ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହୀରା ଭିତରୁ ମିଳିଲା ୮୦ କୋଟି ବର୍ଷ ତଳର ଆଉ ଏକ ହୀରା

ମସ୍କୋ: ରୁଷିଆରେ ଏକ ଦାମୀ ଏବଂ ପୁରାତନ ହୀରା ଭିତରୁ ୮୦ କୋଟି ବର୍ଷ ତଳର ଆଉ ଏକ ହୀରା ମିଳିଛି। ରୁଷିଆର ଲୋକପ୍ରିୟ କଣ୍ଢେଇ ମତ୍ରୋୟେଶିକା ନାମରେ ଏହି ହୀରାର ନାମ ରଖାଯାଇଛି।  ଇତିହାସରେ ପୂର୍ବରୁ ଏ ଭଳି ଆଶ୍ଚର୍ଯ୍ଯଜନକ ଘଟଣା ସମ୍ମୁଖକୁ ଆସି ନାହିଁ । ଏହାର ସଂରଚନା ଜଟିଳ ହୋଇଥିବାରୁ ଏ ପର୍ଯ୍ଯନ୍ତ ମୂଲ୍ୟ ଧାର୍ଯ୍ଯ ହୋଇପାରି ନାହିଁ । ଏକ୍ ରେ ସମେତ ଅନ୍ୟ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହାର ଗବେଷଣା ଚାଲିଛି ।

ଏପରି ହୀରା ମିଳିବା ବିଶେଷଜ୍ଞମାନଙ୍କୁ ମଧ୍ଯ ଆଶ୍ଚର୍ଯ୍ୟ କରିଛି। ଏହା ହୀରା ମିଳିବା ବିଶ୍ୱରେ ହୀରା ଖଣି ଇତିହାସରେ ପ୍ରଥମ । ଏହା ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି।

Leave A Reply

Your email address will not be published.