ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କିଭ୍‌ ଦଖଲ ପ୍ରସ୍ତୁତି ଚୂଡ଼ାନ୍ତ: ଜଳ, ସ୍ଥଳ, ଆକାଶମାର୍ଗରୁ ଆକ୍ରମଣ ଯୋଜନା, ସାମିଲ ହେବେ ୪ କମାଣ୍ଡ ଓ ଲକ୍ଷେ ସେନା

ବାୟୁସେନା, ନାଭାଲ ଇନଫେଣ୍ଟ୍ରି ସକ୍ରିୟ

ନୂଆଦିଲ୍ଲୀ: ଶେଷରେ ୟୁକ୍ରେନ ରାଜଧାନୀ କିଭ୍‌କୁ ସମ୍ପୂର୍ଣ୍ଣ ଦଖଲ କରିବା ନେଇ ରୁଷ ସେନା ଚୂଡାନ୍ତ ପ୍ରସ୍ତୁତି ଶେଷ କରିଛି। ୟୁକ୍ରେନ-ରୁଷିଆ ଯୁଦ୍ଧ ୧୧ ଦିନରେ ପହଞ୍ଚିଥିବା ବେଳେ ରୁଷ ସେନା ୟୁକ୍ରେନର ବହୁ ପ୍ରମୁଖ ସହର ସମେତ ଶତାଧିକ ସାମରିକ ଅନୁଷ୍ଠାନ ଏବଂ ଅନ୍ୟାନ୍ୟ ସ୍ଥଳକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଛନ୍ତି। ହେଲେ ରାଜଧାନୀ କିଭ୍‌କୁ ଦଖଲ କରିପାରନଥିବାରୁ ବିଭିନ୍ନ ମହଲରେ ଭିନ୍ନ ପ୍ରଶ୍ନ ସୃଷ୍ଟି ହେବା ସହିତ ରୁଷିଆ ସେନାର ଆଭିମୁଖ୍ୟକୁ ନେଇ ମଧ୍ୟ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଥିଲେ। ଏହି ସହରକୁ ରୁଷ ସେନା ବିଗତ ୫ ଦିନ ଧରି ଘେରି ରହିଥିଲେ ହେଁ ପୂର୍ଣ୍ଣ ଦଖଲ କରିବାକୁ କ’ଣ ପ୍ରତିବନ୍ଧକ ରହିଛି ବୋଲି ପ୍ରଶ୍ନ ଉଠିଥିଲା। ହେଲେ ରବିବାର ଏ ସମ୍ପର୍କରେ ସବୁକିଛି ସ୍ପଷ୍ଟ ହୋଇଛି। ରୁଷିଆର ୟୁକ୍ରେନ ଅଭିଯାନର ଶେଷ ଲକ୍ଷ୍ୟ ହେଉଛି କିଭ୍‌ ଦଖଲ। ଏହାକୁ ସମ୍ପୂର୍ଣ୍ଣ ଅକ୍ତିଆର କରି ରାଷ୍ଟ୍ରପତି ଜେଲେଁସ୍କିଙ୍କୁ ଗାଦିଚ୍ୟୁତ କରିବା ଏବଂ ରୁଷିଆ ସମର୍ଥିତ ସରକାର ପ୍ରତିଷ୍ଠା କରିବା ରାଷ୍ଟ୍ରପତି ପୁତିନଙ୍କ ସୁଚିନ୍ତିତ ଯୋଜନା ରହିଥିବା ବେଳେ କିଭ୍‌ ଅଭିଯାନ ପାଇଁ ମଧ୍ୟ ସ୍ବତନ୍ତ୍ର ଭାବେ ରଣନୀତି ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ କିଭ୍‌କୁ ରୁଷ ସେନା ଘେରି ରହିଥିଲା ବେଳେ ପ୍ରଥମେ ସହରର ଉପକଣ୍ଠ ଅଞ୍ଚଳରେ ସମସ୍ତ ପ୍ରତିବନ୍ଧକ ହଟାଯାଇଛି। ଏହାପରେ କିଭ୍‌ ଉପରେ ସମ୍ପୂର୍ଣ୍ଣ ଦଖଲ ପାଇଁ ସୁଚିନ୍ତିତ ଢଙ୍ଗରେ ଆକ୍ରମଣ ପାଇଁ ରୁଷ ସେନା ପ୍ରସ୍ତୁତି ନେଇଥିବା ଜଣାପଡ଼ିଛି।

ରୁଷ ସେନାର ୪ଟି କମାଣ୍ଡ ଏଥିପାଇଁ ପ୍ରସ୍ତୁତ ରହିଥିବା ବେଳେ ୧ ଲକ୍ଷସ୍ନୋ କିଭ୍‌ ସହର ମଧ୍ୟରେ ପ୍ରବେଶ କରିବାକୁ ପ୍ରସ୍ତୁତ ରହିଛନ୍ତି। ସେହିପରି ଏୟାରଫୋର୍ସ ବେସ୍‌ ଏବଂ ନାଭାଲ ଇନଫାଣ୍ଟ୍ରି ୟୁନିଟକୁ ମଧ୍ୟ ପୂର୍ଣ୍ଣ ସଜାଗ ରଖାଯାଇଛି। ଜଳ, ସ୍ଥଳ ଏବଂ ଅକାଶ ମାର୍ଗରୁ ମିଳିତ ଆକ୍ରମଣ ପାଇଁ ଯୋଜନା କରାଯାଇଥିବା ବେଳେ ବେଲାରୁଷ ପଟୁ ମଧ୍ୟ ଆକ୍ରମଣ ପାଇଁ ଯୋଜନା କରାଯାଇଛି। କିଭ୍ ବ୍ୟତୀତ ୟୁକ୍ରେନର ଅନ୍ୟତମ ପ୍ରମୁଖ ସହର ଓଡେଶା ଉପରେ ଆକ୍ରମଣ ପାଇଁ ରୁଷ ସେନା ପ୍ରସ୍ତୁତ ହେଉଥିବା ବେଳେ ରବିବାର ଭିନିତ୍ସିୟା ସହର ଉପରେ ବୋମା ମାଡ କରିଛି। ଏହି ଆକ୍ରମଣରେ ଭିନିତ୍ସିୟା ବିମାନବନ୍ଦର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଭିନିତ୍ସିୟା ସହର ଉପରକୁ ରୁଷ ୮ଟି କ୍ରୁଜ କ୍ଷେପଣାସ୍ତ୍ର ମାଡ଼ କରିଥÒବା ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି। ନୋ-ଫ୍ଲାଏ ଜୋନ୍ ଘୋଷଣା ପାଇଁ ଜେଲେନସ୍କି ପୁଣିଥରେ ନାଟୋକୁ ନିବେଦନ କରିଛନ୍ତି।

Leave A Reply

Your email address will not be published.