ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ସିରିଆ ଉପରେ ଋଷର ଆକ୍ରମଣ : ଏୟାର ଷ୍ଟ୍ରାଇକ୍‌ରେ ୧୨୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ୧୯୮ ଦିନରେ ପହଞ୍ଚି ସାରିଛି। ଋଷର ଆକ୍ରମଣରେ ୟୁକ୍ରେନର ବିଭିନ୍ନ ସହର ଧ୍ବଂସ ସ୍ତୁପର ପରିଣତ ହୋଇସାରିଛି। ଏହାରି ମଧ୍ୟରେ  ଋଷ ପୁଣି ମଧ୍ୟପୂର୍ବ ଏସିଆର ସିରିଆ ଉପରେ ଆକାଶମାର୍ଗରୁ ଆକ୍ରମଣ ଆରମ୍ଭ କରିଦେଇଛି । ଏହି ଆକ୍ରମଣ ଫଳରେ ସିରିଆର ୧୨୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପଶ୍ଚିମ ସିରିଆରେ ଅଲ କାଏଦା ସହିତ ଜଡିତ ଏଏଲ- ନୁସୁରା ଫ୍ରଣ୍ଟ ଠିକଣା ଉପରେ ଋଷର ଯୁଦ୍ଧ ବିମାନ ଆକ୍ରମଣ କରିଛି । ଏହାପଳରେ ଏବେ ନୁସୁରା ଫ୍ରଣ୍ଟର ବିଭିନ୍ନ ଆଡ୍ଡାସ୍ଥଳୀ ଧ୍ୱଂଶ ହୋଇଯାଇଛି ।

ନ୍ୟୁଜ୍ ଏଜେନ୍ସି ସାନା ସିରିଆରେ ଋଷ ସାମରିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଋଷର ଯୁଦ୍ଧ ବିମାନ ଇଦଲିବ୍ ଅଞ୍ଚଳରେ ଏକ ନୁସୁରା ଫ୍ରଣ୍ଟର ଟ୍ରେନିଂ କ୍ୟାମ୍ପରେ ଆକ୍ରମଣ କରିଛି । ଏଥିରେ ଋଷର ୧୪ ଟି ଯୁଦ୍ଧ ବିମାନ ଓ ମିସାଇଲ ବ୍ୟବହାର କରିଛି । ଋଷର ଯୁଦ୍ଧ ବିମାନ ଇଦଲିବ୍ ପ୍ରଦେଶର ଶେଖ ୟୁସୁଫ ଅଞ୍ଚଳରେ ଥିବା ଏକ ନୁସ୍ରା ଫ୍ରଣ୍ଟ ଟ୍ରେନିଂ କ୍ୟାମ୍ପକୁ  ଧ୍ବଂସ ସ୍ତୁପ ପରିଣତ କରିବା ସହ ସେଠାରେ ଥିବା ଡ୍ରୋନ୍ ଏବଂ ମିସାଇଲ୍ ଲଞ୍ଚରକୁ ମଧ୍ୟ ନଷ୍ଟ କରିଛି।

ଋଷ ୧୪ଟି ଏୟାର ଷ୍ଟ୍ରାଇକ୍ କରିଥିଲା

ବ୍ରିଟେନ ଭିତ୍ତିକ ଯୁଦ୍ଧ ମନିଟର ସିରିଆର ଅବଜରଭେଟରୀ ଫର ହ୍ୟୁମାନ୍ ରାଇଟ୍ସ ମଧ୍ୟ ଇଡଲିବରେ ଋଷର ବିମାନ ଦ୍ୱାରା ଏୟାର ଷ୍ଟ୍ରାଇକ୍ କରିଥିବା ସୂଚନା ଦେଇଛି। ଋଷ ଗୁରୁବାର ଦିନ ୧୪ଟି ବିମାନରେ ଏୟାର ଷ୍ଟ୍ରାଇକ୍ କରିଛି। ଇଦାବିଲକୁ ନୁସରା ଫ୍ରଣ୍ଟ ଭଳି କିଛି କଟ୍ଟରପନ୍ଥୀ ସଂଗଠନ ଦ୍ୱାରା ଦଖଲ କରାଯାଇଛି । ଏହା ଏବେ ସିରିଆର ଅନ୍ତିମ ପ୍ରମୁଖ ବିଦ୍ରୋହୀ ଗଡଭାବେ ଉଭା ହୋଇଛି ।

Leave a comment