ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂଆ ରୂପ ନେଉଛି ରୁଷ-ୟୁକ୍ରେନ ଯୁଦ୍ଧ : ଜୈବିକ, ରାସାୟନିକ ଅସ୍ତ୍ର ପ୍ରୟୋଗକୁ ନେଇ ବଢୁଛି ବିପଦ

ମସ୍କୋ/କିଭ : ଟ୍ୟାଙ୍କ, ତୋପ ଏବଂ ଯୁଦ୍ଧବିମାନରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଏବେ ଜୈବିକ ଏବଂ ରାସାୟନକି ଅସ୍ତ୍ରଶସ୍ତ୍ର ପର୍ଯ୍ୟନ୍ତ ପହଞ୍ଚି ଗଲାଣି। ୟୁକ୍ରେନ ଆମେରିକା ସହ ମିଶି ଜୈବିକ ଏବଂ ରାସାୟନକି ଅସ୍ତ୍ରଶସ୍ତ୍ର ତିଆରି କରୁଛି ବୋଲି ରୁଷ ଅଭିଯୋଗ କରିଛି। ସେହିପରି ଯୁଦ୍ଧରେ ଏହି ଅସ୍ତ୍ରର ବ୍ୟବହାର କଲେ କଡା କଟକଣାର ସମ୍ମୁଖୀନ ହେବାକୁ ପଡିବ ବୋଲି ୟୁକ୍ରେନ ରୁଷକୁ ଚେତାବନୀ ଦେଇଛି।

ରାସାୟନିକ ଅସ୍ତ୍ରଶସ୍ତ୍ରରେ ଟକ୍ସିକ କେମିକାଲ ଏବଂ ବିଷ ବ୍ୟବହାର କରାଯାଇଥାଏ। ଏହାକୁ ଜଳ ଯୋଗାଣ, ବାୟୁ ଏବଂ ଖାଇବାରେ ଦେଇ ଲୋକଙ୍କୁ ହତ୍ୟା କରାଯାଏ। ଜୈବିକ ଅସ୍ତ୍ରରେ ବୀଜାଣୁ ଏବଂ ଭୂତାଣୁ ପରି ପ୍ରାକୃତିକ ଉତ୍ସକୁ ବ୍ୟବହାର କରି ଲୋକଙ୍କୁ ରୋଗଗ୍ରସ୍ତ କରି ମାରି ଦିଆଯାଏ। ସମଗ୍ର ଅଞ୍ଚଳର ଲୋକଙ୍କୁ ମାରିବା ପାଇଁ ଯୁଦ୍ଧରେ ଏହି ଅସ୍ତ୍ର ବ୍ୟବହାର କରାଯାଇଥାଏ। ଆଗାମୀ ପିଢି ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥାଏ। ଏଥିଯୋଗୁଁ ଶାରିରୀକ ଏବଂ ମାନସିକ ବିକାରଗ୍ରସ୍ତ ଶିଶୁ ଜନ୍ମ ନେଇଥାନ୍ତି। ଉଭୟ ଅସ୍ତ୍ରଶସ୍ତ୍ର ଲୋକଙ୍କୁ ଅସହ୍ୟ ପୀଡା ଦେଇ ମାରିଥାଏ। ପ୍ରଥମ ଥର ପାଇଁ ୧୯୩୭ରେ ଜୈବିକ ଅସ୍ତ୍ର ବ୍ୟବହାର କରାଯାଇଥିଲା। ଏହି ସମୟରେ ମଙ୍ଗୋଲିଆ ସେନା ପ୍ଲେଗ ସଂକ୍ରମିତ ଶବକୁ କୃଷ୍ଣ ସାଗରରେ ପକାଇଥିଲା। ଏବେ ସୁଦ୍ଧ ଜର୍ମାନୀ, ଆମେରିକା, ରୁଷ ଏବଂ ଚୀନ ସମେତ ୧୭ ଦେଶ ଜୈବକ ଅସ୍ତ୍ରଶସ୍ତ୍ର ତିଆରି କରିଥିବା କୁହାଯାଉଛି। ଚୀନ୍‌ କରୋନା ଭୂତାଣୁକୁ ଜୈବିକ ଅସ୍ତ୍ର ଭାବେ ବ୍ୟବାହର କରିଥିଲା ବୋଲି ଅଭିଯୋଗ ହୋଇଛି।

ରୁଷ କୂଟନୀତିଜ୍ଞ ଭେଜଲି ନେବେନଜାୟା ଅଭିଯୋଗ କରିଛନ୍ତି ଯେ ୟୁକ୍ରେନ ଆମେରିକା ସହଯୋଗରେ ପ୍ରାୟ ୩୦ଟି ଜୈବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ଜାରି ରଖିଛି। ୟୁକ୍ରେନ ବାଦୁଡି ଏବଂ ଅନ୍ୟ ବିଦେଶୀ ପକ୍ଷୀ ଦ୍ବାରା ରୁଷରେ ରୋଗଜୀବାଣୁ ପ୍ରସାର କରିବାକୁ ଷଡଯନ୍ତ୍ର କରୁଛି। ଏହି ପ୍ରସଙ୍ଗରେ ଆଲୋଚନା ଲାଗି ରୁଷ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଡାକିଥିଲା।

Leave A Reply

Your email address will not be published.