ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଶସ୍ତା ଦରରେ ତେଲ ବିକିବ ଋଷ

ନୂଆଦିଲ୍ଲୀ: ପାକିସ୍ତାନକୁ କିଛି ମାତ୍ରାରେ ମିଳିବ ଆଶ୍ୱସ୍ତି, ଶସ୍ତା ଦରରେ ତେଲ ବିକିବ ଋଷ । ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ପ୍ରତି ବ୍ୟାରେଲ ପିଛା ୫୦ ଡଲାରରେ ତେଲ ବିକ୍ରି କରିବାକୁ ଋଷ ବିଚାର କରୁଥିବା ଜଣାପଡିଛି । ଅନ୍ୟ ଦେଶମାନଙ୍କୁ ୠଷ ଯେଉଁ ଦରରେ ତେଲ ବିକୁଛି ତା’ଠୁ ଖୁବ କମ ଦରରେ ପାକିସ୍ତାନକୁ ତେଲ ବିକି ବଡ ସାହାଯ୍ୟ କରିବାକୁ ଯାଉଛନ୍ତି ରାଷ୍ଟ୍ରପତି ପୁଟିନ ।
ଅନ୍ୟପଟେ ୟୁକ୍ରେନ ସହ ଯୁଦ୍ଧ ଚାଲିଥିବା ଯୋଗୁଁ ଆମେରିକା ଓ ପଶ୍ଚିମ ଦେଶମାନେ ଋଷ ଉପରେ କଟକଣା ଲଗାଇଛନ୍ତି । ଏଭଳି ସ୍ଥିତିରେ ନିଜର ଅର୍ଥବ୍ୟବସ୍ଥାକୁ ମଜବୁତ ରଖିବାକୁ ୠଷ ଭାରତ ସମେତ କିଛି ଦେଶକୁ କମଦରରେ ତେଲ ବିକୁଛି ।