ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ପ୍ରସ୍ତୁତି ! ନ୍ୟୁକ୍ଲିଅର୍ ଯୁଦ୍ଧ ଡ୍ରିଲ ପାଇଁ ଆଦେଶ ଦେଲେ ପୁଟିନ୍

ନୂଆଦିଲ୍ଲୀ: ଋଷ- ୟୁକ୍ରେନ ଯୁଦ୍ଧକୁ ହେଲାଣି ୨୫ ଦିନ ହେଲେ କିଛି ସମାଧାନର ସୂତ୍ର ବାହାରିବା ବଦଳରେ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ୟୁକ୍ରେନର ଅନେକ ସହର ଉପରେ ଘନ ଘନ ଆକ୍ରମଣ ଜାରି ରହିଛି । ଋଷ ୟୁକ୍ରେନ ସହର ମାରିୟୁପୋଲକୁ ଚାରିପଟୁ ଘେରିବା ସହ ଘନ ଘନ ମିଶାଇଲ ଓ ବୋମା ମାଡ଼ କରୁଛି । ଏହିମଧ୍ୟରେ ବ୍ରିଟେନର ଏକ ଗଣମାଧୟମ ରିପୋର୍ଟ ଅନୁସାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ ଯୁଦ୍ଧର ସଙ୍କେତ ଦେଲେଣି । ପୁଟିନ ପରମାଣୁ ଯୁଦ୍ଧ ପାଇଁ ଅଭ୍ୟାସ କରୁଛନ୍ତି । ନ୍ୟୁକ୍ଲିୟର ୱାର ଡ୍ରିଲ ପାଇଁ ନିଜ ସେନାକୁ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । କେବଳ ଏତିକି ନୁହେଁ ଏଥିରୁ ସୁରକ୍ଷା ପାଇଁ ନିଜ ପରିବାରକୁ ସାଇବେରିଆ ପଠାଇଦେଇଥିବା ମଧ୍ୟ ଖବର ଶୁଣିବାକୁ ମିଳୁଛି ।

ଉଭୟ ଯୁଦ୍ଧ ଓ ଶାନ୍ତି ଆଲୋଚନା ସମାନ ଭାବେ ଚାଲିଥିବା ବେଳେ ୟୁକ୍ରେନ୍‌ ଉପରେ ଅତ୍ୟାଧୁନିକ ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିବା କଥା ରୁଷ୍‌ ଦାବି କରିଛି । ପୁଟିନ୍‌ କ୍ରମଶଃ ଆଣବିକ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବାର ଆଭାସ ପାଇ କ୍ରେମ୍‌ଲିନ୍‌ ସରକାରୀ ଅଧିକାରୀମାନେ ବିସ୍ମିତ ତଥା ବିବ୍ରତ ହୋଇପଡ଼ିଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହାଦ୍ୱାରା କେବଳ ୟୁକ୍ରେନ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହେବ ବୋଲି ଚିନ୍ତା ପ୍ରକଟ କରାଯାଇଛି ।

ସୂଚନା ଅନୁସାରେ, ଆଣବିକ ଯୁଦ୍ଧରେ ଲୋକାମାନଙ୍କୁ କିଭଳି ସ୍ଥାନାନ୍ତରଣ କରାଯାଇପାରିବ ସେନେଇ ଅଭ୍ୟାସ କରାଯଆଉଥିବା ନିଜେ ପୁଟିନ୍‌ କ୍ରେମ୍‌ଲିନ୍‌ର ବରିଷ୍ଠ ରାଜନୀତିଜ୍ଞମାନଙ୍କୁ କହିଥିବା ଜଣାପଡ଼ିଛି । ଅନ୍ୟପଟେ ଏହି ଆକ୍ରମଣରୁ ସୁରକ୍ଷା ଦେବାକୁ ପୁଟିନ୍ ନିଜ ପରିବାରକୁ ସାଇବେରିଆର ଏକ ଗୁପ୍ତ ବଙ୍କରକୁ ପଠାଇଦେଇଛନ୍ତି । ଏହି ବଙ୍କର ଏକ ପାହାଡଆ ଇଲାକରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା କୁହାଯାଉଛି ।

Leave A Reply

Your email address will not be published.