ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନ ଉପରେ ପ୍ରଥମ ଥର ପାଇଁ ହାଇପରସୋନିକ କ୍ଷେପଣାସ୍ତ୍ରର ପ୍ରୟୋଗ କଲା ରୁଷ୍

ମସ୍କୋ : ୟୁକ୍ରେନ୍ ଉପରେ ରୁଷ ଆକ୍ରମଣର ଆଜି ହେଉଛି ୨୪ତମ ଦିନ । ଏହି ୨୪ ଦିନରେ ରୁଷ ୟୁକ୍ରେନର ପ୍ରମୁଖ ସହରଗୁଡ଼ିକୁ ଧ୍ବଂସ କରିସାରିଥିଲେ ବି ତାହାକୁ ସଂପୂର୍ଣ୍ଣ ପରାଜିତ ଓ କବଳିତ କରିପାରିନାହିଁ । ଏଥିପାଇଁ ଦିନକୁ ଦିନ ରୁଷ ରାଷ୍ଟ୍ରପତି ପୁଟିନଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲାଣି । ସେଥିପାଇଁ ରୁଷ ଏବେ ବିନାଶକାରୀ ଅସ୍ତ୍ର ପ୍ରୟୋଗ କରିବା ଆରମ୍ଭ କଲାଣି । ଶୁକ୍ରବାରଦିନ ରୁଷ ପ୍ରଥମ ଥର ପାଇଁ ୟୁକ୍ରେନ ଉପରେ ହାଇପରସୋନିକ୍ କ୍ଷେପଣାସ୍ତ୍ର ‘କିଞ୍ଜାଲ’ର ପ୍ରୟୋଗ କରିଛି । ୟୁକ୍ରେନ ସେନାର ଗୋଟିଏ ଭୂମିତଳ ଅସ୍ତ୍ରାଗାରକୁ ଧ୍ବଂସ କରିବାକୁ ରୁଷ ଏହି ମହାଶକ୍ତିଶାଳୀ ଅସ୍ତ୍ରର ପ୍ରୟୋଗ କରିଥିଲା ।

ରୁଷର ଏକ ସରକାରୀ ସମ୍ବାଦ ଏଜେନ୍ସିର ରିପୋର୍ଟ ଅନୁସାରେ ପଶ୍ଚିମ ୟୁକ୍ରେନର ଇଭାନୋ-ଫ୍ରାଙ୍କିସ୍କ୍ ଅଂଚଳରେ ଥିବା ଡେଲିଆଟିନ ଗ୍ରାମରେ ଥିବା ଏକ ଭୂମିତଳ ଅସ୍ତ୍ରାଗାର ଉପରେ କିଞ୍ଜାଲ ମିସାଇଲ ସିଷ୍ଟମ ମାଧ୍ୟମରେ ଏକ ହାଇପରସୋନିକ ଏରୋବାଲିଷ୍ଟିକ ମିସାଇଲର ପ୍ରୟୋଗ କରାଯାଇଥିଲା । ଏହି ଅସ୍ତ୍ରାଗାରରେ ବିପୁଳ ପରିମାଣରେ କ୍ଷେପଣାସ୍ତ୍ର, ରକେଟ୍ ଓ ଅନ୍ୟ ସାମରିକ ଅସ୍ତ୍ରଶସ୍ତ୍ର ରଖାଯାଇଥିଲା । ହାଇପରସୋନିକ ମିସାଇଲର ପ୍ରଚଣ୍ଡ ବିସ୍ଫୋରଣରେ ଏହି ଅସ୍ତ୍ରାଗାର ସଂପୂର୍ଣ୍ଣ ଧ୍ବଂସ ପାଇଯାଇଥିବା କୁହାଯାଉଛି ।

ଯୁଦ୍ଧ ଆରମ୍ଭ ପୂର୍ବରୁ ରୁଷ କରିଥିବା ସମରାଭ୍ୟାସରେ ମଧ୍ୟ ନିଜର ବିଭିନ୍ନ ପ୍ରକାରର ହାଇପରସୋନିକ କ୍ଷେପଣାସ୍ତ୍ରର ପ୍ରୟୋଗ କରିଥିଲା ।

Leave A Reply

Your email address will not be published.