କରୁଛି। ଯୁଦ୍ଧକୁ ତିନି ସପ୍ତାହ ପୁରିଛି । ୨୨ ଦିନର ଘମାଘୋଟ ଯୁଦ୍ଧ ପରେ ଆହୁରି ଭୟଙ୍କର ରୂପ ନେଉଛି ସଂଘର୍ଷ । ମାରିଉପୁଲରେ ସ୍ଥିତି ଅତ୍ୟନ୍ତ ଉଦବେଗଜନକ ରହିଛି । ଏ ଯାଏ ବି କିବ୍‌ କବଜା କରିବାରେ ସଫଳ ହୋଇନି ମସ୍କୋ । କିବ୍ ସହର ବାହାରେ ଚାଲିଛି ଆର୍ ପାରର ଲଢ଼େଇ । ହମଲା ଯୋଗୁ ଅନେକ ସ୍ଥାନରେ ଗତ ଦୁଇ ସପ୍ତାହ ଧରି ବିଦ୍ୟୁତ୍ ସଂଯୋଗ ନଥିବାରୁ ବିଗିଡିବାରେ ଲାଗିଛି ସ୍ଥିତି । ମାଇନସ ୫ଡିଗ୍ରୀ ତାପମାତ୍ରାରେ ଅତି ଦୟନୀୟ ଭାବେ ବଞ୍ଚୁଛନ୍ତି ଲୋକେ ।

ଏହାରି ମଧ୍ୟରେ ୟୁକ୍ରେନ୍‌ରେ ରୁଷୀୟ ସେନାଙ୍କ ଆକ୍ରମଣ ଅବ୍ୟାହତ ଥିବା ବେଳେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ସମାଲୋଚନା କରି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି, ସେ ହେଉଛନ୍ତି ଜଣେ ରକ୍ତପିପାସୁ ଏକଚ୍ଛତ୍ରବାଦୀ ତଥା ନିରୋଳା ହତ୍ୟାକାରୀ।ରୁଷ୍ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ୍‌ଙ୍କୁ ଯୁଦ୍ଧ ଅପରାଧୀ ଆଖ୍ୟା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ବୁଧବାର ୟୁକ୍ରେନ୍‌କୁ ୮୦୦ ନିୟୁତ ଡଲାର ସାମରିକ ସହାୟତା ଘୋଷଣା ଅବସରରେ ବାଇଡେନ୍ ଏହି ମନ୍ତବ୍ୟ ଦେଇଛନ୍ତି । ଏହି ଯୁଦ୍ଧକୁ ନେଇ ବର୍ତ୍ତମାନ ବିଶ୍ୱର ଅଧିକାଂଶ ରାଷ୍ଟ୍ର ରୁଷ୍ ବିରୋଧୀ ହୋଇପଡିଥିବାରୁ ପୁଟିନ୍‌ଙ୍କୁ ବହୁମୂଲ୍ୟ ଦେବାକୁ ପଡିବ ବୋଲି ବାଇଡେନ୍ ସତର୍କ କରାଇଛନ୍ତି ।

କ୍ୟାପିଟଲ୍‌ ହିଲ୍‌ରେ ସେଣ୍ଟ୍‌ ପ୍ୟାଟ୍ରିକ୍‌ ଦିବସ ଅବସରରେ ଆୟୋଜିତ ବାର୍ଷିକ ‘ଫ୍ରେଣ୍ଡ୍‌ସ୍‌ ଅଫ୍‌ ଆୟର୍ଲାଣ୍ଡ୍‌ ଲଞ୍ଚିଅନ୍‌’ରେ ଉଦ୍‌ବୋଧନ ଦେଇ ବାଇଡେନ୍‌ କହିଲେ, ପୁଟିନ୍‌ ହେଉଛନ୍ତି ୟୁକ୍ରେନ୍‌ବାସୀଙ୍କ ବିରୋଧରେ ଅନୈତିକ ଯୁଦ୍ଧ ଘୋଷଣା କରିଥିବା ଜଣେ ରକ୍ତପିପାସୁ ଏକଚ୍ଛତ୍ରବାଦୀ, ଜଣେ ନିରୋଳା ହତ୍ୟାକାରୀ।

ଅପରପକ୍ଷରେ ବାଇଡେନ୍‌ଙ୍କ ଏତାଦୃଶ ମନ୍ତବ୍ୟକୁ ରୁଷ୍ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । କ୍ରେମ୍‌ଲିନ୍ ମୁଖପାତ୍ର ଦିମିତ୍ରି ପେସ୍‌କୋଭ୍ କହିଛନ୍ତି ଯେ ବାଇଡେନ୍‌ଙ୍କ ଏଭଳି ମନ୍ତବ୍ୟ ସମ୍ପୂର୍ଣ୍ଣ ଅକ୍ଷମଣୀୟ ଏବଂ କୌଣସି ପରିସ୍ଥିତିରେ ଗ୍ରହଣଯୋଗ୍ୟ ନୁହଁ ।

Leave A Reply

Your email address will not be published.