ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ୟୁକ୍ରେନରେ ଫସିଥିବା ଭାରତୀୟ ଏବଂ ଅନ୍ୟ ବିଦେଶୀ ଶିକ୍ଷାର୍ଥୀଙ୍କୁ ଉଦ୍ଧାର କରିବ ରୁଷ, ଜାତିସଂଘ ନିରାପତ୍ତା ପରିଷଦକୁ ଜଣାଇଲା ରୁଷ୍‌

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଲଢ଼େଇ । ଫେବ୍ରୁଆରୀ ୨୪ରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହାରି ମଧ୍ୟରେ ୟୁକ୍ରେନ ଉପରେ ହମଲା କରୁଥିବା ରୁଷ ଏବେ ସେଠାରେ ଫସିଥିବା ଭାରତୀୟ ଶିକ୍ଷାର୍ଥୀଙ୍କ ସମେତ ଅନ୍ୟ ଦେଶର ନାଗରିକଙ୍କୁ ଉଦ୍ଧାର କରିବ। ଏଥିପାଇଁ ରୁଷର ବସ୍‌ଗୁଡ଼ିକ ବିଭିନ୍ନ କ୍ରସିଂ ପଏଣ୍ଟରେ ପ୍ରସ୍ତୁତ ହୋଇ ରହିଛନ୍ତି।ଏ ସମ୍ପର୍କରେ ଆଜି ରୁଷ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦକୁ ଅବଗତ କରାଯାଇଛି।

ପୂର୍ବାଞ୍ଚଳ ୟୁକ୍ରେନୀୟ ସହର ଖାର୍କିଭ୍‌ ଏବଂ ସୁମିରେ ଫସି ରହିଥିବା ଭାରତୀୟ ଓ ଅନ୍ୟ ବିଦେଶୀ ଶିକ୍ଷାର୍ଥୀଙ୍କୁ ସ୍ଥାନାନ୍ତରଣ କରିବା ଲାଗି ୟୁକ୍ରେନ ପ୍ରବେଶ କରିବା ଲାଗି ‘କ୍ରସିଙ୍ଗ୍‌ ପଏଣ୍ଟ୍‌’ଗୁଡ଼ିକରେ ରୁଷୀୟ ବସ୍‌ ସବୁ ପ୍ରସ୍ତୁତ କରି ରଖାଯାଇଥିବା କଥା ରୁଷ୍‌ ଜାତିସଂଘ ନିରାପତ୍ତା ପରିଷଦ୍‌କୁ ସୂଚନା ଦେଇଛି।ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ଭିତରେ ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ବସିଥିଲା। ବୈଠକ ପାଇଁ ପ୍ରଥମେ ଆଲବାନିଆ, ଫ୍ରାନ୍ସ, ଆୟର୍ଲ୍ୟାଣ୍ଡ, ନରୱେ, ବ୍ରିଟେନ ଓ ଆମେରିକା ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।ବୈଠକରେ ରୁଷ୍‌ର ସ୍ଥାୟୀ ପ୍ରତିନିଧି ଭାସିଲି ନେବେଞ୍ଜିଆ କହିଲେ ଯେ, ୟୁକ୍ରେନ୍‌ରେ ଫସି ରହିଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ସ୍ଥାନାନ୍ତରଣ ନିମନ୍ତେ ରୁଷୀୟ ସେନା ସବୁ ପ୍ରକାର ଉଦ୍ୟମ କରୁଛି।

ଅନ୍ୟପଟେ ୟୁକ୍ରେନ ବିରୋଧରେ ଜାରି ରହିଥିବା ଯୁଦ୍ଧରେ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ଯୁଦ୍ଧରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଅସ୍ତ୍ରବିରତି ଘୋଷଣା କରିଛନ୍ତି ପୁଟିନ୍ । ୟୁକ୍ରେନର ଦୁଇ ସହରରେ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ମାରିୟୋପୋଲ ଓ ବୋଲେନୋବାଖା ସହରରେ ଅସ୍ତ୍ରବିରତି । ଭାରତୀୟ ସମୟ ପୂର୍ବାହ୍ନ ୧୧.୩୦ରୁ ଦୁଇ ଘଣ୍ଟା ପାଇଁ ଅସ୍ତ୍ରବିରତି ଘୋଷଣା କରିଛି ଋଷ । ଏହି ଦୁଇ ସହରରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର ନକରିବା ପର୍ୟ୍ୟନ୍ତ ଆକ୍ରମଣ କରିବନି ଋଷ । ଲୋକଙ୍କୁ ଯୁଦ୍ଧ କ୍ଷେତ୍ରରୁ ଉଦ୍ଧାର କରିବା ପାଇଁ ହେବ ଗ୍ରୀନ କରିଡର । ଏହି ଦୁଇ ସହରରେ ଭାରତ ସମେତ ବିଭିନ୍ନ ଦେଶର ବହୁ ନାଗରିକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଋଷ ଅସ୍ତ୍ରବିରତି ଘୋଷଣା କରିଛନ୍ତି ।

Leave A Reply

Your email address will not be published.