ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଟିନଙ୍କ ବଡ଼ ପ୍ରସ୍ତୁତି: ଋଷିଆ ସହ ମିଶିଯିବ ୟୁକ୍ରେନର ୪ ଅଞ୍ଚଳ

ମସ୍କୋ: ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ଉଭୟଙ୍କ ମଧ୍ୟରେ ୭ ମାସ ହେଲା ଯୁଦ୍ଧ ଜାରି ରହିଛି। ଇତି ମଧ୍ୟରେ ରୁଷ ସୀମାକୁ ଲାଗିଥିବା ୟୁକ୍ରେନର ୪ଟି ଅଞ୍ଚ ଳକୁ ନିଜ ଦେଶ ସହ ବିଲୟ କରିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉଦ୍ୟମ ଆରମ୍ଭ କରିଛନ୍ତି ।

ରିପୋର୍ଟ ମୁତାବକ, ସେପ୍ଟମ୍ବର ୩୦ରେ ଏଠାକାର ଜନମତର ଫଳାଫଳ ଘୋଷଣା କରାଯିବ। ଏହା ପରେ ଯଦି ରୁଷ ସପକ୍ଷରେ ମତ ଆସିଥାଏ ତାହାହେଲ ଏହାକୁ ମିଶାଇବାରେ କେହି ଆମକୁ ଅଟକାଇ ପାରିବେ ନାହିଁ। ଆଉ ଦିନକ ପରେ ଲୁହାନସ୍କ, ଜେପୋରିଝିଆ, ଖେରସନ ଓ ଡୋନେଟସ୍କ ରୁଷର ଅଂଶବିଶେଷ ହେବ ବୋଲି ପୁଟିନ କହିଛନ୍ତି ।

ଏଥିରେ ୟୁରୋପୀୟ ଦେଶ ବିଶେଷ କରି ଆମେରିକା ମୁଣ୍ଡ ପୂରାଇଲେ ଭଲ ହେବନି ବୋଲି ରୁଷିଆ ପକ୍ଷରୁ କୁହାଯାଇଛି। ଆଉ କେତେକ ରିପୋର୍ଟ ଅନୁସାରେ ଏଥିପାଇଁ ଆବଶ୍ୟକ ପଡିଲେ ରୁଷ ପରମାଣୁ ବୋମାର ବ୍ୟବହାର ମଧ୍ୟ କରିପାରେ । ଶୁକ୍ରବାର ୩ଟାରେ ଏହି ବିଲୟ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହେବ ବୋଲି ରୁଷ ରାଷ୍ଟ୍ରପତିଙ୍କ କାର୍ଯ୍ଯାଳୟ କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି।

Leave A Reply

Your email address will not be published.